• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଗଛ ସାରା ପେନ୍ଥା ପେନ୍ଥା ସେଓ ହୋଇଛି । ଟିକିଏ ପବନ ଦେଲା ବେଳକୁ ଏମିତି ଝୁଲୁଛି ଯେ ଦେଖିଲା ବେଳକୁ ପେଟ ପୂରିଯିବ । ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ଯାଜପୁର ଜିଲ୍ଲାରେ । ହୁଏତ ଆପଣ ଭାବିଥାଇପାରନ୍ତି ସାଧାରଣତଃ ସେଓ ବରଫ ଅଂଚଳରେ ଫଳେ, ଯାଜପୁର ପରି ଗ୍ରୀଷ୍ମ ପ୍ରବଣ ସ୍ଥାନରେ କେମିତି ହେଲା ? କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ ।

ଗଛରେ ଗୋଟିଏ ନୁହେଁ ବରଂ ବୋଝେ ସେଓ ହୋଇଛି, ଦଲକାଏ ପବନ ଦେଲେ ଦୋହଲୁଛି । ଆପେଲ ଚାଷ କରିଥିବାରୁ ଲୋକେ ବି ଦେଖିବାକୁ ଆସୁଛନ୍ତି । ଯାଜପୁର ଜିଲ୍ଲାର କୋରାଇ ବ୍ଲକ ବନ୍ଦାଳୋ ପଞ୍ଚାୟତର ରବୀନ୍ଦ୍ର ନାୟକ ଏବେ ନିଜ କ୍ଷେତରେ କରିଛନ୍ତି ସେଓ ଚାଷ । ଏବେ ନୁହେଁ ବରଂ ବହୁ ପୂର୍ବରୁ କ୍ଷେତରେ ପରିବା ଚାଷ କରି ଦୁଇ ପଇସା ରୋଜଗାର କରୁଥିଲେ । ହେଲେ ବାହାର ରାଜ୍ୟକୁ ବୁଲିବାକୁ ଯାଇଥିବା ବେଳେ ସେଓ ଚାଷ କେମିତି ହେଉଛି ତାହା ଦେଖିଥିଲେ । ଖାଲି ଦେଖିଥିଲେ ତାହା ନୁହେଁ ବରଂ ପ୍ରଥମ ଦଫାରେ ୬୦ ଗଛ ଆଣି ନିଜ କ୍ଷେତରେ ଲଗାଇଥିଲେ ।

ମୁଣ୍ଡ ଝାଳ ତୁଣ୍ଡରେ ମାରି...ଦିନରାତି ଏକ କରି ସେଓ ଗଛର ଯତ୍ନ ନେଲେ ରବୀନ୍ଦ୍ର । ପ୍ରାୟ ବର୍ଷେ ପରେ ଏବେ ଗଛରେ ଫଳ ଆସିଛି...ପେନ୍ଥା ପେନ୍ଥା ହୋଇ ସେଓ ଫଳିଛି । ଖାଲି ସେଓ ନୁହେଁ ବରଂ ସେପଟା, ଆମ୍ବ ଓ ସପୁରୀ ଭଳି ଫଳ ବି ଚାଷ କରୁଛନ୍ତି ରବିନ୍ଦ୍ର । ସବୁ ଖର୍ଚ୍ଚ ଯିବା ପରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସେ ଲାଭ କରୁଥିବା କହିଛନ୍ତି ।

ସେଓ ଚାଷ କଥା ମନକୁ ଆସିଲେ ପ୍ରଥମେ ଶୀତଳ ଜଳବାୟୁ କଥା ମନକୁ ଆସେ । ଆମେ ସମସ୍ତେ ଜାଣନ୍ତି ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶର ଶୀତଳ ଜଳବାୟୂରେ ଭଲ ସେଓ ଚାଷ ହୁଏ । ହେଲେ ଏକଥା ପୂରା ଭୁଲ୍‌ ପ୍ରମାଣିତ କରି ଦେଖାଇଛନ୍ତି ରବିନ୍ଦ୍ର । କାରଣ ୪୦ ରୁ ୪୨ ଡିଗ୍ରୀ ତାପମାତ୍ରା ଜଳବାୟୁରେ ବି ସେ କରିଛନ୍ତି ସେଓ ଚାଷ । ତେବେ ସରକାରୀ ପ୍ରୋତ୍ସାହନ ମିଳିଲେ ରବିନ୍ଦ୍ର ଅଧିକ ମାତ୍ରାରେ ସେଓ ଚାଷ କରିବା ସହିତ ଅନେକ ପ୍ରକାର ଫଳ ଚାଷ କରିପାରନ୍ତେ । 

 

  • Reported by:
  • JANMEJAY DASH