Advertisment

ବିଜେଡି ଷ୍ଟାର ପ୍ରଚାରକ ; ବାଦ୍‌ ପଡିଲେ ଅନୁଭବ, ସମୀର: ପଶିଲେ ଅରିନ୍ଦମ

ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଲିକାରୁ କିଏ ବାଦ ପଡିବ ତାହାକୁ ସମସ୍ତେ ଅପେକ୍ଷା କରିଥିବାବେଳେ ଏବେ ଏହି ତାଲିକା ସାମ୍ନାକୁ ଆସିଛି।

author-image
Minati Mishra
ଅଦ୍ୟତନ ହୋଇଛି
star campaigner list of bjd

star campaigner list of bjd

ଧାମନଗର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ରର ଯାଞ୍ଚ କରାଯିବ । ଗତକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୬ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ୧୭ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଇତି ମଧ୍ୟରେ ପ୍ରକାଶ ପାଇ ସାରିଛି ବିଜେଡିର ଷ୍ଟାର ପ୍ରଚାରକ ତାଲିକା। ଏହି ତାଲିକାକୁ ସମସ୍ତେ ଅପେକ୍ଷା କରିଥିଲେ। ତାଲିକାରେ କିଏ ପଶିଲା, କିଏ ବାହାରିଲା ତା ଉପରେ ଥିଲା ସମସ୍ତଙ୍କ ନଜର। 

Advertisment

ଇତି ମଧ୍ୟରେ ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଲିକାରୁ କିଏ ବାଦ ପଡିବ ତାହାକୁ ସମସ୍ତେ ଅପେକ୍ଷା କରିଥିବାବେଳେ ଏବେ ଏହି ତାଲିକା ସାମ୍ନାକୁ ଆସିଛି। ଏହି ତାଲିକାରୁ ସବୁଥର ପରି ଏଥର ବି ବାଦ ପଡିଛନ୍ତି ସାଂସଦ ଅନୁଭବ ମହାନ୍ତି। ଏହାବ୍ୟତୀତ ଜିଲ୍ଲା ପରିଷଦ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣାରେ ବିବାଦକୁ ଆସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ମଧ୍ୟ ତାଲିକାରୁ ବାଦ ଦିଆଯାଇଛି । ଅନ୍ୟପକ୍ଷେ  ଏଥର  ପ୍ରଚାର ତାଲିକାରେ  ଅରିନ୍ଦମଙ୍କୁ ସାମିଲ କରାଯାଇଛି।

ଷ୍ଟାର ପ୍ରଚାରକ ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମନ୍ତ୍ରୀ । ଏଥିସହିତ ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ସ୍ୱାଇଁ,  ପ୍ରଫୁଲ୍ଲ ମଲିକ, ପ୍ରମିଳା ମଲିକ, ପ୍ରତାପ କେଶରୀ ଦେବ ପ୍ରମୁଖ ମଧ୍ୟ ଷ୍ଟାର କ୍ୟାମ୍ପେନର ତାଲିକାରେ ସାମିଲ ଅଛନ୍ତି।

Advertisment

ଏଠି କହିରଖିବୁ. ନାମାଙ୍କନ ଦାଖଲର ଶେଷ ଦିନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ଓ ବିଦ୍ରୋହୀ ବିଜେଡି ନେତା ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି। ବିଜେଡିର ବିଦ୍ରୋହୀ ଭାବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ରଙ୍କ ଉପରେ ସମସ୍ତଙ୍କ ନଜର । ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ତାଙ୍କ ଉପରେ ଦଳୀୟ ଚାପ ପଡିପାରେ। ଚାପର ବଶବର୍ତ୍ତୀ ହୋଇ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ କି ନାହିଁ ତାହା ୧୭ ତାରିଖ ସୁଦ୍ଧା ଜଣାପଡ଼ିବ।  

ତେବେ ବିଜେଡି ଉପରେ ଏବେ ସବୁ ଦଳର ନଜର କେନ୍ଦ୍ରୀଭୂତ ହୋଇଛି।  ଏପଟେ ବିଜେପିଠାରୁ ଆସନ ଛଡ଼ାଇ ଆଣି ନିଜ ପତିଆରା ଦେଖାଇବାକୁ ବିଜେଡି ବି ଅଣ୍ଟା ଭିଡିଥିବା ବେଳେ ଦଳୀୟ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି। ଏଇ ଗୋଷ୍ଠୀ କନ୍ଦଳ ହିଁ ଅନ୍ୟ ଦଳକୁ ସୁହାଇବ ବୋଲି ରାଜନୀତିକ ବିଶେଷଜ୍ଞଙ୍କ ମତ ଦେଇଛନ୍ତି ।

ଏପଟେ, ବିଜେପି ମଧ୍ୟ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ତାଲିକାରେ  ଅଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି, ତିନି ଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ କ୍ଷେତ୍ର ପ୍ରଭାରୀ ସୁନୀଲ ବଂଶଲ, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ବିଜୟପାଲ ସିଂହ ତୋମାର, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ।

ସେହିପରି କଂଗ୍ରେସ ପକ୍ଷରୁ ପ୍ରକାଶିତ ଷ୍ଟାର କ୍ୟାମ୍ପେନର ତାଲିକାରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ବାଦ ପଡ଼ିଛି। ଦଳର ୩୦ ଜଣିଆ ତାଲିକାରେ ପ୍ରଭାରୀ ଚେଲା କୁମାର ଓ ସହପ୍ରଭାରୀ ରୁଦ୍ର ରାଜୁଙ୍କ ନାମ ଥିବାବେଳେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ୩ ପୂର୍ବତନ ପିସିସି ମୁଖ୍ୟ, ବିଧାୟକ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ
ବରିଷ୍ଠ ନେତା ଭକ୍ତ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା, ଶରତ ରାଉତ ସାମିଲ ଅଛନ୍ତି। ସେହିପରି ସୁର, ତାରା, ସାଲୁଜାଙ୍କ ସମେତ ତାଲିକାରେ ୮ ବିଧାୟକଙ୍କ ନାଁ ବି ରହିଛି। 

Star Campaigners Dhamnagar Dhamnagar Bypoll
Advertisment
Advertisment