ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କେଁ । ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଉ ପାଉ ବିବାଦ । ଆନୁଆଲ୍ ଏଗ୍ରିମେଣ୍ଟ ଆଧାରରେ ଶିକ୍ଷକଙ୍କୁ ମିଳିବ ବର୍ଷିକିଆ ନିଯୁକ୍ତି । ଠିକା ନିଯୁକ୍ତି ବ୍ୟବସ୍ଥା ଉଛେଦ ପରେ ବି ପୁଣି ସେହି ବ୍ୟବସ୍ଥାକୁ ଫେରିଲେ ସରକାର । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ପ୍ରକ୍ରିୟା । ତେବେ ଏଥିପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ତାକୁ ନେଇ ଦେଖାଦେଇଛି ବିବାଦ । କାରଣ ଶିକ୍ଷକ ନିଯୁକ୍ତି ସ୍ଥାୟୀ ବଦଳରେ ବର୍ଷିକିଆ ଏଗ୍ରିମେଣ୍ଟ ଆଧାରରରେ ହେବ ।
ଗତବର୍ଷ ଅକ୍ଟୋବରରେ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେଲା ବୋଲି ଘୋଷଣା କରି ବାଃ ବାଃ ସାଉଁଟି ଥିଲେ ରାଜ୍ୟ ସରକାର । କିନ୍ତୁ ପୁଣି ଥରେ ସେହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।
ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବ ପାରିତ ହୋଇଛି।
ଅଭିଯୋଗ ଶୁଣିବା ପରେ ୧ ମାସ ମଧ୍ୟରେ ଦାବି ପୂରଣ କରିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଓଡ଼ିଶା ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ ସୂଚନା ଦେଇଛି।
ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଦୀପାବଳି ଉପହାର । ଏହି ମାସରୁ ଲାଗୁ ହେବ ବର୍ଦ୍ଧିତ ଦରମା ।