ମନ୍ତ୍ରୀ ପଦ ନମିଳିବା ନେଇ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ସମର୍ଥକଙ୍କ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ସୁଶାନ୍ତଙ୍କ ମାନଭଞ୍ଜନ ପାଇଁ ବିଜେଡି ପ୍ରୟାସ ଚଳାଇଛି ।
ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ମାନଭଞ୍ଜନ ପାଇଁ ଶଙ୍ଖ ଭବନରେ ଆଲୋଚନା ଚାଲିଥିବା ସୂଚନା ମିଳିଛି
ପଦ୍ମପୁର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ପରେ ସୁଶାନ୍ତଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ନିଆଯିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ମନ୍ତ୍ରିମଣ୍ଡଳରେ ତାଙ୍କୁ ନିଆଯାଇନାହିଁ ।
କାହିଁକି ନିର୍ବାଚନ ପୂର୍ବରୁ ମନ୍ତ୍ରୀ ମଣ୍ଡଳରେ ଏହି ପରିବର୍ତ୍ତନ? ୩ ନୂଆ ମନ୍ତ୍ରୀଙ୍କ ଶପଥ ପାଠ ଓ ଦାୟିତ୍ୱ ମିଳିବା ପ୍ରସଙ୍ଗର ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।
ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଆଜି ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ। ବିକ୍ରମ କେଶରୀ ଆରୁଖ, ସାରଦା ନାୟକ ଓ ସୁଦାମ ମାରାଣ୍ଡି ଆଜି ମନ୍ତ୍ରୀ ଭାବେ ଶପଥ ନେବେ। ତେବେ କିଏ କେଉଁ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ତାହା ଜଣାପଡ଼ିନି।
ସ୍ପଷ୍ଟ ହେଉନି ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଚିତ୍ର । ଅସନ୍ତୁଷ୍ଟଙ୍କୁ ବୋଧ ଦେବାକୁ ମାପିଚୁପି ଗୋଟି ଚାଳନାରୁ ବିଳମ୍ବ ଚର୍ଚ୍ଚା । ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ବଢୁଛି ଆଶାୟୀଙ୍କ ତାଲିକା ।
ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳରେ ଛୋଟ ଧରଣର ଅଦଳବଦଳ ହୋଇପାରେ
କ୍ୟାବିନେଟ୍ ମନ୍ତ୍ରୀ ଭାବରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଜଗନ୍ନାଥ ସାରକା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆ ରହିଛନ୍ତି
ମୋଦିଙ୍କ ଟିମ୍ରେ ସାମିଲ ହୋଇଛନ୍ତି ଆଉ ୭ ମହିଳା ମନ୍ତ୍ରୀ। ଏମାନଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।
ଆଜି ସନ୍ଧ୍ୟାରେ ମୋଦିଙ୍କ ଟିମର ନବକେଳବର । ନୂତନ କ୍ୟାବିନେଟରେ କାହାକୁ ମିଳିବ ମନ୍ତ୍ରୀପଦ ? ଏପରି କଳ୍ପନା ଜଳ୍ପନା ମଧ୍ୟରେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ଚର୍ଚ୍ଚାରେ ରହିଛି । କେନ୍ଦ୍ରମନ୍ତ୍ରୀ ହୋଇପାରନ୍ତି ମୟୂରଭଂଜ ସାଂସଦ । ବର୍ତ୍ତମାନ ବିଜେପି ରାଷ୍ଟ୍ରିୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଛନ୍ତି ବିଶ୍ୱେଶ୍ୱର । ସେ ଏବେ ଦିଲ୍ଲୀରେ ଥିବାବେଳେ ତାଙ୍କର କରୋନା ଟେଷ୍ଟ ହୋଇସାରିଛି । ୨୦୧୯ ଲୋକସଭା ନିର୍ବାଚନରେ ମୟୁରଭଞ୍ଜ ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଦେବାଶିଷ ମାରାଣ୍ଡିଙ୍କୁ ୨୫,୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।
ଖୁବଶୀଘ୍ର କେନ୍ଦ୍ର କ୍ୟାବିନେଟ୍ର ସଂପ୍ରସାରଣ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କିଛି ସାଂସଦଙ୍କୁ ଦିଲ୍ଲୀ ଡକରା ଯାଇଛି। କ୍ୟାବିନେଟ୍ ସଂପ୍ରସାରଣରେ ଏଥିରେ ୨୮ ଜଣଙ୍କୁ ନୂଆ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।