Advertisment

ଜନ୍ମଦିନରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍‌...ବିରୋଧୀଙ୍କୁ ଲାଗିଲା ଜୋରଦାର ଝଟ୍‌କା

ନବୀନଙ୍କ ବଡ଼ ନିଷ୍ପତ୍ତି ସାମ୍ନାରେ ବିରୋଧୀ ହେଲେ ବାୟା। ଧାମନଗର ନିର୍ବାଚନ ପାଇଁ ବିରୋଧୀ ପାଗଭିଡୁଥିବା ବେଳେ ଏତିକି ବେଳେ ଚକମା ଦେଇ ଦେଲେ ନବୀନ। ଖାଲି ଚକମା ଦେଲେ ତାହା ନୁହେଁ ବରଂ ବିରୋଧୀଙ୍କୁ ପୂରା ଚୁପ୍‌ କରିଦେଲେ

author-image
Sarbeswar
ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

ଜନ୍ମଦିନ ପୂର୍ବରୁ ନବୀନଙ୍କ ମାଷ୍ଟ୍ରର ଷ୍ଟ୍ରୋକ୍‌। ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କୁ ନିୟମିତ କରିବାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କିଏ କିଏ ଏହାକୁ ପୂଜା ଭେଟି ତ ଆଉ କିଏ ଜନ୍ମଦିନର ଗିଫ୍ଟ ବୋଲି କହୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କେବଳ ଏବେ ନୁହେଁ ବରଂ ବହୁ ପୂର୍ବରୁ ଏମିତି ମାଷ୍ଟ୍ରର ଷ୍ଟ୍ରୋକ୍‌ ଦେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। କୁହାଯାଉଛି କି ଠିକା କର୍ମଚାରୀ ନିୟମିତ ହେଲେ ରାଜ୍ୟ ସରକାରଙ୍କ ଉପରେ ୧୩ଶହ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱର ବୋଝ ପଡିବ। ହେଲେ ସବୁ ପରେ ବି ନବୀନ ଖେଳିଛନ୍ତି ମାଷ୍ଟ୍ରର ଷ୍ଟ୍ରୋକ୍‌ ତାହା ପୁଣି ରାଜ୍ୟର ଗୋଟିଏ ବିଧାନସଭା ସିଟ୍‌ରେ ହେବାକୁ ଥିବା ଉପନିର୍ବାଚନର ଠିକ୍‌ କିଛି ଦିନ ପୂର୍ବରୁ। ନବୀନଙ୍କ ଘୋଷଣାରେ କର୍ମଚାରୀ ଏତେ କେତେ ଯେ ନଦେଖିଲେ ବିଶ୍ୱାସ ହେବନି।

Advertisment

ନବୀନଙ୍କ ବଡ଼ ନିଷ୍ପତ୍ତି ସାମ୍ନାରେ ବିରୋଧୀ ହେଲେ ବାୟା। ଧାମନଗର ନିର୍ବାଚନ ପାଇଁ ବିରୋଧୀ ପାଗଭିଡୁଥିବା ବେଳେ ଏତିକି ବେଳେ ଚକମା ଦେଇ ଦେଲେ ନବୀନ। ଖାଲି ଚକମା ଦେଲେ ତାହା ନୁହେଁ ବରଂ ବିରୋଧୀଙ୍କୁ ପୂରା ଚୁପ୍‌ କରିଦେଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ପୂରା ରାଜ୍ୟରେ କର୍ମୀ ଓ ଦଳୀୟ ନେତାଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ବି ହୋଇଛି। ଆଉ ଏମିତି ସ୍ଥିତିରେ କର୍ମୀ କି ନେତା କିମ୍ବା ସମର୍ଥକଙ୍କ ମନକୁ ଖରାପ କରିନାହାନ୍ତି ନବୀନ। ସେଇଥି ପାଇଁ ତ ଜନ୍ମଦିନର ଠିକ୍‌ ଗୋଟିଏ ଦିନ ପୂର୍ବରୁ କଲେ ବଡ ଘୋଷଣା।

ନବୀନଙ୍କ ନିଷ୍ପତ୍ତି ଅନୁସାରେ, ବର୍ତ୍ତମାନ ରାଜ୍ୟରେ ସମସ୍ତ ଠିକା କର୍ମଚାରୀ ନିୟମିତ ହେବେ। ଖାଲି ଏତିକି ନୁହେଁ ବରଂ ୨୦୧୩ରୁ ଆରମ୍ଭ ହୋଇଥିବା ଠିକା କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ୨୦୨୨ରେ ଶେଷ ହୋଇଛି। ଅବଶ୍ୟ ଏଥିପାଇଁ ରାଜ୍ୟ ସରକାରଙ୍କ ଉପରେ ୧୩ ଶହ କୋଟିର ଅତିରିକ୍ତ ରାଜସ୍ୱ ବୋଝ ପଡିବ। ହେଲେ ତାହାକୁ କିନ୍ତୁ ଖାତିର ନକରି ଏମିତି ନିଷ୍ପତ୍ତି ନେଇଛନ୍ତି ନବୀନ।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଉ ଅଳ୍ପଦିନ ପରେ ଧାମନଗର ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ଆଉ ମାତ୍ର ବର୍ଷକ ପରେ ସାଧାରଣ ନିର୍ବାଚନ ହେବ। କୁହାଯାଉଛି କି, ୨୦୨୪ ପୂର୍ବରୁ ଯେମିତି ନିଜ ଚୌକିକୁ ସୁରକ୍ଷିତ ରଖାଯିବ ସେନେଇ ଏବେଠୁ ମାନସମନ୍ଥନ କରୁଛନ୍ତି ନବୀନ। ଏପଟେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା କୁଆଡେ ଚାପିହୋଇ ରହିବ ବୋଲି ବିରୋଧୀ କହୁଥିବା ବେଳେ ସମୟ କହିବ କେଉଁ ମାମଲା କେତେ ଆଗକୁ ଯାଉଛି?

Odisha News CM Naveen Patnaik
Advertisment
Advertisment