• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆନନ୍ଦପୁର ପୌରାଞ୍ଚଳରେ ତିନିଦିନ ଧରି ନିଖୋଜ ଯୁବକଙ୍କ ମୃତଦେହ ଡ୍ରେନରୁ ଉଦ୍ଧାର । ମୁକୁଳା ଡ୍ରେନରେ ପଡି ଯୁବକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ମୃତକ ଆନନ୍ଦପୁର ପୌରାଞ୍ଚଳ ୭ନଂ ୱାର୍ଡର ମୂର୍ତ୍ତି ରାଓ ବୋଲି ଜଣାପଡିଛି । ସେ ଗତ ଶୁକ୍ରବାର ଘରୁ ଫୁଲ ତୋଳିବାକୁ ଯାଇ ଆଉ ଫେରିନଥିଲେ ।

ଆଜି ସକାଳୁ ସେଠାରେ ଖେଳୁଥିବା କିଛି ପିଲା ଡ୍ରେନ୍ ଭିତରେ ମୃତଦେହ ଦେଖିବା ପରେ ଏନେଇ ପୌର ପ୍ରଶାସନକୁ ଖବର ଦେଇଥିଲେ । ଏହି ଗଭୀର ଡ୍ରେନ୍ ଦେଇ ସମଗ୍ର ଆନନ୍ଦପୁର ପାଣି ନିଷ୍କାସନ ହୋଇଥାଏ । ଡ୍ରେନ୍ ଉପରେ ଢାଙ୍କୁଣି ନଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ଏ ନେଇ ଆନନ୍ଦପୁର ପୌର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନି ।