Advertisment

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ

କଂଗ୍ରେସରୁ ଇସ୍ତଫା ନେଇ ପ୍ରେସମିଟରେ ଘୋଷଣା କରିଛନ୍ତି ନବୀନ।

author-image
Manoranjan Behera
ଅଦ୍ୟତନ ହୋଇଛି
Ex Minister Nabin Chandra Narayan Das Resigns From Congress

Nabin Chandra Narayan Das

ହାତ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ। କଂଗ୍ରେସରୁ ଇସ୍ତଫା ନେଇ ପ୍ରେସମିଟରେ ଘୋଷଣା କରିଛନ୍ତି ନବୀନ। ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସରୋଜ ପଟ୍ଟନାୟକ ମଧ୍ୟ ଦଳ ଛାଡ଼ିଛନ୍ତି। ସେହିପରି ଓଡାପଡା ବ୍ଲକ ସଭାପତି ପ୍ରମୋଦ କୁମାର ନାୟକ, ଢେଙ୍କାନାଳ ଟାଉନ କଂଗ୍ରେସ ସଭାପତି ହାଇଦର ମହମ୍ମଦ, ସଦର ବ୍ଲକ କଂଗ୍ରେସ ସଭାପତି ଅଖିଳ ମୋହନ ଖୁଣ୍ଟିଆ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି।

Advertisment

ଏନେଇ ପୂର୍ବତନ ମନ୍ତ୍ରୀ ନବୀନ ଦାସ ଓ ପୂର୍ବତନ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛଠନ୍ତି। ରାଜ୍ୟରେ PCC ସଭାପତିଙ୍କ ବ୍ୟବହାର ତାଙ୍କୁ ଅତିଷ୍ଠ କରିଛି ବୋଲି ସେ କହିଛନ୍ତି। ଯଦିଓ ରାଜନୀତିରୁ ସନ୍ନ୍ୟାସ ନେବେ ନାହିଁ ତଥାପି ଅନ୍ୟ ଦଳରେ ମିଶିବାର କୌଣସି ଯୋଜନା ଏଯାଏଁ ନଥିବା କହିଛନ୍ତି ନବୀନ ଦାସ।

ନବୀନ ୧୯୯୫ରୁ ୨୦୦୦ ମସିହା ଭିତରେ ତତ୍କାଳୀନ କଂଗ୍ରେସ ସରକାର ଅଧିନରେ ମନ୍ତ୍ରୀ ଥିଲେ। ୧୯୬୭ ମସିହାରୁ ସେ ରାଜନୀତିରେ ପାଦ ଥାପିଥିଲେ।

Advertisment
Congress Resignation
Advertisment
Advertisment