Advertisment

ଆଜି ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ଅଦଳବଦଳ, ଶପଥ ନେବେ ୩ ନୂଆ ମନ୍ତ୍ରୀ

ଆଜି ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ। ବିକ୍ରମ କେଶରୀ ଆରୁଖ, ସାରଦା ନାୟକ ଓ ସୁଦାମ ମାରାଣ୍ଡି ଆଜି ମନ୍ତ୍ରୀ ଭାବେ ଶପଥ ନେବେ। ତେବେ କିଏ କେଉଁ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ତାହା ଜଣାପଡ଼ିନି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Cabinet Reshuffle

Bikram Arukha, Sarada Nayak and Sudam Marndi to take oath as cabinet ministers today

ଆଜି ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ। ଶପଥ ନେବେ ତିନି ନୂଆ ମନ୍ତ୍ରୀ। ବିକ୍ରମ କେଶରୀ ଆରୁଖ, ସାରଦା ନାୟକ ଓ ସୁଦାମ ମାରାଣ୍ଡି ଆଜି ମନ୍ତ୍ରୀ ଭାବେ ଶପଥ ନେବେ। ତେବେ କିଏ କେଉଁ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ତାହା ଜଣାପଡ଼ିନି। ତିନି ଜଣ ଯାକ କ୍ୟାବିନେଟ ପାହ୍ୟା ପାଇବେ ବୋଲି ସୂଚନା ମିଳିଛି। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

Advertisment

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଓ ପରେ ଗତ ୧୨ ତାରିଖରେ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଏବଂ ଦୁଇ ମନ୍ତ୍ରୀ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରୁ କଲ୍ ପାଇବା ପରେ ବିକ୍ରମ ଆରୁଖ ପ୍ରତିକ୍ରିୟା ରଖି କହିଛନ୍ତି, ନବୀନଙ୍କ ନିକଟରେ ସେ କୃତଜ୍ଞ। ତେବେ ଯେଉଁ ବିଭାଗ ମିଳିବ ଆନ୍ତରିକତାର ସହ ଦାୟିତ୍ୱ ତୁଲାଇବି ବୋଲି ସେ କହିଛନ୍ତି।

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛନ୍ତି। ଓଡ଼ିଶାବାସୀଙ୍କ ସେବାର ସୁଯୋଗ ପାଇବା ସୌଭାଗ୍ୟର ବିଷୟ। 

Advertisment

ବିକ୍ରମ ଆରୁଖ:

  • ବିକ୍ରମ ଆରୁଖ, ଗଞ୍ଜାମ ଜିଲ୍ଲାରେ ଜଣେ ଟାଣୁଆ ନେତା ଓ ବିଜେଡି ସଂଗଠକ ଭାବେ ବେଶ୍‌ ପରିଚିତ।
  • ବିକ୍ରମ କେଶରୀ ଆରୁଖ ଲଗାତାର ୬ ଥର ଭଞ୍ଜନଗରରୁ ନିର୍ବାଚିତ ହୋଇଛନ୍ତି। 
  • କଂଗ୍ରେସ ଗଡ଼ରେ ୧୯୯୫ ମସିହାରେ ବିଧାୟକ ଭାବେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେ ସେ ନିର୍ବାଚିତ ହୋଇଥିଲେ।
  • ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ ଏପରି ୬ ଥର ବିଧାୟକ ହୋଇଛନ୍ତି।
  • ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସମେତ ବିଜେଡି ସରକାରରେ ଏକାଧିକ ଦାୟିତ୍ୱ ତାଙ୍କ ପାଖରେ ଥିଲା
  • ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ସଂଗଠନ ଦାୟିତ୍ୱରେ ବି ଥିଲେ ଆରୁଖ 
  • ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଗଞ୍ଜାମ ଜିଲ୍ଲାରେ ବିଜେଡିର ସଂଗଠନ ଦୁର୍ବଳ ହୋଇଥିବା ଚର୍ଚ୍ଚା ହେଉଛି। ତେଣୁ ଏହାକୁ ସମ୍ଭାଳିବାକୁ ବିକ୍ରମ ଆରୁଖଙ୍କୁ ଗୁରୁ ଦାୟିତ୍ୱ  ମିଳିପାରେ।

ସାରଦା ପ୍ରସାଦ ନାୟକ: 

  • ସାରଦା ପ୍ରସାଦ ନାୟକ, ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳର ଏକ ଜଣାଶୁଣା ଚେହେରା। ଏବେ ରାଉରକେଲାରୁ ସେ ବିଧାୟକ ଅଛନ୍ତି।
  • ୬୪ ବର୍ଷୀୟ ସାରଦା ୨୦୦୪ରେ ବିଜେଡି ଟିକେଟରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
  • ଏହାପରେ ୨୦୦୯ ଏବଂ ୨୦୧୯ରେ ରାଉରକେଲାରୁ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ।
  • ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ସାରଦା ନାୟକ।
  • ସେ ପୂର୍ବରୁ ନଗର ଉନ୍ନୟନ ଓ ଯୋଗାଣ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି

ସୁଦାମ ମାର୍ଣ୍ଡି:

  • ସୁଦାମ ମାର୍ଣ୍ଡି, ଏବେ ମୟୂରଭଞ୍ଜ ଜିଲ୍ଲାର ବିଜେଡି ସଭାପତି ଅଛନ୍ତି। 
  • ସେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୨ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି।
  • ପୂର୍ବରୁ ରାଜସ୍ୱ ଓ ପ୍ରଶମନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ ସୁଦାମ ମାର୍ଣ୍ଡି।
  • ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବା JMM ଟିକେଟରୁ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
  • ଏହାପରେ ବିଜେଡି ଟିକେଟରୁ ଲଢି ସେ ବିଧାନସଭାକୁ ଯାଇଛନ୍ତି।
Cabinet Reshuffle Odisha Cabinet Reshuffle
Advertisment
Advertisment