Advertisment

Gold Price Hike: ସୁନା ଭାଙ୍ଗିଲା ସବୁ ରେକର୍ଡ: ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ଦର ୮୦ ହଜାର ପାର୍‌

ରାଜଧାନୀରେ ଆଜି ୨୨ କ୍ୟାରେଟ୍‌ ସୁନା ଦର ୮୦ ହଜାର ପାର କରିଯାଇଥିଲା ବେଳେ ଖାଣ୍ଟି ସୁନା ବା ୨୪ କ୍ୟାରେଟ୍ ଦର ପାଖାପାଖି ୮୮ ହଜାରରେ ପହଞ୍ଚିଛି। ଏପରିକି ବିଶେଷଜ୍ଞଙ୍କ ଆକଳନ ମାସକ ଭିତରେ ଖାଣ୍ଟି ସୁନା ଲକ୍ଷେ ମଧ୍ୟ ଟପିଯାଇ ପାରେ।

author-image
Manoranjan Sial
undefined

Gold

ବିବାହ ସିଜିନରେ ଗ୍ରାହକଙ୍କୁ ସୁନା ଟେନ୍ସନ୍। ବୋଲ ମାନୁନି ଦର। ପ୍ରତିଦିନ ହୁ ହୁ ଉପର ମୁହାଁ ସୁନା ଦର। ଭାଙ୍ଗି ଚାଲିଛି ରେକର୍ଡ ପରେ ରେକର୍ଡ। କେବଳ ଏଇ ମାସକ ଭିତରେ 22 କ୍ୟାରେଟ୍ ସୁନା ମହଙ୍ଗା ସାଢ଼େ ୭ ହଜାରରୁ ଅଧିକ। ଜାନୁଆରୀ ୧୧ ତାରିଖ ଅର୍ଥାତ୍ ଠିକ ମାସକ ତଳେ 22 କ୍ୟାରେଟ୍ ସୁନା ଦର ଥିଲା 10 ଗ୍ରାମକୁ 73 ହଜାର ଟଙ୍କା। ହେଲେ ଆଜିକା ଦିନରେ ରାଜଧାନୀରେ ଦର ୮୦ ହଜାର ୬ ଶହ ଟଙ୍କା ଛୁଇଁଛି।

Advertisment

ସେହିପରି ଖାଣ୍ଟି ସୁନା ଦର 10 ଗ୍ରାମ୍ ପିଛା 88 ହଜାର ପାଖାପାଖି ପହଞ୍ଚିଛି। ଆଜି 24 କ୍ୟାରେଟ୍ ସୁନା ରେଟ୍ ରହିଛି 87 ହଜାର 930 ଟଙ୍କା। ସବୁଠୁ ବଡ଼ କଥା ହେଉଛି ଦିନକରେ ୮ ଶହ ଟଙ୍କା ମହଙ୍ଗା ହେଇଛି ଗୋଲ୍ଟ ରେଟ୍। ଆଉ ସୁନାର ଏ ଭାଉ ଦେଖି ଗ୍ରାହକ ତାଜୁବ। ସୁନା ଗହଣା କିଣିବାକୁ ଯୋଜନା କରୁଥିବା ଲୋକ ତ ଏବେ ଶହେ ଥର ଭାବୁଛନ୍ତି। ବିବାହ ଓ ପର୍ବ ପର୍ବାଣୀ ପାଇଁ କିଣିବାକୁ ଥିଲେ ଯେମିତି ସେମିତି ଅଳ୍ପରେ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି। ଏପଟେ ସୁନାର ଏଭଳି ଦରବୃଦ୍ଧିରେ କିଭଳି ବେପାର କରିବେ, ସେ ଚିନ୍ତାରେ ବ୍ୟବସାୟୀ।

ଅଧିକ ପଢ଼ନ୍ତୁ: ପଞ୍ଜିକାରେ ବିଭ୍ରାନ୍ତିକର ତଥ୍ୟ ଦେଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଇସ୍ପାତ ଓ ଆଲୁମିନିୟମ୍ ଉପରେ ୨୫ ପ୍ରତିଶତ ଟିକସ ଲଗାଇବାକୁ ଆମେରିକାରେ ଟ୍ରମ୍ପ ସରକାର ଘୋଷଣା କରିବା ପରଠାରୁ ବିଶ୍ୱବଜାରରେ ସୁନା ମୂଲ୍ୟ ବଢିବାରେ ଲାଗିଛି। ଗୋଟିଏ ପଟେ ଟ୍ରମ୍ପଙ୍କ ଶୁଳ୍କ ପ୍ରହାର ଜାରି ରହିଥିବା ବେଳେ ଅନ୍ୟପଟେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଛି। ସେଥିପାଇଁ ସୁନା ଆମଦାନୀ ମହଙ୍ଗା ହୋଇଛି। ସେହିପରି ବିଶ୍ୱ ବଜାରରେ ଅସ୍ଥିରତା ଲାଗି ରହିଥିବାରୁ ସବୁ ଦେଶ ସେମାନଙ୍କ ଗୋଲ୍ଡ ରିଜର୍ଭକୁ ବଢ଼ାଇବାକୁ ଚାହୁଁଛନ୍ତି। ନିବେଶକମାନେ ମଧ୍ୟ ଷ୍ଟକ୍‌ ବଜାର ଅପେକ୍ଷା ସୁନାରେ ପୁଞ୍ଜି ନିବେଶକୁ ସୁରକ୍ଷିତ ମଣୁଥିବାରୁ ଦର ବଢ଼ି ବଢ଼ି ଚାଲିଛି।

Advertisment

ବଜାର ବିଶେଷଜ୍ଞଙ୍କ ମତ ଏ ସ୍ଥିତି ଆଗକୁ ବି ଜାରି ରହିବ। ଏମିତିକି ଏଇ ମାସକ ଭିତରେ ଖାଣ୍ଟି ସୁନା ଦର ଲକ୍ଷେ ଟଙ୍କା ବି ଛୁଇଁବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ଆଜି କାରବାର ଶେଷ ସୁଦ୍ଧା ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ସାମାମ୍ୟ ହ୍ରାସ ପାଇ ୮୦ ହଜାର ୧୦୦ ଟଙ୍କା ହୋଇଛି।

ତଥ୍ୟ କହୁଛି, ବିଗତ ୬ ବର୍ଷରେ ସୁନା ଦର ଡବଲରୁ ଅଧିକ ବଢ଼ିଛି। 2019ରେ ଯେଉଁଠି 24 କ୍ୟାରେଟ୍ ସୁନା ଦର 40 ହଜାର ତଳେ ଅର୍ଥାତ୍ 39 ହଜାର 108 ଟଙ୍କା ଥିଲା। ଆଜିକା ଦିନରେ ପାଖାପାଖି 48 ହଜାର ବଢ଼ି 88 ହଜାର ଛୁଇଁବ ଛୁଇଁବ ହେଉଛି। ଶେଷ ଥର ପାଇଁ 2021ରେ କୋଭିଡ୍ ପ୍ରଭାବରେ ଦରରେ ସାମାନ୍ୟ ହ୍ରାସ ଘଟିଥିଲା ବେଳେ ତା’ ପରଠୁ ଯେମିତି ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ସୁନା।

ଅଧିକ ପଢ଼ନ୍ତୁ: କଥା ଦେଇ କଥା ରଖିଲେ ମନ୍ତ୍ରୀ, ଲୋକଙ୍କୁ ନେଲେ ପ୍ରୟାଗରାଜ

Gold Gold Price In India
Advertisment
Advertisment