/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684766350.jpg)
FICCI team led by Subhrakanta Panda meets President
ଫିକି ଅଧ୍ୟକ୍ଷ ତଥା ଇମ୍ଫା ଏମଡି ଶୁଭ୍ରକାନ୍ତ ପଣ୍ଡାଙ୍କ ପ୍ରତିନିଧିତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ଶ୍ରୀ ପଣ୍ଡାଙ୍କ ସମେତ ଏକ ପ୍ରତିନିଧି ଦଳରେ ଫିକିର ପୂର୍ବତନ ସଭାପତି ଯୋଗେନ୍ଦ୍ର ମୋଦି, ନୈନଲାଲ କିଦୱାଇ ଏବଂ ସେକ୍ରେଟାରୀ ଜେନେରାଲ ଶୈଳେଶ ପାଠକ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ।
Advertisment
ଏହି ଅବସରରେ ଫିକିର ଗୌରବମୟ ଇତିହାସ ଏବଂ ବର୍ତ୍ତମାନ ସମୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଉତ୍ଥାନରେ ଏହା କିପରି କାର୍ଯ୍ୟ କରୁଛି ସେ ଉପରେ ପ୍ରତିନିଧିମଣ୍ଡଳୀ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ରତିନିଧି ଦଳର ପ୍ରତିଟି ସଦସ୍ୟ ନିଜ ମତ ରଖିଥିଲେ। ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅନୁଭୂତିରୁ ମତାମତ ପ୍ରଦାନ କରିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)