Advertisment

ଝାରସୁଗୁଡ଼ାକୁ ୧ ନମ୍ବର ଶିଳ୍ପ ସମୃଦ୍ଧ ଜିଲ୍ଲା କରିବା ବିଜେଡିର ଲକ୍ଷ୍ୟ: ନବୀନ

କାହାର ହେବ ଝାରସୁଗୁଡ଼ା ? ଶେଷ ମୁହୂର୍ତ୍ତରେ ଗଡ଼ ଦଖଲ ପାଇଁ ପ୍ରଚାର ମୈଦାନରେ ହାଇଭୋଲଟେଜ୍ ଟକ୍କର। ମୁଖ୍ୟମନ୍ତ୍ରୀ ନବୀନଙ୍କ ସଭାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସଭା, ରୋଡ୍ ସୋ...ଆଟାକ୍, କାଉଣ୍ଟର ଆଟାକ୍

author-image
Chandan Shishu
ଅଦ୍ୟତନ ହୋଇଛି
Odisha CM Naveen Patnaik campaigns for Dipali Das

Odisha CM Naveen Patnaik campaigns for Dipali Das

ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ। ଝାରସୁଗୁଡ଼ାର ଅମଲିପାଲିରେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କ ପାଇଁ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ବୀର ସୁରେନ୍ଦ୍ର ସାଏଙ୍କୁ ପ୍ରଣାମ ଜଣାଇ ସେ ଭାଷଣ ଆରମ୍ଭ କରିଛନ୍ତି। ନିର୍ବାଚନୀ ସଭାରେ ଦିବଂଗତ ନବ ଦାସଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Advertisment

ସେ କହିଛନ୍ତି ଯେ ନବ ଦାସଙ୍କ କାମ ପାଇଁ ଝାରସୁଗୁଡ଼ାବାସୀ ତାଙ୍କୁ ମନେ ରଖିବେ। ତାଙ୍କ ଦାୟିତ୍ବ ନେବାକୁ, ସେବା କରିବାକୁ ଦୀପାଳି ଆଗେଇ ଆସିଛନ୍ତି। ଦୀପାଳି ଉଚ୍ଚ ଶିକ୍ଷିତା ଓ ସମାଜସେବାରେ ବେଶି ରୁଚି ରଖନ୍ତି। ବିରୋଧୀ ଦୀପାଳିଙ୍କୁ ଗାଳି ଦେଉଥିବା ମୋତେ ଦୁଃଖ ଦେଇଛି। ଦୀପାଳି ଏ ମାଟିର ଝିଅ, ତାଙ୍କୁ ସେବା ପାଇଁ ଆପଣ ସୁଯୋଗ ଦିଅନ୍ତୁ। ମୋର ବିଶ୍ବାସ ଦୀପାଳି ସେବାର ସୁଯୋଗ ପାଇଲେ ତାକୁ ସାକାର କରିବେ।

ସେ ଆହୁରି କହିଛନ୍ତି  ଯେ ଝାରସୁଗୁଡ଼ାକୁ ୧ ନମ୍ବର ଶିଳ୍ପ ସମୃଦ୍ଧ ଜିଲ୍ଲା କରିବା ବିଜେଡିର ଲକ୍ଷ୍ୟ। ଝାରସୁଗୁଡ଼ାବାସୀଙ୍କ ସେବା ଲାଗି ଦୀପାଳିଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। 

Advertisment

ଶେଷ ମୁହୂର୍ତ୍ତରେ ଗଡ଼ ଦଖଲ ପାଇଁ ପ୍ରଚାର ମୈଦାନରେ ହାଇଭୋଲଟେଜ୍ ଟକ୍କର। ପ୍ରଚାର ସରିବାର ଦିନକ ପୂର୍ବରୁ ନିର୍ବାଚନୀ ସଭା ଓ ରୋଡ୍ ଶୋସୋ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଂଗ୍ରେସ ବି ଶେଷ ମୁହୂର୍ତ୍ତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନକୁ ଜୋରଦାର କରିଛି।

BJD BJP Election Campaign
Advertisment
Advertisment