Advertisment

ସୁଧୁରିବନି ପୌର ପ୍ରଶାସନ : ପୁଣି ନବକୃଷ୍ଣଙ୍କୁ ଅପମାନ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅପମାନ କରୁଛି ପୌର ପ୍ରଶାସନ । ପ୍ରଥମେ ପ୍ୟାଣ୍ଟ ପିନ୍ଧାଇଦେଲା, ଏବେ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦେଲା । ତେଜିଲା ଅସନ୍ତୋଷ...ରାତାରାତି ଗାଏବ ହେଲା ପ୍ରତିମୂର୍ତ୍ତି

author-image
Sarbeswar
ଅଦ୍ୟତନ ହୋଇଛି
Nabakrushna Choudhury

Nabakrushna Choudhury

ଅନୁଗୁଳୁ ପ୍ରଶାସନ ପଛ ଛାଡୁନି ବିବାଦ । ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ଧୋତି ବଦଳରେ ପ୍ୟାଣ୍ଟ ପିନ୍ଧାଇ ଦେଇଥିଲେ ପୌର କର୍ତ୍ତୃପକ୍ଷ । ଏହାକୁ ନେଇ ବିବାଦ ଉପୁଯିବା ପରେ ପୁଣି ଥରେ ଧୋତି ପିନ୍ଧାଯାଇଥିଲା ପ୍ରତିମୂର୍ତ୍ତିରେ । କିନ୍ତୁ ଏହାପରେ ବିବାଦ ଥମିବ କଣ ବରଂ ପୁଣି ବଢିଯାଇଛି । କାରଣ ନବବାବୁ ଆଣ୍ଠୁତଳକୁ ଧୋତି ପିନ୍ଧୁଥିବା ବେଳେ ଏବେ ପ୍ରତିମୂର୍ତ୍ତିରେ ପିନ୍ଧାଯାଇଥିବା ଧୋତି ତାଙ୍କ ପାଦକୁ ସ୍ପର୍ଶ କରୁଛି । ଯାହାକୁ ନେଇ ପୁଣି ତେଜିବାରେ ଲାଗିଛି ଅସନ୍ତୋଷ ।

Advertisment

ଜାଣିଶୁଣି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରାଯାଉଛି ନା ଅନିଚ୍ଛାକୃତ ତ୍ରୁଟି? ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଖୋଦ୍‌ ନବବାବୁଙ୍କ ଝିଅ କ୍ରିଷ୍ଣା ମହାନ୍ତି ମଧ୍ୟ ଏହାକୁ ଅତି ଅଶୋଭନୀୟ କହିବା ସହ କାହିଁକି ପୌରପାଳିକା ନବବାବୁଙ୍କୁ ବାରମ୍ବାର ଅପାମାନିତ କରୁଛି ବୋଲି ପ୍ରଶ୍ନ କରିଥିଲେ । ତେବେ ଏତେ ବିରୋଧ ପରେ ପୌରପାଳିକା ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଗୋପବନ୍ଧୁ ପାର୍କର ଯେଉଁ ସ୍ଥାନରେ ଲାଗିଥିଲା ସେଠାରୁ ହଟାଇ ଦିଆଯିବା ପରେ , ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ୍ଣ ସଠିକ ଭାବରେ କରିବା ପରେ ଲଗାଯିବ ବୋଲି କୁହାଯାଇଥିଲା । ହେଲେ ଏବେ ସ୍ଥିତି ଯଥା ପୂର୍ବ ତଥା ପରଂ ଅବସ୍ଥାରେ ରହିଛି ।

ସେପଟେ ବିକୃତ ଧୋତି ପିନ୍ଧାକୁ ବିରୋଧ ପରେ ହଟିଥିଲା ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି । ପୌରପାଳିକା ପୂର୍ବତନ ମୁଖ୍ୟମନ୍ତ୍ରୀ ନବବାବୁ ଏବଂ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ପବିତ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ନେଇ ଥିଲା ପୌରପାଳିକା । ଖାଲି ନବବାବୁଙ୍କର ନୁହେଁ ବରଂ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ନିଆଯାଇଛି । ହେଲେ ଏମିତି କାର୍ଯ୍ୟକୁ ସ୍ଥାନୀୟ ଅଂଚଳରେ ବିରୋଧ କରାଯିବାରୁ ସଫେଇରେ ପୌରପାଳିକ ପକ୍ଷରୁ କୁହାଯାଉଛି, ସବୁ ମୂର୍ତ୍ତିର ତ୍ରୁଟି ସଂଶୋଧନ ହେବା ପରେ ହିଁ ପୁନର୍ବାର ସ୍ଥାପନ ହେବ ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଥରେ କି ଦୁଇଥର ନୁହେଁ ବାରମ୍ବାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଅପମାନିତ କରିବାର କାରଣ କଣ? ଏଥିଲାଗି କିଏ ଦାୟୀ? ସେମାନଙ୍କ ବିରୋଧରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଇଛି? ତାହାର ଉତ୍ତର ଏବେ ସମସ୍ତଙ୍କ ମନରେ ଉଙ୍କିମାରୁଛି ।

Statue
Advertisment
Advertisment