Advertisment

ବାବୁଲି ଓ କିରଣଙ୍କ ପ୍ରେମ କାହାଣୀ; ଫେସବୁକ୍‌ ପକାଇଦେଲା ହାତଗଣ୍ଠି

ଲୋକେ କୁହନ୍ତି ପ୍ରେମକୁ କାଳେ ଶବ୍ଦରେ ବର୍ଣ୍ଣନା କରି ହୁଏନା.. କିନ୍ତୁ ପ୍ରକୃତ ପ୍ରେମକୁ ପରିପ୍ରକାଶ କରିବାକୁ ଶବ୍ଦର ବି ଲୋଡା ପଡେନା.. ସେଥିପାଇଁ ତ ଆଜି ଖିଲି ଖିଲି ହସୁଛନ୍ତି ଏଇ ପ୍ରେମପକ୍ଷୀ..

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Divyanga Couple

Balasore divyang couple

ପ୍ରକୃତ ପ୍ରେମକୁ ପରିପ୍ରକାଶ କରିବାକୁ ପଡିନଥାଏ, କେତେବେଳେ ଯେ ଏ ନିବିଡ଼ ସଂପର୍କ ଗଢି ଉଠେ କେହିବି ଜାଣି ପାରନ୍ତିନି । ଏହି କାହାଣୀ ବି ଦୁଇ ଦିବ୍ୟାଙ୍ଗଙ୍କ । ସୋସିଆଲ ମିଡିଆରୁ ପରିଚୟ, ଏବେ ସାରା ଜୀବନର ସାଥି । ପରିବାରର ସହମତିରେ ନିଜ ପ୍ରେମକୁ ସାର୍ଥକ କରିଛନ୍ତି ଏହି ଦୁଇ ପ୍ରେମପକ୍ଷୀ ।

Advertisment

ଏଠି ଶବ୍ଦ ନାହିଁ.. ହେଲେ ପ୍ରେମର ଭାଷା ଶୁଣିପାରିଛି ଦୁଇ ହୃଦୟ । ଫେସବୁକରେ ସମ୍ପର୍କ ଏମିତି ଯୋଡ଼ିହେଲା ଯେ କଥା ପହଞ୍ଚିଲା ସିନ୍ଦୂର, ହାତଗଣ୍ଠି ଆଉ ସାତ ଜନ୍ମ ଯାଏ । ପ୍ରେମ କଲେ, ଘର ଲୋକଙ୍କ ସହମତିରେ ବାହା ହୋଇ ନିଜ ପ୍ରେମକୁ ସାର୍ଥକ ବି କଲେ ହେଲେ ସବୁ କେବଳ ଠରା ଠରିରେ.. ଏମାନଙ୍କ ନିବିଡ଼ତାକୁ ଦରକାର ନାହିଁ କୌଣସି ଶବ୍ଦର ସହଯୋଗ.. ଚାହାଣି ଆଉ ଠାର ହିଁ ଏମାନଙ୍କ ପାଇଁ ଶବ୍ଦକୋଶ ।

ଅଧିକ ପଢ଼ନ୍ତୁ: ପ୍ରେମ ଆଗରେ ହାର୍‌ ମାନିଛି ଅକ୍ଷମତା, ଦେଖନ୍ତୁ ୩ ନୂଆ ପ୍ରେମ କାହାଣୀ

Advertisment

ଲୋକେ କୁହନ୍ତି ପ୍ରେମକୁ କାଳେ ଶବ୍ଦରେ ବର୍ଣ୍ଣନା କରି ହୁଏନା.. କିନ୍ତୁ ପ୍ରକୃତ ପ୍ରେମକୁ ପରିପ୍ରକାଶ କରିବାକୁ ଶବ୍ଦର ବି ଲୋଡା ପଡେନା.. ସେଥିପାଇଁ ତ ଆଜି ଖିଲି ଖିଲି ହସୁଛନ୍ତି ଏଇ ପ୍ରେମପକ୍ଷୀ.. ଏ ହସ ଆଉ ଏ ମିଠା ମିଠା ଠରାଠରିରେ ଯେ କେତେ ପ୍ରେମ.. ତାହା ସ୍ପଷ୍ଟ ବାରି ହୋଇଯାଉଛି.. ଏ ଲାଜୁଆ ହସ ଆଉ ଚୋରା ଚାହାଣି କୁହେ ବାବୁଲି ଓ କିରଣଙ୍କ ପ୍ରେମ କାହାଣୀ.. ଏ କାହାଣୀ ଅସରନ୍ତି, ଅଲେଖା, ଜୀବନ୍ତ ଓ ଶାଶ୍ଵତ..ଏମାନଙ୍କ ପ୍ରେମ ଆରମ୍ଭ ହେଇଥିଲା ଫେସବୁକରୁ.. ତା ପରେ ଦେଖା ହୁଏ ଆଇଟିଆଇ କଲ୍ଲେଜରେ.. ୫ ବର୍ଷ ପୂର୍ବରୁ ଫେସବୁକରୁ ଆରମ୍ଭ ହେଇଥିଲା ଭଲ ପାଇବା ଆଉ ଦୁହେଁ ଦୁହିଁଙ୍କୁ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ.. ଆଉ ଆଜି ଏମାନେ ସ୍ୱାମୀ ସ୍ତ୍ରୀ ହୋଇ ନୂଆ ଜୀବନ ଆରମ୍ଭ କରିଛନ୍ତି ।

ବାବୁଲି ଓ କିରଣ କେହି କାହାକୁ ପାଖରେ ଦେଖି ନଥିଲେ ସତ ହେଲେ ଫେସବୁକ୍ ଏମାନଙ୍କୁ ବନ୍ଧନରେ ବାନ୍ଧିଦେଲା । ବାଲେଶ୍ଵର ବାଲିଆପାଳ ବିଷ୍ଣୁପୁର ଗାଁର ବର ବାବୁଲି ଖଣ୍ଡାଙ୍କ ଘର ହୋଇଥିବା ବେଳେ କନିଆ ପୁରୀ ଜିଲ୍ଲା କାକଟପୁରର କିରଣବାଲା ନାୟକ । ଦୁହେଁ ଜନ୍ମରୁ ଦିବ୍ୟାଙ୍ଗ । କଥା କହିପାରନ୍ତି କି ଶୁଣିପାରନ୍ତିନି । ହେଲେ ଦୁହେଁ ଦୁହିଁଙ୍କ ମନ ଠିକରେ ପଢିପାରିଛନ୍ତି । ଠାରରେ ଠାରରେ ଗଢିଦେଲେ ସମ୍ପର୍କ ଆଉ ବାହା ହୋଇ ଗଡୁଛନ୍ତି ନୂଆ ସଂସାର । ଦିବ୍ୟାଙ୍ଗ କିରଣଙ୍କ ମଥାରେ ଝଟକୁଛି ବାବୁଲିଙ୍କ ନାଁରେ ସିନ୍ଦୂର । ଶାରୀରିକ ଅକ୍ଷମତା ଆଗରେ ଆଜି ପ୍ରେମ ଜିତିଛି ।

ଦେଖୁ ନାହାନ୍ତି ଏହି ଦୁଇ ପ୍ରେମ ପକ୍ଷୀଙ୍କୁ କେମିତି ଠାରରେ କଥା ହେଉଛନ୍ତି । କଥା ସିନା ହେଇ ପାରୁନାହାନ୍ତି ହେଲେ ପରସ୍ପରର ଭାଷା ଠିକ୍ ବୁଝି ପାରୁଛନ୍ତି । ପ୍ରେମକୁ ନା ଶବ୍ଦର ଆବଶ୍ୟକତା ଅଛି ନା ଭାଷାର । ଏହା ତ କେବଳ ଦୁଇ ମନର ଆବେଗ । ଯାହା କେବଳ ଅନୁଭବ ମାଧ୍ୟମରେ ହିଁ ସମ୍ଭବ । ବନ୍ଧନରୁ ଊର୍ଦ୍ଧ୍ୱରେ ଆକର୍ଷଣରୁ ବହୁ ଦୂରରେ ରହି ପ୍ରେମକୁ ସାକାର କରିଛନ୍ତି ଏହି ଦୁଇ ଦିବ୍ୟାଙ୍ଗ ଯୋଡ଼ି ।

Marriage Love
Advertisment
Advertisment