Advertisment

ବୁଲ୍‌ଡୋଜର ଚଢ଼ାଇ ମାଟିରେ ମିଶାଇ ଦେଲେ PMAY ଘର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଘରକୁ ଭାଙ୍ଗିଦେଲେ ତହସିଲଦାର। ଏହି ଘର ସରକାରୀ ଜାଗାରେ ନିର୍ମାଣ ହୋଇଥିବାରୁ ଏହାକୁ ପୂର୍ବରୁ ତହସିଲଦାର ଚିନ୍ମୟ ସାଗର ବିରୋଧ କରୁଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Local admin demolishes PMAY beneficiary’s house in Nabarangpur

Local admin demolishes PMAY beneficiary’s house in Nabarangpur

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତିଆରି କରିଥିବା ଘରକୁ ଭାଙ୍ଗିଦେଲେ ତହସିଲଦାର। ଘର ଉପରେ ବୁଲ୍‌ଡୋଜର ଚଢ଼ାଇ ମାଟିରେ ମିଶାଇ ଦେବା ପରେ ଏବେ ଖୋଲା ଆକାଶ ତଳେ ରହୁଛନ୍ତି ପରିବାର। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଧୋଡ୍ରା ଗାଁରେ ଏହି ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ଧୋଡ୍ରା ଗାଁର ରତନ ଚନ୍ଦ୍ର ବିଶ୍ୱାସଙ୍କୁ ୨୦୧୯-୨୦ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଏକ ଗୃହ ପ୍ରଦାନ କରାଯାଇଥିଲା। ପ୍ରଥମ କିସ୍ତିରେ ୨୦ ହଜାର ଏବଂ ଦ୍ୱିତୀୟ କିସ୍ତିରେ ୩୫ ହଜାର ଟଙ୍କା ଉଠାଇବା ସହ ଧାରକରଜ କରି ରତନ ଘର ନିର୍ମାଣ କରିଥିଲେ। ତେବେ ଏହି ଘର ସରକାରୀ ଜାଗାରେ ନିର୍ମାଣ ହୋଇଥିବାରୁ ଏହାକୁ ପୂର୍ବରୁ ତହସିଲଦାର ଚିନ୍ମୟ ସାଗର ବିରୋଧ କରୁଥିଲେ।  ଏନେଇ ତହସିଲଦାର, ଚିନ୍ମୟଙ୍କୁ ପୂର୍ବରୁ ତାଗିଦ ମଧ୍ୟ କରିଥିଲେ। ତେବେ ସେ ପିଏମଏଓ୍ୱାଇ ଯୋଜନାରେ ଘର ପାଇଥିବାରୁ ଘର ନିର୍ମାଣ କରି ପରିବାର ସହ ରହୁଥିଲେ।

କିନ୍ତୁ ୨ ଦିନ ପୂର୍ବେ ତହସିଲଦାର ବୁଲ୍‌ଡୋଜର ଲଗାଇ ରତନଙ୍କ ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ। ତାଙ୍କ ଘରକୁ ତହସିଲଦାର ଉଦ୍ଦେଶ୍ୟମୂଳକ ଭାବେ ଭାଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି।ରତନଙ୍କ ଭଳି ଆଉ ୧୮ ଜଣ ସରକାରୀ ଜମିରେ ଘର କରିଥିଲେ ମଧ୍ୟ କେବଳ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଘର ଉଚ୍ଛେଦ ପରେ ରତନଙ୍କ ପରିବାର ଜରି ପାଲ ଟାଣି ସେଥିରେ ୪ ପ୍ରାଣୀ କୁଟୁମ୍ବଙ୍କୁ ଆଶ୍ରୟ ନେଉଛନ୍ତି। 

Advertisment

ଘଟଣାକୁ ନେଇ ଝରିଗାଁ ତହସିଲଦାର ଚିନ୍ମୟ ସାଗର କହିଛନ୍ତି, ‘ସମସ୍ତ ପ୍ରକାର ସର୍ଭେ କରିବା ପରେ ଜାଣିବାକୁ ପାଇଲୁ ଯେ, ସେ (ରତନ ଚନ୍ଦ୍ର ବିଶ୍ୱାସ) ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ନୁହଁନ୍ତି।’

PMAY
Advertisment
Advertisment