• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀଙ୍କ ସମ୍ପର୍କରେ କହୁକହୁ ହଠାତ୍‌ ବନ୍ଦ ହୋଇଯାଇଥିଲା ମାଇକ୍‌ । ୩ ସେନାର ମୁଖ୍ୟ ତଥା ଦେଶର ପ୍ରଥମ ନାଗରିକ ଭାଷଣ ଦେବା ବେଳେ କଟିଯାଇଥିଲା ବିଜୁଳି । ମିନିଟ୍‌ କି ୨ ମିନିଟ୍‌ ନୁହେଁ ପୂରା ୯ ମିନିଟ୍‌ ପର୍ଯ୍ୟନ୍ତ କଟିଗଲା ଲାଇଟ୍‌ । ସ୍ଥିତି ଏମିତି ହୋଇଥିଲା ଯେ ଅନ୍ଧାରରେ ରାଷ୍ଟ୍ରପତିଙ୍କ ଛଡ଼ା ତାଙ୍କ ଅଙ୍ଗରକ୍ଷୀ ବି ଦେଖାଗଲେ ନାହିଁ ।

ରାଷ୍ଟ୍ରପତି ଅଭିଭାଷଣ ଦେଲାବେଳେ ଘଟିଲା ଲଜ୍ଜାକର ଘଟଣା

୯ ମିନିଟ୍‌ ଯାଏଁ କଟିଗଲା ଲାଇନ୍‌

ଦେଶର ପ୍ରଥମ ନାଗିରକଙ୍କ ସଭାରେ ଏଭଳି ବିଭ୍ରାଟ ହୋଇପାରିଲା କେମିତି?

ଗୁରୁତର ବିଭ୍ରାଟ ପାଇଁ ଦାୟୀ କିଏ?

ଏତେ ବଡ଼ କାର୍ଯ୍ୟକ୍ରମ ଲାଗି ଦାୟିତ୍ବହୀନ ବ୍ୟବସ୍ଥା କାହିଁକି?

ବିକଳ୍ପ ବ୍ୟବସ୍ଥା କରାଯାଇନଥିଲା କାହିଁକି?

ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ଚାଲିଗଲା ବିଜୁଳି: ବିଭ୍ରାଟକୁ ନେଇ IDCO-ଟାଟାପାୱାର ଦୋଷ ଲଦାଲଦି

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି ଚାଲିଯିବା ଘଟଣାକୁ ନେଇ ପୂରା ରାଜ୍ୟରେ ଚର୍ଚ୍ଚା । ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବା ପରେ ବି ସଠିକ୍‌ ବ୍ୟବସ୍ଥା ହୋଇନଥିବା କାରଣରୁ ଅନ୍ଧାରରେ ଅଭିଭାଷଣ ରଖିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ବେଳେ ଏଭଳି ଭୟଙ୍କର ସମସ୍ୟା ଦେଖିବାକୁ ମିଳିଛି । ମଞ୍ଚରେ ଉପସ୍ଥିତ ଥିଲେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବିଶ୍ୱବିଦ୍ୟାଳୟର କୁଳପତି । ମିଳିଥିବା ସୂଚନା ଅନୁସାରେ ୧୧ଟା ୫୬ରୁ ୧୨ଟା ୫ ପର୍ଯ୍ୟନ୍ତ ପାୱାର ଟ୍ରିପ୍ ଥିଲା । ବିଜୁଳି ଚାଲିଯିବା ପରେ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ ‘ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ’ ।

ତେବେ ଖୋଦ୍‌ ରାଷ୍ଟ୍ରପତି ଅଭିଭାଷଣ ଦେବା ପରେ ଏମିତି ଭୟଙ୍କର ଭୁଲ୍‌କୁ ସ୍ୱୀକାର କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ହୋଇଥିବା ସାଙ୍ଘାତିକ୍‌ ଭୁଲ୍‌ ପାଇଁ କ୍ଷମା ପ୍ରାର୍ଥନା କରିଛି । ସେପଟେ ବିଶ୍ୱବିଦ୍ୟାଳୟ ପରିସରରେ ଘଟିଥିବା ଏମିତି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି କୁଳପତି । MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କ୍ଷମା ପ୍ରାର୍ଥନା କରିବା ସହିତ ଏଭଳି ତ୍ରୁଟି ପାଇଁ ମୁଁ ନିଜେ ନିଜକୁ ଦାୟୀ କରୁଛି ବୋଲି କହିଥିଲେ । ଏହାସହ ବିଲଡିଂ ଇଡକୋ ତିଆରି କରିଥିଲା, ଜେନେରେଟର ବି ସଜାଡ଼ିଥିଲା । ଡେଡିକେଟେଡ ଜେନେରେଟର ଥିଲା, ସେଇଟା ବି କାମ ଦେଲାନି । ଆମକୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଲା, ଦୁଃଖ ପ୍ରକାଶ କରୁଛି ବୋଲି କହିଛନ୍ତି କୁଳପତି ।

ସେପଟେ, ଆମର କିଛି ଦୋଷ ନାହିଁ କହିଥିଲା ବିଦ୍ୟୁତ ବିତରଣ କଂପାନୀ । ଓଟିଭିକୁ TPNODL ସିଇଓ ଭାସ୍କର ସରକାର ପ୍ରତିକ୍ରିୟା ଦେଇ କହିଥିଲେ, ଆମ ପକ୍ଷରୁ କୌଣସି ସମସ୍ୟା ନଥିଲା । ବିଦ୍ୟୁତ୍‌ ଯୋଗାଣ ଠିକ୍‌ ଥିଲା । ରୁମର କେବଳ ଲାଇଟ୍‌ ପଳେଇଥିଲା, ଏସି ମାଇକ୍‌ ଚାଲିଥିଲା । ଇଣ୍ଟରନାଲ୍‌ ଓୟାରିଂରେ ସମସ୍ୟା ଥିଲା , ତାହା ଇଡକୋ ଅଧିନ ବୋଲି କହିଲେ ସିଇଓ । ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପୂର୍ବରୁ ସବୁ ବିଭାଗ ଅବଗତ ଥିଲେ, ଜିଲ୍ଲାର ସବୁ ପ୍ରଶାସନିକ ଅଧିକାରୀମାନେ ଗସ୍ତକୁ ତ୍ୱିରାନ୍ୱିତ ବି କରିଥିଲେ । ହେଲେ ଏହାପରେ ବି ଏମିତି ଭୁଲ୍‌ ପାଇଁ ଆଜି ଦେଶରେ ରାଜ୍ୟ ନିନ୍ଦିତ ହୋଇଛି ବୋଲି କହିଲେଣି ବୁଦ୍ଧିଜୀବୀ ।