• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନ୍ୟୁଡ୍‌କଲ୍‌ର ଶିକାର ହୋଇ ଯନ୍ତ୍ରୀ ହରାଇଲେ ୬ ଲକ୍ଷ ଟଙ୍କା । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ଏଭଳି ଟ୍ରାପ୍‌ର ଶିକାର ହୋଇଛନ୍ତି । ଏନେଇ ଅଭିଯୋଗ ପରେ ଘଟଣାରେ ସଂପୃକ୍ତ ଜଣେ ଯୁବକଙ୍କୁ ଗିରଫ କରିଛି ସେରଙ୍ଗ ଥାନା ପୋଲିସ । ଏଥିସହ  ମାଷ୍ଟର ମାଇଣ୍ଡ ଯୁବତୀଙ୍କୁ ହାଜର ହେବାକୁ ନୋଟିସ୍ ଦେଇଛି ପୋଲିସ ।

ଗତ ବର୍ଷେ ହେଲା ଯୁବତୀଙ୍କ ସହ ସଂପର୍କରେ ଥିଲେ କନିଷ୍ଠ ଯନ୍ତ୍ରୀ । ଏପରିକି କନିଷ୍ଠ ଯନ୍ତ୍ରୀଙ୍କ ନ୍ୟୁଡ୍‌ ଭିଡିଓ କଲ୍ ସୁଟିଂ କରିନେଇଥିଲେ ସଂପୃକ୍ତ ଯୁବତୀ । ଭିଡିଓ ଦେଖାଇ ବ୍ଲାକମେଲିଂ କରିବା ସହ ୬ ଲକ୍ଷ ଟଙ୍କା କନିଷ୍ଠଯନ୍ତ୍ରୀଙ୍କଠୁ ଆଦାୟ କରିଛନ୍ତି । ତେବେ ବ୍ଲାକମେଲିଂ ବଢ଼ିବାରୁ ଥାନାରେ ଏତଲା କରିଥିଲେ କନିଷ୍ଠ ଯନ୍ତ୍ରୀ । ତଦନ୍ତ କରି ଯୁବତୀଙ୍କୁ ଗିରଫ କରିବା ଟଙ୍କା ଆଦାୟ କରିଥିବା ଯୁବକଙ୍କୁ ବାନ୍ଧିଛି ପୋଲିସ ।

ସୂଚନା ମୁତାବକ, ପ୍ରଥମେ ଯୁବତୀଙ୍କ ସହ ଫେସବୁକ୍‌ରେ ବନ୍ଧୁତା। ତା’ ପରେ ଚାଟିଂରେ ଫୋନ୍‌ ନମ୍ବର ଦିଆନିଆ ଓ ନମ୍ବର ପାଇବା ପରେ ୱାଟ୍ସ ଆପରେ ଆରମ୍ଭ ହୋଇଥିଲା ପ୍ରେମ। ତା’ ପରେ ଅଶ୍ଳିଳ କଥାବାର୍ତ୍ତା ସହ ନ୍ୟୁଡ୍ ଭିଡିଓ କଲ୍‌ର ଶିକାର ହୋଇଥିଲେ ଯନ୍ତ୍ରୀ। ଏହି କଥାବାର୍ତ୍ତା ଓ ନ୍ୟୁଡ୍ ଭିଡିଓ କଲକୁ ସ୍କ୍ରିନ୍ ରେକର୍ଡର ଜରିଆରେ ରେକର୍ଡ କରିନେଇଥିଲେ ଅଭିଯୁକ୍ତ ଯୁବତୀ।