ଆସନ୍ତାକାଲିଠୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି ରହିବ ।
ନକଲି ସାର୍ଟିଫିକେଟ୍ ମାମଲାରେ ସିବିଆଇ ତଦନ୍ତ ସୁପାରିଶ ପରେ ଛନକା । ଯଦି ସିବିଆଇ ତଦନ୍ତ ହୁଏ, କେଉଁ କେଉଁ ବିଭାଗରେ ପଶିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ସେପଟେ ସିବିଆଇ ତଦନ୍ତ ପାଇଁ ଡାକ ବିଭାଗର ଅନୁରୋଧ ପରେ ତେଜିଛି ରାଜନୀତି ।
ଖୁବ କମ ଦିନରେ ‘ଅଳଙ୍କାର’ର ୟୁଟ୍ୟୁବ୍ ଚ୍ୟାନେଲ୍କୁ ୧୨୮k ସବ୍ସ୍କ୍ରାଇବର ମିଳିଛି। ଏହି ଖୁସିରେ ଟିମ୍ ସଦସ୍ୟମାନେ ଆଜି ଏହାକୁ ନେଇ ଏକ ସେଲିବ୍ରେସନ୍ କରିଛନ୍ତି।
ନିଆଁ ବର୍ଷୁଛି, ମୁଣ୍ଡ କାନ ଝାଇଁ ମାରି ଯାଉଛି । ଅପରାହ୍ନ ସାଢ଼େ ୨ଟା ବେଳକୁ ରାଜଧାନୀରେ ପାରଦ ୪୦ ଡିଗ୍ରୀ ଟପିଗଲା । ଡହ ଡହ ଖରାରେ କଲବଲ ହେଉଛନ୍ତି ଭୁବନେଶ୍ୱରବାସୀ ।
ପୁରୁଷ ପ୍ରଧାନ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଓ ସ୍ଥାନ ସୃଷ୍ଟି କରିପାରିଛି ଭାରତର ପ୍ରଥମ ସ୍ୱୟଂସମ୍ପୂର୍ଣ୍ଣ ମହିଳା ହିପ୍ ହପ୍ ଗ୍ରୁପ୍ 'ୱାଇଲ୍ଡ୍ ୱାଇଲ୍ଡ୍ ୱିମେନ୍'। ଏଥିରେ ଅଛନ୍ତି ୬ ଜଣ କଳାକାର। କେମିତି ଆରମ୍ଭ ହେଲା ଏହି ଗ୍ରୁପ୍ ଆସନ୍ତୁ ଜାଣିବା।
ଗତକାଲି ବର୍ଷାଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରଚାର ହେବା ପରେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ମଧ୍ୟ ତାଙ୍କ ଫେସବୁକ୍ ହାଣ୍ଡେଲରେ ତୁରନ୍ତ ପ୍ରତିକ୍ରିୟା ରଖିଥିଲେ । ସେ ବର୍ଷାଙ୍କ ନା ନନେଇ ଜଣେ ମହିଳା କିଭଳି ତାଙ୍କ ଆଚରଣ ଉଚ୍ଚାରଣରେ ଭିନ୍ନ ବୋଲି ଉଲ୍ଲେଖ କରିଥିଲେ ।
ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି । ନୟାପଲ୍ଲୀ ଥାନା ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି ।
ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି ।
ଗତ ୨୦୨୧/୨୨ ବର୍ଷରେ ବନ୍ୟା ଯୋଗୁଁ ଧର୍ମଶାଳା ତହସିଲର ଅଭୟପୁର, ବମ୍ଫୁ, ଦକ୍ଷିଣଶାସନ,ସଂଖାରୀଢିହ, ମଙ୍ଗରାଜପୁର,ଚକ୍ରୋଡ଼ା, ପାଟପୁର ଆଦି ମୌଜାରେ ହେକ୍ଟର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିଲା । କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୁରଣ ପ୍ରଦାନ ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା
ମୃତଦେହ ଅଦଳବଦଳ। ଅଜାଣତରେ ନିଜ ଲୋକର ଭାବି ଦାହ ସଂସ୍କାର କରିଦେଲେ ଅନ୍ୟ ଏକ ମୃତଦେହ।
ଜଣେ ବ୍ୟକ୍ତିଙ୍କୁ ୫ ଜଣ ଲୋକ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରିଛନ୍ତି। ଲୋକମାନେ ଏହା ଦେଖୁଥିଲେ ମଧ୍ୟ ଭୟରେ ଚୁପ୍ ରହିଥିଲେ।
ପିଣ୍ଟୁ ବଲାଙ୍ଗୀର ସହରର ଜଣେ ଝିଅକୁ ଭଲ ପାଉଛନ୍ତି । କୌଣସି କାରଣକୁ ନେଇ ନିଜ ପ୍ରେମିକା ସହିତ ଫୋନରେ କଥା ହେବ ସମୟରେ ବଚସା ହୋଇଥିଲା । ହଠାତ ଆତ୍ମହତ୍ୟାର ଧମକ ଦେଇ ପିଣ୍ଟୁ ନିଜ ଗାଁର ଜଳ ଯୋଗାଣ ପାଇଁ ତିଆରି ହୋଉଥିବା ବଡ ପାଣି ଟାଙ୍କି ଉପରକୁ ଚଢି ଯାଇଥିଲେ । ଖାଲି ଚଢାଯାଇଥିଲେ ତାହା ନୁହେଁ ବରଂ ଆତ୍ମହତ୍ୟା କରିବାକୁ ଧମକ ବି ଦେଇଥିଲେ ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୬୦ ଟଙ୍କା ହୋଇଛି।
ଅନୀତାଙ୍କୁ ପ୍ରେମ ବିବାହ କଲେ ବୋଲି ପରେ ଝିଅ ଘର ପରିବାର ସମେତ ଗାଁର କିଛି ଲୋକ ତାଙ୍କୁ ବିରୋଧ କରିଥିଲେ । ବିରୋଧ ଭୟରେ ଦୁହେଁ ଗାଁ ଛାଡ଼ି ଅନ୍ୟ ଏକ ଗାଁରେ ରହିବା ପରେ ଉଭୟ ରେଜିଷ୍ଟ୍ରି ବିବାହ ବି କରିଥିଲେ । ଇତି ମଧ୍ୟରେ ଜର୍ଜଙ୍କ ୩ ଟି ସନ୍ତାନ ବି ହୋଇଛନ୍ତି । ବଡ ଝିଅ ଏବେ ମାଟ୍ରିକ ପାସ କରି ଏକ ତାଲିମ କେନ୍ଦ୍ରରେ ତାଲିମ ନେଉଥିବା ବେଳେ ମଝିଆ ଝିଅ ୫ ଓ ସାନ ପୁଅ ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି ।
ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ରହିଛି। ଆହୁରି ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ଲୋକନାଥ ରାଉତଙ୍କୁ ଭୁଜାଲି ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ମର୍ଣ୍ଣିଂ ୱାକ୍ କରି ଫେରୁଥିବା ବେଳେ ୨ ଅଜଣା ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ।
କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପୋଡ଼ l ଭାଗ ମାପରେ ବ୍ୟତିକ୍ରମ ହେଲେ ସ୍ୱାଦ ବି ବଦଳିଯାଏ l ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ରାଜ୍ୟ ଏବଂ ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ l ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି l ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଏବଂ ବଲିଉଡ଼ ଅଭିନେତା ଆଦି ସଭିଁଙ୍କ ପସନ୍ଦ ଏହି ଛେନାପୋଡ଼।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
୯୫ ପ୍ରତିଶତରୁ ଅଧିକ ମାର୍କ ରଖି ବିଭିନ୍ନ ସ୍ଥାନରେ କିଏ ପୋଷ୍ଟମାଷ୍ଟର ତ କିଏ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବନିଛନ୍ତି।
ଓଡ଼ିଆ ଅସ୍ମିତାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । ଜୁଏଲ ଓରାମ ଓ ଅଶ୍ବିନୀ ପାତ୍ରଙ୍କ ମଧ୍ୟରେ କଥା କଟାକାଟି ।
୨୦୧୮ରୁ ନିଯୁକ୍ତ ଡାକ କର୍ମଚାରୀଙ୍କ ହେବ ପ୍ରମାଣପତ୍ର ଯାଞ୍ଚ, ତେଣେ ବଲାଙ୍ଗିର । କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ସ୍କାନରରେ ଆଉ ୭ ଦଲାଲ ଓ ସରକାରୀ ଚାକିରିଆ ।
ଭୁବନେଶ୍ୱର ଓ ସମ୍ବଲପୁରରେ ବି ଅସମ୍ଭାଳ ସ୍ଥିତି । ୧୬ ଯାଏଁ ଅଗ୍ନିବର୍ଷାରୁ ନିସ୍ତାର ନାହିଁ କହିଲା ପାଣିପାଗ ବିଭାଗ ।
ଯଦି ପୁଣି ଥରେ କରୋନାର ଲହର ଆସେ, ତେବେ କେମିତି କରାଯିବ ମୁକାବିଲା ? ରାଜ୍ୟରେ କେତେ ପ୍ରସ୍ତୁତ ରହିଛି କୋଭିଡ୍ ଭିତ୍ତିଭୂମି ? ଦେଶରେ ଗଲା କିଛି ଦିନ ଧରି କୋଭିଡ୍ ସଂକ୍ରମଣର ଉପରମୁହାଁ ସ୍ଥିତିକୁ ଦେଖି ରାଜ୍ୟଗୁଡ଼ିକ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ରାଜ୍ୟବ୍ୟାପୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ପ୍ରସ୍ତୁତି ସମୀକ୍ଷା ।
ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଓ ଜିଲ୍ଲା ଗଂଜାମକୁ ଆସନ୍ତା ୧୭ ତାରିଖରେ ମିଳିବ ନମ୍ବର ୱାନ ପୁରସ୍କାର।