ରୋଗ ଚିହ୍ନଟଠାରୁ ରିପୋର୍ଟ ପ୍ରସ୍ତୁତ ଯାଏଁ ସବୁ କିଛି AI ସହାୟତାରେ କରାଯାଇପାରିବ।
ଧନୀ ତାଲିକାରେ ୫୧୦ କୋଟି ସହ ୧ ନମ୍ବରରେ ଜଗନ ରେଡ୍ଡି । ମମତା ବାନାର୍ଜୀଙ୍କ ସଂପତ୍ତି ମାତ୍ର ୧୫ ଲକ୍ଷ, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ।
୨୦୧୯ରୁ ଖବର ଥିଲା, କିନ୍ତୁ କାର୍ଯ୍ୟାନୁଷ୍ଠାନ ହୋଇନଥିଲା କାହିଁକି? ବଲାଙ୍ଗିର ମାମଲାରେ ଏଯାଏ ଜଣକୁ ବି ଗିରଫ କରିନି କ୍ରାଇମବ୍ରାଞ୍ଚ ।
୧୬ ତାରିଖରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁପ୍ରବାହ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ସମେତ ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି ।
କେନ୍ଦୁଝର ତେଲକୋଇ ବ୍ଲକରେ ପ୍ରାୟ ୩ ହଜାର ହେକ୍ଟର ଜମିରେ ଚାଷ ହେଉଛି ଆମ୍ବ । ଏଠାକାର ଆମ୍ବ ଏତେ ସ୍ୱାଦ ଯେ ଯିଏ ଖାଇଛି ସିଏ ହିଁ ଜାଣିଛି । କଲମୀ ଆମ୍ବ ଲାଗି ତେଲକୋଇକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । ପ୍ରତିବର୍ଷ ଟନ୍ଟନ୍ ଆମ୍ବ ଉତ୍ପାଦନ କରନ୍ତି ଚାଷୀ । ଦୋଷରି, ଲେଙ୍ଗଡ଼ା, ହେମସାଗର, କ୍ଷୀର ସାଗର, ଚଉସା ପରି ସୁସ୍ୱାଦୁ ଆମ୍ବକୁ ରାଜ୍ୟ ସହିତ ୟୁପି, ବିହାର, ପଶ୍ଚିମବଙ୍ଗରୁ ବେପାରୀ ଆସି ନେଇଯାଆନ୍ତି ।
ଭଦ୍ରକ ବାସୁଦେବପୁର ବ୍ଲକ ନାୟକାଣୀଡିହି ଗ୍ରାମ ପଞ୍ଚାୟତର ମଲ୍ଲିକାଦେଇପୁରର ଗାଁ ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ନୂଆ ବହି ଦେବେ କହି ଲୋକଙ୍କଠାରୁ ରାସନ ବହି ନେଇଗଲେ ଡିଲର। କିନ୍ତୁ ନୂଆ ବହି ଦେବା ବେଳକୁ ଡିସେମ୍ବର ମାସର ଚାଉଳ ଆମକୁ ନଦେଇ ଆମ ଖାତାରେ ଡିସେମ୍ବର ମାସର ରାସନ ଦେଇଥିବାର ଲେଖିଦେଲେ।
ସ୍ୱାମୀ ଅପେକ୍ଷା କରିଥିଲେ ବସ୍କୁ । ଠିକଣା ସମୟରେ ବସ୍ ଆସିଲା, ଆଉ ବସ୍ରୁ ସ୍ତ୍ରୀ ଓହ୍ଲାଇଲା ମଧ୍ୟ । ହେଲେ ଘରକୁ ଯିବା ଆଗରୁ ସବୁଦିନ ପାଇଁ ହାତ ଛାଡ଼ି ଚାଲିଗଲା ।
ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୨ ଦଶମିକ ୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଚଳିତ ବର୍ଷ ରାଜ୍ୟରେ ପାୱାର କଟ୍ ହେବନି। ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି।
ନବୀନ ପଟ୍ଟନାୟକ ଦେଶର ୩ୟ ଧନୀ ମୁଖ୍ୟମନ୍ତ୍ରୀ । ନବୀନଙ୍କ ସଂପତ୍ତି ହେଲା ୬୩ କୋଟି ୮୭ ଲକ୍ଷ ଟଙ୍କା । ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆନ୍ଧ୍ରର ଜଗନ ରେଡ୍ଡି । ଜଗନ ରେଡ୍ଡିଙ୍କ ସଂପତ୍ତି ୫୧୦ କୋଟି ୩୮ ଲକ୍ଷ ।
୩ ମାସରେ ଲାଗୁ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଗଳି ରାସ୍ତାରେ ମହିଳା ଜଣଙ୍କ ଚାଲି ଚାଲି ଯାଉଥିବା ବେଳେ ମୁଖା ପିନ୍ଧା ଜଣେ ଲୁଟେରା ତାଙ୍କୁ ଫଲୋ କରି ବେକରୁ ଚେନ୍ ଛିଣ୍ଡାଇ ନେଇଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଆଗାମୀ କିଛି ଦିନ ଧରି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ଆଜି ସକାଳେ ସାଢ଼େ ୮ଟାରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି।
ପାରିବାରିକ କଳହ କାରଣରୁ ୬ ମାସ ହେଲା ଠାକୁର ପ୍ରସାଦଙ୍କ ମାଆ ଶାଶୂଘର ଆଉ ପୁଅକୁ ଛାଡି ନିଜ ବାପା ଘରକୁ ଚାଲି ଯାଇଛନ୍ତି । ମାଆ ଚାଲିଯିବା ପରେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ଠାକୁରପ୍ରସାଦ । ତେଣୁ ମାଆଙ୍କୁ ଫେରାଇ ଆଣିବା ଲାଗି ଏମିତି ଦଣ୍ଡୁଆ ସାଜିଛନ୍ତି ଏଇ କୁନି ପୁଅ ।
ତିଗିରିଆ ବ୍ଲକ ଗଦାଧରପୁର ଗାଁରେ ୫୦ ବର୍ଷ ତଳେ ଲାଗିଥିଲା ଭୟାନକ ନିଆଁ । ନିଆଁ ଏତେ ଭୟଙ୍କର ଥିଲା ଯେ ପୋଡ଼ିଜଳି ଅନେକ ଘର ନଷ୍ଟ ହୋଇଥିଲା । ପରେ ଗାଁ ଲୋକେ ଚିନ୍ତା କଲେ ଶ୍ରୀରାମଙ୍କ ମନ୍ଦିରଟିଏ ତୋଳିବେ । ଖାଲି ଚିନ୍ତା କଲେ ତାହା ନୁହେଁ ବରଂ ଏକ ମନ୍ଦିର ନିର୍ମାଣ କଲେ । ମନ୍ଦିରରେ ପୂଜା ପାଉଛନ୍ତି ଦାରୁ ଦେବତା ରାମ, ଲକ୍ଷ୍ମଣ, ସୀତା । ଯାହାକି ରଘୁନାଥଜୀଉ ମନ୍ଦିର ନାମରେ ବିଖ୍ୟାତ ।
ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ଓଡ଼ିଶା ହାଇକୋର୍ଟ(Orissa High Court ) ବିଜ୍ଞପ୍ତି ଜାରି କରିଛି। ଗ୍ରୁପ୍-ଡି ପଦବୀ ପାଇଁ ଏହି ବିଜ୍ଞପ୍ତି ବାହାରିଛି।
ପରିବାର ପଚାରିଲାନି...ପରିଣତ ବୟସରେ ପର କରିଦେଲେ । ହେଲେ ଆପଣାର କରିନେଲା ବନ୍ଧୁ । ଖାଲି ଆପଣାର କଲା ତାହା ନୁହେଁ ବରଂ ଜୀବନ ଦାନ ବି ଦେଲା । ପୁରୀରୁ ଆସିଥିବା ଏଇ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା । ଶ୍ରୀକ୍ଷେତ୍ରରେ ରହୁଥିବା ଏଇ ଦୁଇ ବନ୍ଧୁଙ୍କ ନିଆରା ସଂପର୍କ କଥା ଯିଏ ଜାଣୁଛି ସିଏ ବି ସଲାମ କରୁଛି ।
ପ୍ରବଳ ଗ୍ରୀଷ୍ଣ ପ୍ରବାହ ପାଇଁ ଆଜିଠାରୁ ୧୬ ତାରିଖ ଯାଏ ରାଜ୍ୟର ସବୁ ସ୍କୁଲ୍କୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସ୍କୁଲ୍ ସମେତ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ରହିବ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଚିଟ୍ଫଣ୍ଡ ସଂସ୍ଥା ସି-ସୋର ସହ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି।
ଛେନା ପୋଡ଼, ତାକୁ କିଏ କହେ ମିଠା ତ ପୁଣି ପ୍ରସ୍ତୁତି ଦୃଷ୍ଟିରୁ କିଏ କୁହେ ପିଠା । ପୋଡ଼ ପୋଡ଼ିଆ ପୁଣି ଲୁତୁପୁତୁଆ । ସୁଆଦ ଏମିତି- ଯିଏ ଥରେ ଚାଖିଛି, ସବୁବେଳେ ଚାହିଁଛି, ଖାଇବାକୁ ମନ କରିଛି ।
ଜୀବନ ସହ ଦୀର୍ଘ ୨ ବର୍ଷର ସଂଘର୍ଷ । ମହାମାରୀ କବଳରୁ ବର୍ତ୍ତିବାକୁ ସବୁଠୁ ଲମ୍ବା ସମୟର ଲଢେଇ । ଆଉ ତା’ପରେ ଏବେ ସତ ହେବାକୁ ଯାଉଛି ଘର ବାହୁଡ଼ା ସ୍ୱପ୍ନ ।
ଦୁଇ ଦଳକୁ ଅନ୍ତର୍ଦ୍ୱନ୍ଦ୍ୱ ଚିନ୍ତା । କିଏ ହେବେ ବିଜେପି ଯୋଦ୍ଧା, ଏଯାଏଁ ଦଳରେ ଅଙ୍କକଷା ସରୁନଥିବାରୁ ଚର୍ଚ୍ଚା ।
ନିଜ ସଂପର୍କୀୟ ଭାବି ରାଜସ୍ଥାନର ଜଣଙ୍କ ଶବର ଅନ୍ତିମ ସତ୍କାର । ଓଡ଼ିଶା ଆସି ଚିତାଭସ୍ମ ନେଇ ଫେରିଗଲେ ରାଜସ୍ଥାନର ପରିବାର ।