• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗୁଳି କରି କାରରୁ ଲୁଟ୍ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ଟୋଲ ଗେଟ୍ ନିକଟରେ କାରକୁ ଗୁଳିକରି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଇକରେ ଆସି ୪ଜଣ ଦୁର୍ବୃତ୍ତ ୧୦ ହଜାର ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । କାରଟି କେନ୍ଦୁଝରରୁ କରଞ୍ଜିଆ ଅଭିମୁଖେ ଯିବା ବେଳେ ଏହି ଲୁଟ୍ ହୋଇଛି ।

ଏନେଇ ଖବର ପାଇବା ପରେ ତୁରୁମୁଙ୍ଗା ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ଅନ୍ୟପଟେ ଗତ ୧୬ ତାରିଖରେ ଦିନ ଦ୍ୱିପ୍ରହରରେ ସମ୍ବଲପୁରରେ ଗୋଟେ ବଡ଼ ଧରଣର ଲୁଟର ଉଦ୍ୟ ହୋଇଥିଲା ହୋଇଥିଲା । ଧନୁପାଲି ଛକରେ ଗୁଳିକରି ସୁନା ଦୋକାନରୁ ଲୁଟ୍ ଉଦ୍ୟମ କରିଥିଲେ ଦୁର୍ବତ୍ତ । ଗୁଳିମାଡରେ ଦୋକାନ ମାଲିକ ସୁଜିତ୍ ସ୍ୱର୍ଣ୍ଣକାର ଆହତ ହୋଇଥିଲେ ।

ଦୁର୍ବତ୍ତଙ୍କ ଗୁଳିମାଡ଼ରେ ସୁଜିତଙ୍କ ପେଟରେ ଗୁଳି ବାଜିଥିଲା । ସୂଚନା ଅନୁଯାୟୀ ୬ ଦୁର୍ବୃତ୍ତ ଆସିଥିଲେ ଏବଂ ଦୋକାନ ଭିତରକୁ ୨ ଜଣ ପଶିଥିଲେ । ହେଲେ ଲୁଟ୍ କରି ନପାରି ୬ ଦୁର୍ବୃତ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି । ରାଜଧାନୀ ମଧ୍ୟ ଆଜିକାଲି ଲୁଟେରାଙ୍କ କବଜାରେ ରହିଛି । କିଛିଦିନ ତଳେ ରାଜଧାନୀରେ ବାହାଘର ମଣ୍ଡପରୁ ଲୁଟେରା ଲୁଟ କରିନେଇଥିଲେ ।

ବାହାଘର ଭୋଜିରେ ଗହଳିର ସୁଯୋଗ ନେଇ ଲୁଟି ନେଇଥିଲେ ଗିଫ୍ଟ ଆଇଟମ ସହ ଟଙ୍କା ଖାମ୍ । ବରଯାତ୍ରୀ ବେଶରେ ଆସି ଝିଅ ପକ୍ଷକୁ ମିଳିଥିବା ଗିଫ୍ଟ ଆଇଟମ ସହ ଟଙ୍କା ନେଇ ଚମ୍ପଟ ମାରିଥିଲେ ଲୁଟେରା ।