ଆଜି ଗଡ଼ିବନି ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ । ସୂଚନା ଅନୁସାରେ, 22895/22896 ହାୱଡ଼ା-ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଆଜି ପାଇଁ ବାତିଲ୍ ହୋଇଛି। କନେକ୍ଟିଂ ବନ୍ଦେ ଭାରତ ବିଳମ୍ବ ଚାଲୁ ଥିବାରୁ ଏବଂ ସମୟ ଖାପ ଖୁଆଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ରେଲ୍ୱେ ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଜପୁର ଜିଲ୍ଲାର ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅଟକି ରହିଥିଲା। କାଳବୈଶାଖୀ ମାଡ଼ରେ ଉପରେ ଲାଗିଥିବା ବିଦ୍ୟୁତ୍ ତାର କ୍ଷତିଗ୍ରସ୍ତ ହେବା ସହ ଲୋକୋ ପାଇଲଟଙ୍କ ସାମ୍ନା କାଚ ଭାଙ୍ଗି ଯାଇଥିଲା।
#ଆଜି_ଚାଲିବନି_ବନ୍ଦେ_ଭାରତ
— ଓଟିଭି (@otvkhabar) May 22, 2023
ଆଜି ଚାଲିବନି ହାୱାଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ବାତିଲ ହୋଇଥିବା ସୂଚନା । କନେକ୍ଟିଂ ଏକ୍ସପ୍ରେସ୍ ଲେଟ୍ ଚାଲୁଥିବାରୁ ନିଷ୍ପତ୍ତି । #VandeBharatExpress #OTV pic.twitter.com/TGMf2bOYkB
ଫଳରେ ପ୍ରାୟ ୪ ଘଣ୍ଟା ଧରି ଅଟକି ରହିବା ପରେ ଏକ ଡିଜେଲ ଇଞ୍ଜିନ ସହାୟତାରେ ଟ୍ରେନ୍କୁ ଭଦ୍ରକ ଅଭିମୁଖେ ନିଆଯାଇଥିଲା। କେନ୍ଦୁଆପଡ଼ା ଠାରୁ ରାତି ପ୍ରାୟ ସାଢ଼େ ୯ଟା ବେଳେ ଏହା ବିନା ଡିଜେଲ ଇଞ୍ଜିନରେ ହାୱଡ଼ା ଅଭିମୁଖେ ଯାତ୍ରା କରିଥିଲା।