Advertisment

ମନ୍ତ୍ରୀ ପଦ ନମିଳିବାରୁ ଅସନ୍ତୁଷ୍ଟ କି ସୁଶାନ୍ତ ସିଂ ? ହୋଇପାରେ ବିଦ୍ରୋହ..

ପଦ୍ମପୁର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ପରେ ସୁଶାନ୍ତଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ନିଆଯିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ମନ୍ତ୍ରିମଣ୍ଡଳରେ ତାଙ୍କୁ ନିଆଯାଇନାହିଁ ।

author-image
Manoranjan Behera
ଅଦ୍ୟତନ ହୋଇଛି
Susanta Singh On Odisha Cabinet Reshuffle

Susanta Singh

ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବା ନେଇ ବିଧାୟକ ସୁଶାନ୍ତ ସିଂ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ଆଜି ନୂଆ ମନ୍ତ୍ରୀ ଭାବେ ୩ ଜଣ ଶପଥ ନେଇଥିବା ବେଳେ ସେମାନଙ୍କ ଭିତରେ ପଶ୍ଚିମ ଓଡ଼ିଶାରୁ କେବଳ ସାରଦା ନାୟକଙ୍କୁ ନିଆଯାଇଛି। ନବ ଦାସଙ୍କ ଦେହାନ୍ତ ପରେ ପଶ୍ଚିମ ଓଡ଼ିଶାରୁ ଗୋଟିଏ ମନ୍ତ୍ରୀ ପଦ ଖାଲି ଥିଲା। ସେହି ସ୍ଥାନରେ ମନ୍ତ୍ରୀପଦ ପାଇବା ପାଇଁ ଭଟଲି ବିଧାୟକ ସୁଶାନ୍ତ ସିଂ ଆଶାବାଦୀ ଥିଲେ। ତେବେ ତାଙ୍କୁ ମନ୍ତ୍ରୀପଦ ମିଳିନାହିଁ । ଏଥିରେ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏପରିକି ତାଙ୍କୁ ଆଜିର ଶପଥ ଗ୍ରହଣ ସମାରୋହରେ ଦେଖିବାକୁ ମିଳିନଥିଲା। 

Advertisment

ପଦ୍ମପୁର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ପରେ ସୁଶାନ୍ତଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ନିଆଯିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ମନ୍ତ୍ରିମଣ୍ଡଳରେ ତାଙ୍କୁ ନିଆଯାଇନାହିଁ। ଏପରିକି ଗତବର୍ଷ ଜୁନ ମାସରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ବାଦ୍ ପଡ଼ିଥିବା ସୁଦାମ ମାରାଣ୍ଡି ଓ ବିକ୍ରମ କେଶରୀ ଆରୁଖଙ୍କୁ ଏବେ ପୁଣି ମନ୍ତ୍ରୀ କରାଯାଇଛି। 

ଅନ୍ୟପକ୍ଷରେ ଦିବଂଗତ ନେତା ନବ ଦାସ ଓ ସୁଶାନ୍ତ ସିଂ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା। ଦୀପାଳି ଦାସ ବିଧାୟିକା ନିର୍ବାଚିତ ହେବା ପରେ ବି ବିବାଦ ତୁଟିନଥିବା କୁହାଯାଉଛି। ସେହି କାରଣରୁ ଏ ଦୁଇ ଜଣଙ୍କୁ ବାଦ୍ ଦେଇ ସାରଦା ନାୟକଙ୍କୁ ମନ୍ତ୍ରୀପଦ ମିଳିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀପଦ ନମିଳିବା ପରେ ତାଙ୍କର ସମର୍ଥକମାନେ ଅସନ୍ତୁଷ୍ଟ ଅଛନ୍ତି । ଏପରିକି ସେମାନେ ଦଳରୁ ସମୂହ ଇସ୍ତଫା ପାଇଁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି । ଏନେଇ ସୁଶାନ୍ତ ସିଂଙ୍କ ପ୍ରତିକ୍ରିୟା ମିଳିପାରିନି ।

Advertisment
Susanta Singh Cabinet Reshuffle Odisha Cabinet Reshuffle Cabinet Ministers
Advertisment
Advertisment