Advertisment

ଆଜି NEET ପରୀକ୍ଷା, ଓଡ଼ିଶାର ୨୭ଟି ସହରରେ ପରୀକ୍ଷା ଆୟୋଜନ

ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା(NEET)। ଚଳିତ ବର୍ଷ ୧୮ ଲକ୍ଷ ୭୨ ହଜାର ୩୪୧ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
NEET 2023 Exam Today

Medical aspirants to take all India NEET exams today

ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା(NEET)। ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୨୦ ମିନିଟ ଯାଏ ପରୀକ୍ଷା ଚାଲିବ। ଚଳିତ ବର୍ଷ ୧୮ ଲକ୍ଷ ୭୨ ହଜାର ୩୪୧ ପରୀକ୍ଷାର୍ଥୀ 
ନାମ ପଞ୍ଜୀକରଣ କରିଛନ୍ତି।

Advertisment

ଓଡ଼ିଶାର ୨୭ଟି ସହରରେ ପରୀକ୍ଷା ଆୟୋଜନ ହେଉଥିବା ବେଳେ ଭୁବନେଶ୍ୱରରେ ୩୧ଟି ପରୀକ୍ଷା କେନ୍ଦ୍ର ହୋଇଛି। ସେହିପରି ଦେଶର ୪୯୯ ସହର ଓ ବିଦେଶର ୧୪ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା ହଲ୍‌କୁ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ସ ବାରଣ କରାଯାଇଛି।

ଅଧିକ ପଢ଼ନ୍ତୁ: ଆଜି NEET UG ପରୀକ୍ଷା; ଜାଣନ୍ତୁ କ’ଣ ଡ୍ରେସ୍ କୋଡ୍; କ’ଣ ନେବେ କ’ଣ ନେବେନି

Advertisment

ସେହିପରି ଆସନ୍ତାକାଲିଠୁ ଆରମ୍ଭ ହେଉଛି ଓଜେଇଇ(OJEE)। ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ଚାଲିବ। ସକାଳ ୯ରୁ ୧୧ଟା ଯାଏ ପ୍ରଥମ ସିଫ୍ଟ, ଅପରାହ୍ଣ ସାଢ଼େ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଫ୍ଟ ଏବଂ ସାଢ଼େ ୪ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ତୃତୀୟ ସିଫ୍ଟ ପରୀକ୍ଷା ଅନୁଷ୍ଠିତ ହେବ।

ପ୍ରଥମ ଦିନ ଲାଟେରାଲ୍‌ ଏଣ୍ଟ୍ରି, ଦ୍ୱିତୀୟ ଦିନ ଏମସିଏ ଓ ଏମଟେକ୍ ଏଣ୍ଟ୍ରାନ୍ସ ହେବାକୁ ଥିବା ବେଳେ ୧୧ ତାରିଖରେ MBA, ୧୨ ତାରିଖରେ ବି. ଫାର୍ମ ପରୀକ୍ଷା ହେବ ବୋଲି ସୂଚି ପ୍ରକାଶ ପାଇଛି।

NEET NEET Exam
Advertisment
Advertisment