ସୈାର କନ୍ୟା ମାସ କାର୍ତ୍ତି କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ, ରବିବାର। ଆଜି କୌଣସି ଶୁଭ କାମ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି, ତା’ହେଲେ ଜାଣି ରଖନ୍ତୁ କେଉଁ ସମୟରେ କାର୍ଯ୍ୟ ଆରମ୍ଭ କଲେ ଆପଣଙ୍କୁ ଶୁଭ ଫଳ ମିଳିପାରେ।
କେହି ଜଣେ ଅନୁଭବଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍ ଆକାଉଣ୍ଟ ଖୋଲିଛନ୍ତି। ଏହି ଆକାଉଣ୍ଟ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ଲୋକଙ୍କୁଠାରୁ ଆର୍ଥିକ ସହାୟତା ମାଗୁଛନ୍ତି।
ନବୀନଙ୍କ ବଡ଼ ନିଷ୍ପତ୍ତି ସାମ୍ନାରେ ବିରୋଧୀ ହେଲେ ବାୟା। ଧାମନଗର ନିର୍ବାଚନ ପାଇଁ ବିରୋଧୀ ପାଗଭିଡୁଥିବା ବେଳେ ଏତିକି ବେଳେ ଚକମା ଦେଇ ଦେଲେ ନବୀନ। ଖାଲି ଚକମା ଦେଲେ ତାହା ନୁହେଁ ବରଂ ବିରୋଧୀଙ୍କୁ ପୂରା ଚୁପ୍ କରିଦେଲେ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମାୟାବିନୀଙ୍କ ମାୟାଫାସରେ ପଡ଼ି ନ୍ୟୁଡ୍କଲର ଶିକାର ହୋଇଛନ୍ତି ଅବିବାହିତ ଯନ୍ତ୍ରୀ। ପରେ ମାୟାବିନୀଙ୍କ ଦ୍ୱାରା ବ୍ଲାକ୍ମେଲର ଶିକାର ହୋଇ ପ୍ରାୟ ୬ ଲକ୍ଷ ଟଙ୍କା ହରାଇଛନ୍ତି ଯନ୍ତ୍ରୀ।
ରାଜ୍ୟରେ ଘଟୁଥିବା ଅନେକ ସଡ଼କ ଦୁର୍ଘଟଣାର ତଦନ୍ତ ଅଧାରେ ରହିଯାଉଛି । ଦୁର୍ଘଟଣାର ବାସ୍ତବ କାରଣ ଜଣାପଡ଼ୁନି, କି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନି । ଫଳରେ ଦିନକୁ ଦିନ ବଢ଼ିଚାଲିଛି ସଡ଼କ ଦୁର୍ଘଟଣା ।
ଧାମନଗରରେ ଧମାକା କରିବେ କି ରାଜୁ ଦାସ? ବିଦ୍ରୋହ କରି ସ୍ୱାଧୀନ ଭାବେ ଲଢ଼ିବା, ବିଜେଡିକୁ ମହଙ୍ଗା ପଡିବ କି? ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିଲେ ବି କାହିଁକି ରାଜୁ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରୁନି ବିଜେଡି?
ଜେଲରେ ହେବ ଜେରା ! ସତ ଓଗାଳିବେ ଅର୍ଚ୍ଚନା । ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗର କ୍ରାଇମ୍ ସିଣ୍ଡିକେଟ୍ର ରହସ୍ୟ ଭେଦ କରିବାକୁ ତାକୁ ସେହି ଝାରପଡ଼ା ଜେଲର ଚାରିକାନ୍ଥ ଭିତରେ ହିଁ ପଚରାଉଚରା କରିବାକୁ ଯୋଜନା କରୁଛି କମିଶନରେଟ୍ ପୋଲିସ ।
ଏପଟେ ଅକ୍ଟୋବର ମାସ ସାରା ତୁହାକୁ ତୁହା ବର୍ଷାରେ କ୍ଷତିଗ୍ରସ୍ତ ଫସଲକୁ ନେଇ ଚିନ୍ତାରେ ଥିବା ଚାଷୀ, ବାତ୍ୟା ଆଶଙ୍କାକୁ ନେଇ ଛାନିଆ।
ଏଣିକି ଗାଡ଼ିରେ ବିକଟାଳ ହର୍ଣ୍ଣ ଲଗାଇଲେ ହେବ ପଡ଼ିବ ମହଙ୍ଗା ।
ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବ ପାରିତ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ଚୁକ୍ତିଭିତ୍ତିକ ପ୍ରଥା ଶେଷ
ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍ ପାଇଁ ଜୀବନ ହାରିଲେ ନାବାଳିକା ଛାତ୍ରୀ। ମୃତ୍ୟୁ ପୂର୍ବରୁ ନାବାଳିକା ଜଣକ ନିରାକାରପୁର IICଙ୍କୁ ଏକ ଚିଠି ଲେଖିଥିଲେ।
୧୮ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ମୁହାଁଇବ।
ଏଣିକି ଓଡ଼ିଶା ବାହାରୁ ମେଡିସିନ କିଣା ଉପରେ କଟକଣା ଲାଗିବ। ଔଷଧ କାରବାର ଉପରେ ସ୍ୱଚ୍ଛତା ଆଣିବାକୁ ସଂଘ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
ଘର ବାଡ଼ିରୁ ଜଗନ୍ନାଥଙ୍କ ଏହି ପଥର ମୂର୍ତ୍ତି ମିଳିଛି। ଗତ ୨ ବର୍ଷ ହେବ ବାରମ୍ବାର ସ୍ୱପ୍ନାଦେଶ ହେଉଥିଲା।
ଏ ଦୃଶ୍ୟ ଯେତିକି ହୃଦୟଥରା, ସେତିକି ଅମାନବୀୟ ଆଉ ସାମାଜିକ ପ୍ରଥା ପ୍ରତି ଏକ ଶକ୍ତ ଧକ୍କା। ଏମିତି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ବଡ଼ ନଈ ଗାଁରେ । ସ୍ୱାମୀ ହିଁ ଥିଲେ ତାଙ୍କର ଏକମାତ୍ର ସାହାଭରସା। ହେଲେ ଅଜଣା ରୋଗ ତାଙ୍କଠାରୁ ତାଙ୍କ ସ୍ୱାମୀଙ୍କୁ ଛଡେଇ ନେଇଥିଲା।
ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କୁ ବିରୋଧ କରି ହୋଇଥିବା ହିଂସାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଜନଜାତି ଆୟୋଗ କମିଶନ ତାଗିଦ୍ କରିଛନ୍ତି।
ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଲିକାରୁ କିଏ ବାଦ ପଡିବ ତାହାକୁ ସମସ୍ତେ ଅପେକ୍ଷା କରିଥିବାବେଳେ ଏବେ ଏହି ତାଲିକା ସାମ୍ନାକୁ ଆସିଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଘରକୁ ଭାଙ୍ଗିଦେଲେ ତହସିଲଦାର। ଏହି ଘର ସରକାରୀ ଜାଗାରେ ନିର୍ମାଣ ହୋଇଥିବାରୁ ଏହାକୁ ପୂର୍ବରୁ ତହସିଲଦାର ଚିନ୍ମୟ ସାଗର ବିରୋଧ କରୁଥିଲେ।
ନିର୍ବାଚନ ପ୍ରଚାର ପାଇଁ ସଜ ହେଲେଣି ସବୁ ଦଳ। ଷ୍ଟାର ପ୍ରଚାରକମାନେ ବି ପ୍ରସ୍ତୁତ ହେଲେଣି। ବିଜେପି ତାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିସାରିଲାଣି। ଏହି ତାଲିକାକୁ ନିର୍ବାଚନ କମିଶନଙ୍କ ପାଖକୁ ପଠାଯାଇଥିବା ଜଣାଯାଇଛି।
ସଡ଼କ ଦୁର୍ଘଟଣାରେ ୩ କିମ୍ବା ତା’ଠାରୁ ଅଧିକ ମୃତ୍ୟୁବରଣ କଲେ ଏହି ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହେବ। ତ୍ୱରିତ ଓ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ଗୁରୁତ୍ୱ ଦିଆଯାଇଛି।
ସମାଜର ସମସ୍ତ ବର୍ଗ ବିଶେଷକରି ଯୁବକମାନଙ୍କର ପ୍ରେରଣା ଥିଲେ ଡକ୍ଟର କଲାମ । ଆଜି ବି ଭାରତବାସୀଙ୍କ ହୃଦୟରେ ତାଙ୍କ ପାଇଁ ରହିଛି ଏକ ସ୍ୱତନ୍ତ୍ର ସ୍ଥାନ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଦୀପ ତଳ ଅନ୍ଧାର । ଅଧାପନ୍ତରିଆ ରାସ୍ତା ଛାଡ଼ି ପାର୍ ଠିକାଦାର । ଜୟପୁର ବ୍ଲକ କୁସୁମପୁଟ ଓ ଜଗନ୍ନାଥପୁର ଗାଁ ରାସ୍ତା ରାସ୍ତା ନୁହେଁ ତ ମରଣଯନ୍ତା ।