• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ଗୋଟିଏ ପରେ ଗୋଟିଏ ତ୍ରୁଟି ସାମ୍ନାକୁ ଆସୁଛି । ଗତକାଲି ରାଷ୍ଟ୍ରପତି ଭାଷଣ ଦେବା ବେଳେ ଲାଇନ କଟିଯାଇଥିଲେ ଏବଂ ଅନ୍ଧାରରେ ଭାଷଣ ଦେଇଥିଲେଦ୍ରୌପଦୀ ମୁର୍ମୁ । ବାରିପଦାରେ ଏହି ବିଭ୍ରାଟ ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବାର ଅଭିଯୋଗ ଆସିଛି । ଜଣେ ବ୍ୟକ୍ତି ରାଷ୍ଟ୍ରପତିଙ୍କ ହେଲିକପଟର ସହିତ ସେଲଫି ଉଠାଇଛନ୍ତି । ତାକୁ ପୁଣି ଫେସବୁକରେ ପୋଷ୍ଟ କରିଛନ୍ତି ।

ଗତ ଶୁକ୍ରବାର ମୟୂରଭଂଜର ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନରେ ଯାଇଥିଲେ ରାଷ୍ଟ୍ରପତି । ଯଶୀପୁର ନିକଟ ଛେଳି ଗୁଦୁଲିରେ ହେଲିପ୍ୟାଡରେ ଅବତରଣ କରି ସେ ସଡ଼କ ପଥରେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିଲେ । ଏହି ସମୟରେ ହେଲିପ୍ୟାଡରେ ଥିବା ଗୋଟିଏ ହେଲିକପଟର ସହିତ ଫଟୋ ଉଠାଇଛନ୍ତି ଡିଉଟିରେ ଥିବା ଜଣେ ଫାର୍ମାସିଷ୍ଟ । ତାଙ୍କ ନାଁ ହେଲେ ଯଶୱନ୍ତ ବେହେରା ।

ଯଶୱନ୍ତ ହେଲିପ୍ୟାଡ ଡିଉଟିରେ ଥିଲେ । ସୁରକ୍ଷା ବଳୟ ଭାଙ୍ଗି ସେଲଫି ନେଇଛନ୍ତି, ତାକୁ ପୁଣି ଫେସବୁକରେ ଛାଡ଼ିଛନ୍ତି । ଘଟଣା ପ୍ରଘଟ ହେବା ପରେ ଫେସବୁକରୁ ତାକୁ ଡିଲିଟ କରି ଦେଇଛନ୍ତି ଯଶବନ୍ତ ବେହେରା । ଅନ୍ୟପଟେ ଫାର୍ମାସିଷ୍ଟ ଜଣକ ସଫେଇ ଦେଇଛନ୍ତି, ରାଷ୍ଟ୍ରପତି ଆସିଥିବାରୁ ସ୍ମୃତି ପାଇଁ ସେ ଏହି ସେଲଫି ଉଠାଇଥିଲେ । ...

ସୂଚନାଯୋଗ୍ୟ ବାରିପଦାର ମୟୁରଭଞ୍ଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ବେଳେ ଚାଲିଗଲା ବିଦ୍ୟୁତ ଅଭିଭାଷଣ ଆରମ୍ଭର ୪ ମିନିଟ୍ ୧୧ ସେକେଣ୍ଡ ଭିତରେ ପାୱାର୍ ଫେଲ୍ । ଫଳରେ ରାଷ୍ଟ୍ରପତିଙ୍କ ଅଭିଭାଷଣ କେହି ଶୁଣି ପାରିଲେନି କି କେହି କାହାକୁ ଦେଖିପାରିଲେନି । ତାହାରି ଭିତରେ ପୋଡ଼ିୟମର ଝାପସା ଲାଇଟରେ ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରାୟ ୯ ମିନିଟ୍ କାଳ ରାଷ୍ଟ୍ରପତି ଉପସ୍ଥିତ ଥିବା ମଞ୍ଚ ଅନ୍ଧାର ହୋଇଗଲା। ଏହି ଘଟଣାରେ ବିଶ୍ୱବିଦ୍ୟାଳୟର ଜଣେ ବିଦ୍ୟୁତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା ।