• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଶିଷ୍ଟ ଶିଳ୍ପପତି ଡକ୍ଟର ବଂଶୀଧର ପଣ୍ଡାଙ୍କ ଆଜି ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ପୁଅ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବଂଶୀଧରଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କୁ ମନେ ପକାଇଛନ୍ତି ବୈଜୟନ୍ତ । 

ଦେଶ ଏବଂ ଓଡ଼ିଶା ପାଇଁ ବଂଶୀଧରଙ୍କ ଅବଦାନ, ନିଯୁକ୍ତି ସୁଯୋଗ ଓ ଉପାନ୍ତରେ ରହୁଥିବା ହଜାର ହଜାର ଲୋକଙ୍କୁ ବଞ୍ଚିବାର ରାସ୍ତା ଦେଖାଇଥିଲେ । ବଂଶୀଧରଙ୍କ ବିକାଶର ବାର୍ତ୍ତା ଦେଶକୁ ନୂଆ ଦିଶା ଦେଖାଇଥିବା ସେ ମତ ଦେଇଛନ୍ତି । ୨୦୧୮ ଆଜିର ଦିନରେ ଡକ୍ଟର ବଂଶୀଧର ପଣ୍ଡାଙ୍କ ପରଲୋକ ହୋଇଥିଲା।