/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708264399.jpg)
Odisha Road Accident
ବେପାରୁଆ ଗାଡି ଚାଳନା ପରିବାରକୁ କରିଦେଲା ଛାରଖାର । ଟ୍ରକ ଚକା ତଳେ ଚାପି ହୋଇ ପତ୍ନୀଙ୍କ ଜୀବନ ଯାଇଥିବା ବେଳେ, ଝିଅ ହାତ, ଗୋଡ଼ କଟିଯାଇଛି । କଟକ ନୂଆବଜାର ଛକରେ ଟ୍ରକ ଏବଂ ସ୍କୁଟି ଭିତରେ ଘଟିଛି ଏ ଦୁର୍ଘଟଣା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ଟ୍ରକକୁ ଜବତ କରିଛି ଚାଉଳିଆଗଞ୍ଜ ପୋଲିସ । ବେପାରୁଆ ଗାଡି ଚାଳନା ପରିବାରକୁ କରିଦେଲା ଛାରଖାର । ଟ୍ରକ ଚକା ତଳେ ଚାପି ହୋଇ ପତ୍ନୀଙ୍କ ଜୀବନ ଯାଇଥିବା ବେଳେ, ଝିଅ ହାତ, ଗୋଡ଼ କଟିଯାଇଛି । କଟକ ନୂଆବଜାର ଛକରେ ଟ୍ରକ ଏବଂ ସ୍କୁଟି ଭିତରେ ଘଟିଛି ଏ ଦୁର୍ଘଟଣା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ଟ୍ରକକୁ ଜବତ କରିଛି ଚାଉଳିଆଗଞ୍ଜ ପୋଲିସ ।
ପୁଣି ଜୀବନ ନେଲା ବେପରୁଆ ଗାଡି ଚାଳନା । କଟକ ନୂଆବଜାର ଛକରେ ପରିବାରକୁ ଚାପିଦେଲା ଟ୍ରକ । ଆଜି ଦିନ ପ୍ରାୟ ୧୧ଟା ୩୦ ସମୟରେ ନୂଆବଜାର ଛକରେ ଘଟିଛି ଏ ମର୍ମନ୍ତୁଦ ଦୁର୍ଘଟଣା । କନ୍ଦରପୁରର ଦୀପକ ରାଉତ ନିଜ ପତ୍ନୀ ଓ ଝିଅଙ୍କ ସହ ସ୍କୁଟିରେ ଆସୁଥିବା ବେଳେ, ଦୁର୍ଘଟଣାର ଶିକାର ହୋଇଥିଲେ । ସମାନ ପଟରୁ ଆସୁଥିବା ଏକ ଚିପ୍ସ ବୋଝେଇ ଟ୍ରକର ଚକ ତଳେ ପଡି ପତ୍ନୀ ସାରଥୀ ରାଉତଙ୍କ ଜୀବନ ଯାଇଥିବା ବେଳେ ଝିଅର ହାତ ଗୋଡ଼ କଟି ଯାଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ମାରିଥିବା ବେଳେ, ପୋଲିସ ଟ୍ରକ ଜବତ କରି ତନାଘନା ଆରମ୍ଭ କରିଛି । ଓଏମପି ଛକରୁ ପାରାଦୀପ ଓ ଜଗତସିଂହପୁର ଯିବା ପାଇଁ ଏହି ରାସ୍ତା ହିଁ ଏକମାତ୍ର ବିକଳ୍ପ ରାସ୍ତା । ଏଣୁ ଏହି ରାସ୍ତାରେ ଆଗକୁ ଟ୍ରାଫିକ କଡ଼ାକଡ଼ି କରାଯିବ ବୋଲି ପୋଲିସ କହିଛି ।
ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବାବେଳେ ପୋଲିସ ଏ ଦିଗରେ କଣ ପଦକ୍ଷେପ ନେଉଛି ତାହା ସମୟ କହିବ।
କଟକରୁ ପ୍ରଭାତ ବିଶୋୟୀ ଓ ଦେବାଶିଷ ମହାନ୍ତିଙ୍କ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)