Advertisment

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ତାଗିଦ୍‌

ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କୁ ବିରୋଧ କରି ହୋଇଥିବା ହିଂସାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଜନଜାତି ଆୟୋଗ କମିଶନ ତାଗିଦ୍ କରିଛନ୍ତି।

author-image
Rajalaxmi Sahoo
NCST panel seeks report from Odisha govt, on attacks on member in Keonjhar

NCST panel seeks report from Odisha govt, on attacks on member in Keonjhar

ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କୁ ବିରୋଧ କରି ହୋଇଥିବା ହିଂସାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଜନଜାତି ଆୟୋଗ କମିଶନ ତାଗିଦ୍ କରିଛନ୍ତି। ଅନନ୍ତଙ୍କ କେନ୍ଦୁଝର ଗସ୍ତ ବେଳେ ଗତ ଜୁଲାଇ ୨୯ ଏବଂ  ଅଗଷ୍ଟ ୧ରେ ହୋଇଥିବା ହିଂସା ଘଟଣାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା, ଅବହେଳା ଏବଂ ବିଫଳତାକୁ ନେଇ କମିଶନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Advertisment

ଗତକାଲି ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଥିଲା। ସଦସ୍ୟଙ୍କୁ ରାଜ୍ୟ ଅତିଥି ତାଲିକାରୁ କାହିଁକି ବାଦ୍‌ ଦିଆଯାଇଛି ବୋଲି NCST ଅଧ୍ୟକ୍ଷ ହର୍ଷ ଚୌହାନ ମୁଖ୍ୟ ଶାସନ ସଚିବଙ୍କୁ ପଚାରିଛନ୍ତି। ତାଙ୍କୁ ପୂର୍ବରୁ ରାଜ୍ୟ ଅତିଥି, ସୁରକ୍ଷା ଏବଂ ମାନ୍ୟତା ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ରାଜ୍ୟ ଅତିଥି ମାନ୍ୟତା ଦିଆଯାଇନଥିଲା।

ଆୟୋଗ ଉଠାଇଥିବା ପ୍ରଶ୍ନ ଗୁଡ଼ିକରେ ମୁଖ୍ୟ ଶାସନ ସଚିବ କୌଣସି ସୂଚନା ଦେଇପାରିନଥିଲେ। ତେବେ ସେ ନିଶ୍ଚିତ କରିଛନ୍ତି ଯେ, ସେ ଏହି ପ୍ରସଙ୍ଗକୁ ପୁନଃ ଅନୁଧ୍ୟାନ କରିବେ ଓ ସଦସ୍ୟଙ୍କ ଗସ୍ତ ସ୍ଥିତି ଏବଂ ନିରାପତ୍ତା ସୁନିଶ୍ଚିତ କରିବେ। ସମସ୍ତ ଘଟଣାର ତଦନ୍ତ କରି ବିସ୍ତୃତ ରିପୋର୍ଟ ଦେବାଲାଗି ଏକ କମିଟି ଗଠନ କରିବାକୁ କମିଶନ କହିଛନ୍ତି। ସପ୍ତାହେ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଆୟୋଗ, ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ କରିଛନ୍ତି। 

Advertisment
Odisha Govt
Advertisment
Advertisment