ଧାମନଗର ସମେତ ଦେଶର ୭ ଆସନର ଫଳାଫଳକୁ ଦେଖିଲେ ବିଜେପି ବେଶ ଭଲ ପ୍ରଦର୍ଶନ କରିଛି। ବିଜେଡି ସମେତ ଅନ୍ୟ ଆଞ୍ଚଳିକ ଦଳର ପ୍ରଦର୍ଶନ ସେଭଳି ଖରାପ ନଥିଲେ ବି କଂଗ୍ରେସ କ୍ଷତି ସହିଛି। ଆଗକୁ ୫ ଉପନିର୍ବାଚନ ଏବଂ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଦଳଗୁଡିକ ସମୀକ୍ଷା କରିବା ସହିତ ଗଠନମୂଳକ ରଣକୌଶଳ ଆପଣାଇବାର ଆବଶ୍ୟକତା ନାହିଁ କି?
ଧାମନଗରର ବିଧାୟକ ଭାବେ ସୂର୍ଯ୍ୟବଂଶୀ ସୂରଜ ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ବିକ୍ରମ ଆରୁଖ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
ବିଜେଡିରେ ବିଦ୍ରୋହର ନିଆଁ । ଧାମନଗରରେ ରାଜୁ ଦାସ ପୋତିଲେ ମଞ୍ଜି । ଆଗକୁ ଅନେକ ରାଜୁ ସୃଷ୍ଟି ହେବା ଆଶଙ୍କା । ବିଦ୍ରୋହର ବାରୁଦ ଗଦା ଉପରେ ବସିଥିବା ବିଜେଡିକୁ ଘାରଛି ଗୋଷ୍ଠୀ କନ୍ଦଳର ଭୟ । ପ୍ରଥମ ଥର ପାଇଁ ଧାମନଗର ଉପନିର୍ବାଚନରେ ବଡ଼ ଝଟ୍କା ଲାଗିବା ପରେ ଦଳରେ ଚାଲିଛି ମାନସମନ୍ଥନ
ସବୁଠି ବିଦ୍ରୋହୀ ଥିବା କହି ବିଜେପି ଓ କଂଗ୍ରେସର ଆକ୍ଷେପ । ଶଙ୍ଖ ଶିବିରରେ ଛନକା ସତ୍ତ୍ୱେ ମାନିବାକୁ ନାରାଜ ବିଜେଡି ।
ବିଜେଡିକୁ ଧାମନଗରରେ ବଡ୍ ଝଟକା । ଶଙ୍ଖ ଉପରେ ଭାରି ପଡିଲା ପଦ୍ମ । କାମ ଦେଲାନି ବିଜେଡିର ମହିଳା କାର୍ଡ । ଫେଲ୍ ମାରିଲା SHG ଏକ୍ସପେରିମେଣ୍ଟ । ଧାମନଗର ଉପନିର୍ବାଚନ ଫଳାଫଳ ଦଳ ସପକ୍ଷରେ ଯିବା ପରେ ଉତ୍ସାହିତ ପଦ୍ମ ଶିବିର । ହେଲେ ବିଜେଡି କ୍ୟାମ୍ପରେ ନିରାଶା ।
ବିଜେଡିକୁ ବୁମେରାଂ ହେଲା କି ଅବନ୍ତୀଙ୍କ ପ୍ରାର୍ଥୀତ୍ୱ ? ଚର୍ଚ୍ଚାରେ ବିଜେଡି ବିଜୟ ଧାରାରେ କଳଙ୍କ ଲଗାଇଥିବା ନେତା ।
ଇଞ୍ଜିନିୟରିଂ ମୋର ବୃତ୍ତିଗତ ମାନ୍ୟତା କିନ୍ତୁ ବିଧାୟକ ମୋର କର୍ତ୍ତବ୍ୟ ବୋଲି ଦୋହରାଇଛନ୍ତି ସୂର୍ଯ୍ୟ ।
ନାଚ ମାନେ ଧୁମ୍ ନାଚ, କେବଳ ସୂରଜଙ୍କ ପାଇଁ। ଧାମନଗରରେ ଇତିହାସ ରଚିଦେଲେ ବିଜେପି ପ୍ରାର୍ଥୀ। କେବଳ ତାଙ୍କରି ପାଇଁ ଭୁବନେଶ୍ୱର ପାର୍ଟି ଅଫିସ୍ରେ ଏ ସେଲିବ୍ରେସନ୍।
ଧାମନଗରରେ ବିଜେପିର ବୃହତ୍ ବିଜୟ ଧରାଶାୟୀ ହେଲା ବିଜେଡି। ବଡ଼ ପ୍ରଶ୍ନ, ନିର୍ବାଚନ ପରେ ନିର୍ବାଚନ ଜିତି ଆସୁଥିବା ବିଜେଡିର ଷ୍ଟ୍ରାଟେଜିରେ କେଉଁଠି ରହିଲା ଭୁଲ୍?
ନବୀନ ମ୍ୟାଜିକର କିଛି ବି ତୋଡ଼ ନାହିଁ। ହେଲେ ଏସବୁ ଭୁଲ୍ ବୋଲି ଆଜି ପ୍ରମାଣ କରିଦେଇଛନ୍ତି ଧାମନଗର ଭୋଟର୍।
ବିଜେଡି ହାରିବା ପଛର ପ୍ରମୁଖ କାରଣ କଣ? ଆରମ୍ଭ ହୋଇଛି ଏହାର ପୋଷ୍ଟମର୍ଟମ୍।
ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ବାପା ବିଷ୍ଣୁ ସେଠୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ । ଧାମନଗର ବିଜେପିର ଯୁବ ଚେହେରା । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ବି ପାଲଟିଯାଇଛନ୍ତି ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ।
ବିଷ୍ଣୁଙ୍କ ଗଡ଼ରେ ଉଇଁଲେ ସୂର୍ଯ୍ୟ । ବାପାଙ୍କ ଆସନରେ ବସିଲେ ପୁଅ । ଏ ବିଜୟ ସୂର୍ଯ୍ୟବଂଶୀ ସୂରଜଙ୍କର, ଭାରତୀୟ ଜନତା ପାର୍ଟିର, ସାରା ଧାମନଗର ବାସୀଙ୍କର । ବିଜେପି ଜିତିଛି ଧାମନଗର ବାଜି । ଯୁଆଡେ ଦେଖିବ ଫରଫର ଉଡୁଛି ପଦ୍ମ ପତାକା ।
ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ।
୯ମ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ ଥିବାବେଳେ ଦଳୀୟ କର୍ମୀମାନେ ସେଲିବ୍ରେସନ୍ ଆରମ୍ଭ କରି ଦେଇଛନ୍ତି। ବିଜେପିର ପ୍ରଦର୍ଶନକୁ ନେଇ ନେତା ଓ କର୍ମୀ ଖୁସିରେ ମିଠା ବାଣ୍ଟିବା ସହ ପରସ୍ପରକୁ ମିଠା ଖୁଆଉଥିବା ଦେଖିବାକୁ ମିଳିଛି।
ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେପି ଆଗରେ ରହିଛି। ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୬୦୦୦ ଭୋଟ୍ରେ ଆଗୁଆ ଅଛନ୍ତି।
ଧାମନଗରରେ ଉଇଁଲା ସୂର୍ଯ୍ୟ । ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ
ସାଢେ ୮ଟାରୁ ଆରମ୍ଭ ହେବ ଇଭିଏମ୍ କାଉଣ୍ଟିଂ। ୧୮ ରାଉଣ୍ଡରେ ଗଣତି ସରିବା ପରେ ୫ଟି ବୁଥ୍ର ଭିଭିପାଟ୍ ଗଣତି କରାଯିବ। ଦିନ ୨ଟା ସୁଦ୍ଧା ଫଳାଫଳ ମିଳିଯିବା ଆଶା କରାଯାଉଛି।
ଭଦ୍ରକ ସଂସ୍କୃତି ଭବନରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ସେପଟେ ଗଣତି ପୂର୍ବରୁ ବଢ଼ିଲଣି ପ୍ରାର୍ଥୀମାନଙ୍କ ହୃତସ୍ପନ୍ଦନ, ଉତ୍କଣ୍ଠାରେ ମତଦାତା ।
ଶାସକ ଦଳକୁ ଭୋଟ୍ ନଦେବାରୁ ଆତଙ୍କରାଜର ସାଂଘାତିକ ଅଭିଯୋଗ,ରାଜନୈତିକ ହିଂସାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି...
ଆକ୍ରମଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଗୁରୁତରଙ୍କୁ ଭେଟିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ।
କଡ଼ା ସୁରକ୍ଷା ଭିତରେ ଇଭିଏମ୍ । କାଲି ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି ।
ରବିବାର ଆସିବ ଧାମନଗର ରେଜଲ୍ଟ ! କିଏ ମାରିବ ବାଜି ତାକୁ ନେଇ କଳ୍ପନାଜଳ୍ପନା । ଅଧିକ ଭୋଟ୍ ବ୍ୟବଧାନରେ ଜିତିବାକୁ ବିଜେପିର ଆଶା , ଆଗୁଆ ହାତ ଟେକିଦେଲା କଂଗ୍ରେସ ।