Advertisment

ଓଟିଭି କେୟାର୍ସ: ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମାଗଣାରେ ବିୟୁଟିସିଆନ୍‌ ଟ୍ରେନିଂ

ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆଉ ପାଦେ ଆଗେଇଛି ଓଟିଭି କେୟାର୍ସ। ଡାଟା ଏଣ୍ଟ୍ରିଂ ଓ ଟେଲରିଂ ପାଇଁ କାଉନସିଲିଂ ପରେ ଏବେ ଆରମ୍ଭ ହୋଇଛି ବିୟୁଟିସିଆନ୍‌ ପାଇଁ କାଉନସେଲିଂ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
OTV Cares

otv cares holds counselling for beautician course

ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆଉ ପାଦେ ଆଗେଇଛି ଓଟିଭି କେୟାର୍ସ। ଡାଟା ଏଣ୍ଟ୍ରି ଓ ଟେଲରିଂ ପାଇଁ କାଉନସେଲିଂ ପରେ ଏବେ ଆରମ୍ଭ ହୋଇଛି ବିୟୁଟିସିଆନ୍‌ ପାଇଁ କାଉନସେଲିଂ। ଏହି କାର୍ଯ୍ୟକ୍ରମରେ ଭିସାଜ୍ ବିୟୁଟି ଏକାଡେମୀର ୨ ଜଣ ପ୍ରତିନିଧି ଓ OTV CSR ଟିମ୍ ପ୍ରତିନିଧି ଉପସ୍ଥିତ ଥିଲେ। ବିୟୁଟିସିଆନ୍‌ର ପ୍ରାଥମିକ ଜ୍ଞାନ ଉପରେ ଆଲୋକପାତ କରାଯାଇଥିଲା। ଏହି କୋର୍ସର ଅବଧି ୯୦ ଦିନ ରଖା ଯାଇଛି।

Advertisment

ଟ୍ରେନିଂ ଶେଷ ହେବା ପରେ ଯୁବତୀମାନଙ୍କୁ କ୍ୟାମ୍ପସ ଇଣ୍ଟରଭ୍ୟୁ ପାଇଁ ମଧ୍ୟ ତାଲିମ ଦିଆଯିବ। ଯୁବତୀଙ୍କୁ ସିଲେଇ, ଡିଜାଇନିଂ, ବିୟୁଟିସିଆନ୍‌, ହୋମ୍  ନର୍ସିଂ ଓ ଡାଟା ଏଣ୍ଟ୍ରି ଭଳି ଧନ୍ଦାମୂଳକ ଶିକ୍ଷାର ମାଗଣା ଟ୍ରେନିଂ ଦିଆଯିବ। ବିଶେଷକରି ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ଏଥିରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି। 

Advertisment

ସବୁ ବିପତ୍ତି ବେଳେ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହୋଇଛି ଓଟିଭି । ବିପନ୍ନଙ୍କୁ ବଢ଼ାଇ ଦେଇଛି ସହାୟତାର ହାତ। ଓଟିଭି କେୟାର୍ସ ମାଧ୍ୟମରେ ବନ୍ୟାରେ ପ୍ରପୀଡ଼ିତଙ୍କୁ ରିଲିଫ୍ କିଟ୍ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା। ଏପରିକି ଲକ୍‌ଡାଉନ୍‌ ସମୟରେ କରୋନା ରୋଗୀଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲା ଓଟିଭି କେୟାର୍ସ। ସେହି ଧାରାକୁ ବଜାୟ ରଖି ଓଟିଭି କେୟାର୍ସ ଆଉ ଏକ ପ୍ରୟାସ ଆରମ୍ଭ କରିଛି।

Otv OTV Cares
Advertisment
Advertisment