• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମୃତ୍ୟୁକୁ ୭ ବର୍ଷ ପୂରିଲାଣି, ହେଲେ ଆଜି ବି ଆତ୍ମୀୟସୋଜନଙ୍କ ପାଖରେ ପହଞ୍ଚିପାରିଲାନି ସରକାରଙ୍କ ଅନୁକମ୍ପା ମୂଳକ ସହାୟତା ରାଶି । ଜିଲ୍ଲା ପ୍ରଶାସନଠୁ ଆରମ୍ଭକରି ବଡବାବୁଙ୍କ ପାଖକୁ ଦୌଡି ଦୌଡି ପରିବାର ଲୋକ ଥକିପଡିଲେ ସତ କିନ୍ତୁ ସାହାଯ୍ୟ ତ ଦୂରର କଥା ଦୁଃଖ ବୁଝିବାକୁ କାହା ପାଖରେ ସତେ ଯେମିତି ସମୟ ନାହିଁ ।

ସେଦିନଥିଲା ୨୦୧୬ ମସିହା ସେପ୍ଚେମ୍ବର ୧୩ ତାରିଖ । ସବୁଦିନ ପରି ବିଲକାମକୁ ବାହାରି ଥିଲେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗାଁର ନବକିଶୋର ପ୍ରଧାନ ଓ ସୁରଥ ପ୍ରଧାନ । ନିଜ ବିଲରେ କାମ କରୁଥିବା ବେଳେ ହଠାତ୍‌ ମାଡି ଆସିଲା କଳା-ହାଣ୍ଡିଆ ମେଘ । ଖାଲି ମେଘ ଆସିଲା ତାହା ନୁହେଁ ବରଂ ଘଡଘଡି ବି ହେଉଥିଲା । ଆଉ ଏତିକି ବେଳେ ତଳେ ପଡିଗଲେ ଦୁଇ ବନ୍ଧୁ ନବକିଶୋର ଓ ସୁରଥ । ତଳେ ପଡିଯିବାର ଦେଖିବା ପରେ ଉଭୟଙ୍କୁ ଗାଁ ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଡାକ୍ତର କିନ୍ତୁ ନବକିଶୋରଙ୍କୁ ମୃତ ଘୋଷଣା କରିଥିଲେ ।

ମାତ୍ର ୪୫ ବର୍ଷରେ ସେ ଆଖି ବୁଜିଲେ । ପରିବାରର ଆର୍ଥିକ ଅବସ୍ଥା ଏତେଟା ଭଲ ନଥିବାରୁ ସରକାରୀ ସହାୟତା ଲାଗି ବାରମ୍ବାର ପ୍ରଶାସନକୁ ଅନୁରୋଧ କରିଥିଲେ ପରିବାର ଲୋକେ । ହେଲେ ମୃତ୍ୟୁର ୭ ବର୍ଷ ହୋଇଗଲା ପଛେ କିନ୍ତୁ ମିଳିପାରିଲାନି କୌଣସି ସରକାରୀ ସହାୟତା । ବାପାଙ୍କର ଅକାଳ ବିୟୋଗରେ ପିଲାମାନେ ମଧ୍ୟ ଭାଙ୍ଗି ପଡ଼ିଥିବାବେଳେ ସରକାରଙ୍କୁ ନିବେଦନ କରିଛନ୍ତି ଯଦି କିଛି ସରକାରୀ ସହାୟତା ମିଳନ୍ତା ତେବେ ସେ ପାଠ ପଢ଼ି ପାରନ୍ତେ....ସେପଟେ ପୂରା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ତହସିଲଦାର । କହିଛନ୍ତି, ସରକାରୀ ଭାବରେ ତାଙ୍କୁ ଯାହା ସାହାଯ୍ୟ ମିଳିବାର କଥା ନିଶ୍ଚୟ ମିଳିବ ।

କୌଣସି ଆକସ୍ମିକ ଦୁର୍ଘଟଣା ହେଲେ ଜିଲ୍ଲା ରେଡ୍‌କ୍ରସ୍‌ ସହ ପ୍ରଶାସନ ସାହାଯ୍ୟର ହାତ ବଢାଇଥାଏ । ହେଲେ ଏଇଠି ୭ ବର୍ଷ ହେଲାଣି ମିଳିପାରିଲାନି କୌଣସି ସରକାରୀ ସହାୟତା ।

 

  • Reported by:
  • Alok Moharana