Advertisment

Tomato Price in Odisha: ଦିନେ କେଜି ପିଛା ୨୦୦ ଥିଲା, କିନ୍ତୁ ଆଜି ୨ ଟଙ୍କା

ରାଜ୍ୟରେ ୧୩୩ଟି ଶୀତଳଭଣ୍ଡାର ଥିବା ବେଳେ ମାତ୍ର ୩୫ଟି କାର୍ଯ୍ୟକ୍ଷମ ରହିଛି। ନୂଆ ସରକାର ଆସିବା ପରେ ୫୮ ସବ୍‌ଡିଭିଜନରେ ଶୀତଳଭଣ୍ଡାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ପିପିପି ମୋଡରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ୬୦ ପ୍ରତିଶତ ଯାଏଁ ସବ୍‌ସିଡି ସହ ବିଜୁଳି ସବ୍‌ସିଡି ମଧ୍ୟ ଦେଉଛନ୍ତି।

author-image
Manoranjan Sial
undefined

Tamato

ଦିନେ କେଜି ପିଛା ୨୦୦ ଥିଲା। ହେଲେ ଆଜି ୨ଟଙ୍କାରେ କିଣୁ ନାହାନ୍ତି। ଟମାଟୋ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ। କ୍ଷେତକୁ ଦେଖିଲେ କାନ୍ଦୁଛି ଟମାଟୋ ଚାଷୀ। ଏକର ଏକର ଟମାଟୋ ଚାଷ, ଭରା ଭରା ଦିଶୁଛି କ୍ଷେତ। ଯେଉଁ ଦୃଶ୍ୟକୁ ଦେଖିଲେ ଚାଷୀ ଖୁସି ହେବା କଥା। କିନ୍ତୁ ଏବେ ସେହି ଦୃଶ୍ୟକୁ ଦେଖିଲେ ଚାଷୀର ଚିନ୍ତା ବଢି ଯାଇଛି। ଅମଳକୁ ବିକିବ ନା ରଖିବ। କାହିଁକି ନା ବଜାରରେ ଏବେ ଦର କମ୍। କେଜି ପିଛା ମାତ୍ର ୨ଟଙ୍କାରେ କିଣୁଛନ୍ତି ବେପାରୀ। ରଖିବ ବୋଲି ଭାବୁଛି, ହେଲେ କେଉଁଠି? ଶୀତଳ ଭଣ୍ଡାର ତ ନାହିଁ। ଢେଙ୍କାନାଳ ହାତୀବାରିର ଶହ ଶହ ଚାଷୀଙ୍କ ଅବସ୍ଥା ଏମିତି।

Advertisment

ଖାଲି ଢେଙ୍କାନାଳ ନୁହେଁ, ଗଞ୍ଜାମର ଖଲ୍ଲିକୋଟ, କେନ୍ଦୁଝରର ଆନନ୍ଦପୁରରେ ମଧ୍ୟ ଟମାଟୋ ଚାଷୀଙ୍କ ସ୍ଥିତି ସମାନ। ଆନନ୍ଦପୁରରେ ତ ୨୫ କେଜିଆ ଟମାଟୋ ଟ୍ରେ ମାତ୍ର ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି। ପଚି ନଷ୍ଟ ହେବା ଅପେକ୍ଷା ଟଙ୍କାଟେରେ ବିକିବାକୁ ବାଧ୍ୟ ହେଉଛି ଚାଷୀ।

ରାଜ୍ୟରେ ୧୩୩ଟି ଶୀତଳଭଣ୍ଡାର ଥିବା ବେଳେ ମାତ୍ର ୩୫ଟି କାର୍ଯ୍ୟକ୍ଷମ ରହିଛି। ନୂଆ ସରକାର ଆସିବା ପରେ ୫୮ ସବ୍‌ଡିଭିଜନରେ ଶୀତଳଭଣ୍ଡାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ପିପିପି ମୋଡରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ୬୦ ପ୍ରତିଶତ ଯାଏଁ ସବ୍‌ସିଡି ସହ ବିଜୁଳି ସବ୍‌ସିଡି ମଧ୍ୟ ଦେଉଛନ୍ତି। ଏହା ସହ ପୁରୁଣା ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଦେଢ଼କୋଟି ଯାଏଁ ସହାୟତା ମଧ୍ୟ ଯୋଗାଇ ଦେବେ। ବଡ କଥା ହେଲା ଯଦିଓ ନୂଆ ସରକାର ନିଷ୍ପତ୍ତି ନେଇଛନ୍ତି କିନ୍ତୁ କେବେ ଏହି ଶୀତଳଭଣ୍ଡାର ନିର୍ମାଣ ହେବ ଆଉ ଚାଷୀ କେତେ ଦିନ ଏଭଳି ଅଭାବି ବିକ୍ରିର ଶିକାର ହେବ?

Advertisment
Dhenkanal Ganjam Kendujhar
Advertisment
Advertisment