• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

  • ୮ ତାରିଖ ସୁଦ୍ଧା ନେଇପାରେ ଲଘୁଚାପର ରୂପ

  • ପରବର୍ତ୍ତୀ ସମୟରେ ସାମୁଦ୍ରିକ ଝଡ଼ର ରୂପ ନେଇପାରେ

ବତ୍ୟାକୁ ନେଇ ଏବେ ଛାନିଆ ହେଲେଣି ଲୋକେ । ବାତ୍ୟା ହେବ କି ନାହିଁ? ଯଦି ହେବ କେଉଁଠି ମାଡ ହେବ? କେତେ ତୀବ୍ରତା ରହିବ? ସେନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ହେଲେ ସମୁଦ୍ରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଖବର ଆସିବା ପରେ ଏବେ ଚିନ୍ତାରେ ଉପକୂଳିଆବାସୀ ।

ଅଧିକ ପଢ଼ନ୍ତୁ: ମେ’ ମାସରେ କାହିଁକି ହେଉଛି ବାତ୍ୟା ?

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୮ ତାରିଖ ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଥିବା ଜଣାପଡିଛି । ଏହାପରେ ୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ଘୂର୍ଣ୍ଣିଝଡ଼ । ପରେ ସାମୁଦ୍ରିକ ଝଡର ରୂପ ନେଇପାରେ । ଗତିପଥ କ’ଣ ହେବ ? ଲଘୁଚାପ ହେଲା ପରେ ପୂରା ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାପଡିବ ବୋଲି କହିଛି ପାଣିପାଗ ବିଭାଗ ।

ସେପଟେ ୱିଣ୍ଡି ଡଟ୍ କମ୍ ପ୍ରଦର୍ଶିତ କରିଥିବା ଜିଏଫଏସ ମଡେଲର ଚିତ୍ର ଅନୁସାରେ ୯ ତାରିଖରୁ ୧୨ ତାରିଖ ମଧ୍ୟରେ ସମୁଦ୍ରରେ ବାତ୍ୟା ସୃଷ୍ଟି ହେବ । ୧୦ ଓ ୧୧ ତାରିଖରେ ଉପକୂଳ ଆଡ଼କୁ ଗତି କରିପାରେ ବାତ୍ୟା । ଯଦିଓ ମଡେଲର ଆକଳନ ବାରମ୍ବାର ବଦଳିଥାଏ, କିନ୍ତୁ ବର୍ତମାନର ଚିତ୍ର ଦର୍ଶାଉଛି ମିଆଁମାର ମୁହାଁ ହୋଇପାରେ ଏହି ସମ୍ଭାବ୍ୟ ବାତ୍ୟା । କିନ୍ତୁ ଆଇଏମଡି ବାତ୍ୟା ହେବ ବୋଲି ସ୍ପଷ୍ଟ କରିନାହିଁ । ଏହାପରେ ବି ମେ’ ମାସରେ ବାତ୍ୟା ବାରମ୍ବାର ଆସୁଥିବାରୁ ଓଡ଼ିଶାବାସୀଙ୍କ ମନରେ ଛନକା ପଶିଛି ।