• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୂର୍ବତନ ସମିତି ସଭ୍ୟକୁ ନିର୍ମମ ହତ୍ୟା । କାମାକ୍ଷାନଗର ଥାନା ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସର୍ବେଶ୍ୱର ରାଉତଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି । ଗତକାଲି ନିଜ କାଜୁ ବଗିଚାରୁ ଘରକୁ ଫେରୁଥିବା ବେଳେ ଦାମନଳିଆ ଜୋର ନିକଟରେ ତାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଏଥିରେ ତାଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । 

ମୃତକ ଜଣକ ଦିଘି ଗାଁର ସର୍ବେଶ୍ୱର ରାଉତ । ଗତକାଲି ରାତି ପ୍ରାୟ ୯ଟା ସମୟରେ କାଜୁ ବଗିଚାରୁ ବାଇକ ଯୋଗେ ଘରକୁ ଫେରୁଥିଲେ ସର୍ବେଶ୍ୱର । ଏହି ସମୟରେ କିଛି ଦୁର୍ବୁତ୍ତ ତାଙ୍କୁ ଭୁଜାଲି, ଲୁହାରଡ଼ ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ହିଁ ସର୍ବେଶ୍ୱରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପୁଅ ସୁଜିତ ରାଉତ ଅଭିଯୋଗ କରିଛନ୍ତି । ଦୁଇ ବର୍ଷ ତଳର ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରାଯାଇଥିବା ସେ କହିଛନ୍ତି । ଅଭିଯୋଗକୁ ଭିତ୍ତି କରି ୫ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି କାମାକ୍ଷାନଗର ପୋଲିସ । ବର୍ତ୍ତମାନ ଜିଲ୍ଲା ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛନ୍ତି ।