Advertisment

ସଡ଼କ ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ, ଆସିଲା ନୂଆ ନିୟମ

ସଡ଼କ ଦୁର୍ଘଟଣାରେ ୩ କିମ୍ବା ତା’ଠାରୁ ଅଧିକ ମୃତ୍ୟୁବରଣ କଲେ ଏହି ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହେବ। ତ୍ୱରିତ ଓ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ଗୁରୁତ୍ୱ ଦିଆଯାଇଛି।

author-image
Rajalaxmi Sahoo
Special team to be formed for investigation of road accident

Special team to be formed for investigation of road accident

ସଡ଼କ ଦୁର୍ଘଟଣାରେ ୩ କିମ୍ବା ତା’ଠାରୁ ଅଧିକ ମୃତ୍ୟୁବରଣ କଲେ ଏହି ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହେବ। ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଲିସି ଅଣାଯାଇଛି। ତ୍ୱରିତ ଓ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ତଦନ୍ତକାରୀ ଟିମ୍‌ରେ ଜଣେ ପୋଲିସ ଅଧିକାରୀ, ଇଞ୍ଜିନିୟର ଓ ପରିବହନ ବିଭାଗର ବୈଷୟିକ ଅଧିକାରୀ ରହିବେ। ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ  ଜିଲ୍ଲା ସ୍ତରରେ ଏକ କମିଟି ଗଠନ ହେବ।

Advertisment

ରାଜ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତା ଦୁର୍ଘଟଣା ହେବା ସହ ଅନେକ ଅମୂଲ୍ୟ ଜୀବନ ଅକାଳରେ ଚାଲିଯାଉଛି। ୨୦୧୫ ମସିହାରୁ ୨୦୨୦ ମସିହା ମଧ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପରିବହନ ବିଭାଗ ପକ୍ଷରୁ କ୍ରାସ୍ ଇନଭେଷ୍ଟିଗେସନ ପଲିସି ଅଣାଯାଇଛି। ଦୁର୍ଘଟଣା ପାଇଁ ମନୁଷ୍ୟ, ଯାନବାହାନ କିମ୍ବା ଭିତ୍ତିଭୂମି ଦାୟୀ ଥିଲେ। ସେଗୁଡ଼ିକ ଠାବ କରି ସମାଧାନ କରିବାକୁ ପଲିସିରେ ପ୍ରସ୍ତାବ ରହିଛି।  

ଏଣିକି ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ଟ୍ରେନିଂ ନେବା ସହ ସମାଜ ସେବା କରିବେ ଡ୍ରାଇଭର। ଯାହାକି ସେମାନଙ୍କ ପାଇଁ ବାଧ୍ୟତାମୂଳକ। କେରଳର ପାଲକ୍କଡରେ ଏକ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ଟ୍ରାଫିକ ନିୟମକୁ ଆହୁରି କଡ଼ାକଡ଼ି କରିଛନ୍ତି। ପରିବହନ ମନ୍ତ୍ରୀ ଆଣ୍ଟୋନି ରାଜୁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

Advertisment
Road Accident
Advertisment
Advertisment