ରାଜ୍ୟ ରାଜନୀତିରେ ଏବେ ଦୁଇଟି ଘଟଣା କମ୍ପନ ସୃଷ୍ଟିକରିଛି। ଗୋଟିଏ ପଟେ ଅର୍ଚ୍ଚନା ନାଗଙ୍କ ମାମଲାକୁ ନେଇ ସରକାର ଟଳମଳ ହେଉଥିବା ବେଳେ ଅନ୍ୟପଟେ ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କୁ ନେଇ ରାଜନୈତିକ କମ୍ପନ ସୃଷ୍ଟିହୋଇଛି।
ବିଜେଡି ଟିକଟ୍ ନମିଳିବା ସତ୍ତ୍ୱେ ଦଳର ନିଷ୍ପତ୍ତିକୁ ଗ୍ରହଣ ନକରି ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ହେଲେ ବଡ଼ ପ୍ରଶ୍ନ, କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ? କଣ ପାଇଁ ରାଜେନ୍ଦ୍ରଙ୍କୁ ଟିକଟ୍ ଦେଲାନାହିଁ ବିଜେଡି ?
ବିଜେଡି ବିରୋଧରେ ବିଦ୍ରୋହ କରି ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଦଳୀୟ ଶୃଙ୍ଖଳାକୁ ମାନି ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ନା ନିଜ ନିଷ୍ପତ୍ତିରେ ଅଟଳ ରହି ସ୍ୱାଧୀନ ଭାବେ ଲଢ଼ିବେ। ତାହା ଆଜି ସ୍ପଷ୍ଟ ହୋଇଯିବ।
ଧାମନଗରରେ ଧମାକା କରିବେ କି ରାଜୁ ଦାସ? ବିଦ୍ରୋହ କରି ସ୍ୱାଧୀନ ଭାବେ ଲଢ଼ିବା, ବିଜେଡିକୁ ମହଙ୍ଗା ପଡିବ କି? ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିଲେ ବି କାହିଁକି ରାଜୁ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରୁନି ବିଜେଡି?
ଧାମନଗର ବିଜେଡିରେ ବିଦ୍ରୋହ ନିଆଁ । କୁଚକ୍ରି ଗୋଷ୍ଠୀ କହି ଭଦ୍ରକ ବିଜେଡି ନେତାଙ୍କୁ ରାଜେନ୍ଦ୍ରଙ୍କ ଟାର୍ଗେଟ୍ ।
୨୦୦୯ରେ ଧାମନଗର ଆସନରୁ ବିଜେଡିର ପ୍ରାର୍ଥୀ ହୋଇଥିଲେ ।
ପଦଯାତ୍ରାରେ ସମର୍ଥକଙ୍କ ସହ ଆସି ରାଜେନ୍ଦ୍ର ଦାସ ନାମାଙ୍କନ ଦାଖଲ କରିଛନ୍ତି ।
ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ତୀବ୍ର ହେଉଛି ଅସନ୍ତୋଷ । ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବାରୁ ସମର୍ଥକଙ୍କ ଜୋରଦାର ବିରୋଧ । ଫେଲ୍ ମାରିଲା ଦଳର ତାଳିପକା ଉଦ୍ୟମ । ନାରାବାଜି ଚାଲିଛି ଯେ, ରାଜୁ ଦାସ ନାହିଁ ତ ଭୋଟ୍ ନାହିଁ ।
ଟିକେଟ ନପାଇ ନିଜ ମନରେ ନଥିବା କ୍ଷୋଭକୁ ପ୍ରକାଶ କରିଛନ୍ତି ଧାମନଗର ବିଜେଡି ନେତା ରାଜେନ୍ଦ୍ର ଦାସ ।