/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684689688.jpg)
Fake teachers in Odisha
ଏବେ ବି ରାଜ୍ୟରେ ମାଳ ମାଳ ଫେକ୍ ଶିକ୍ଷକ। ନକଲି ପ୍ରମାଣିତ ହେବା ପରେ ବି ଅଛନ୍ତି ଚାକିରିରେ। ଆଉ ଜିଲ୍ଲା ଶିକ୍ଷାଧିକାରୀ ମାନେ ଆକ୍ସନ ଟେକେନ୍ ରିପୋର୍ଟ ଦେଉନାହାଁନ୍ତି। ଏଭିଳି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଚିଠିରୁ। ୧୫ ଦିନ ଭିତରେ ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି ସବୁ DEO ଏବଂ BEOଙ୍କୁ। ସେପଟେ ସରକାରୀ ଅଧିକାରୀ ଓ ନକଲି ଶିକ୍ଷକଙ୍କ ଭିତରେ ଥିବା ନିବିଡ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛି ଅଭିଭାବକ ସଂଘ।
ଗଣଶିକ୍ଷା ମନ୍ତ୍ରୀ କିନ୍ତୁ କହିଛନ୍ତି ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏବେବି ଚାକିରିରେ ଅଛନ୍ତି ଫେକ୍ ସାର୍ଟିଫିକେଟାରୀ ଶିକ୍ଷକ। ଫେକ୍ ଶିକ୍ଷକ ଚିହ୍ନଟ ପରେ ବି ଆକ୍ସନ ନେଉନାହାଁନ୍ତି ଜିଲ୍ଲା କି ବ୍ଲକ ଶିକ୍ଷା ଅଧିକାରୀ। ଯାହାକୁ ନେଇ ଚିନ୍ତାରେ ଗଣଶିକ୍ଷା ବିଭାଗ। ଯେଉଁଥିପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଡିଇଓ ଏବଂ ବିଇଓ ମାନଙ୍କୁ ଚିଠି ଲେଖି ତାଗିଦ କରାଯାଇଛି।
ଚିଠିରେ ଉଲ୍ଲେଖ ଅଛି ଯେ ଜାଲ୍ ଶିକ୍ଷକଙ୍କ ପ୍ରମାଣ ପାଇବା ପରେ ବି ଡିଇଓ ଏବଂ ବିଇଓ ମାନେ କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି କି ଆକ୍ସନ ଟେକେନ୍ ରିପୋର୍ଟ ନିର୍ଦ୍ଦେଶାଳୟକୁ ଦେଉନାହାଁନ୍ତି। ଯାହାଫଳରେ ଜାଲ୍ ଶିକ୍ଷକ ଏବେବି ଶିକ୍ଷକତା କରୁଛନ୍ତି। ଯେଉଁଥିପାଇଁ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ବି ଅସନ୍ତୋଷ ପ୍ରକାଶ କରିଛନ୍ତି। ୧୫ ଦିନ ଭିତରେ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ କହିବା ହେଲା ଫେକ୍ ଶିକ୍ଷକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏବେ ପ୍ରଶ୍ନ ଉଠୁଛି କାହିଁକି ଡିଇଓ ଏବଂ ବିଇଓ ମାନେ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି? ଏହାପଛରେ ଆଉ କିଛି କାରଣ ଅଛି କି? ନା ଭିତିରି ବୁଝାମଣା?
ବାରମ୍ବାର ବିଭାଗରୁ ତାଗିଦ କରାଯିବା ପରେ ବି ନକଲି ଶିକ୍ଷକ କେମିତି ଚାକିରିରେ ରହିଛନ୍ତି। ତାକୁ ନେଇ ସନ୍ଦେହ ଘନେଇଲାଣି। ଅଭିଭାବକ ସଂଘର ଅଭିଯୋଗ ସରକାରୀ ଅଧିକାରୀ ଓ ନକଲି ଶିକ୍ଷକଙ୍କ ମଧୁଚନ୍ଦ୍ରିକା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଅନ୍ୟପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
କେବଳ ବଲାଙ୍ଗୀର ନୁହେଁ ରାଜ୍ୟର ସବୁ ଜିଲ୍ଲାରେ ଫେକ୍ ଶିକ୍ଷକ କାର୍ଯ୍ୟରତ। କିଛି ଦିନ ତଳେ ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବାବେଳେ ସରକାରୀ ଅଧିକାରୀମାନେ ଜିଲ୍ଲାରୁ ରିପୋର୍ଟ ଦାଖଲ କରୁନଥିବା, ଘଟଣାକୁ ଆହୁରି ସଙ୍ଗୀନ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)