/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684770443.jpg)
online spot admission
ଚଳିତ ବର୍ଷରୁ ଅନଲାଇନ ମୋଡରେ ହେବ ଯୁକ୍ତ ଦୁଇ ସ୍ପଟ୍ ଆଡମିଶନ । ତା’ସହ ମାଟ୍ରିକରେ କୃତୀ ଛାତ୍ରଛାତ୍ରୀ କେତେ ପରିମାଣରେ ଯୁକ୍ତ ଦୁଇ, ଆଇଟିଆଇ ଏବଂ ଡିପ୍ଲୋମା କରୁଛନ୍ତି ତା’ର ମଧ୍ୟ ତଥ୍ୟ ରଖାଯିବ । ଏଭଳି ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ମାଟ୍ରିକରେ ଏଥର ବଂପର ରେଜଲ୍ଟ ପରେ ଚିନ୍ତିତ ଗଣଶିକ୍ଷା ବିଭାଗ ଧନ୍ଦା ମୂଳକ ଶିକ୍ଷାନୁଷ୍ଠାନରେ ପଢ଼ିବା ଲାଗି ପିଲାଙ୍କୁ ସଚେତନ କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଏହି ଚିଠି ଲେଖିଛନ୍ତି ।
କଳା ବିଜ୍ଞାନ ଓ ବାଣିଜ୍ୟ ବର୍ଗରେ ଅଧିକ ଇଛୁକ ହେଉଥିବାରୁ ଯୁକ୍ତ ଦୁଇ ଆଡମିଶନ ସମସ୍ୟା ଉପୁଜୁଛି । ସେଥିପାଇଁ ମାଟ୍ରିକ୍ ପଢୁଥିବା ସମୟରେ ପିଲା ଓ ଅଭିଭାବକଙ୍କୁ ରାଜ୍ୟରେ ଥିବା ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ପଢିବା ଲାଗି ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥର ମେଟ୍ରିକରେ ୫ଲକ୍ଷ ୧୨ହଜାର ପରୀକ୍ଷାର୍ଥୀ ପାସ କରିଥିବାବେଳେ ଯୁକ୍ତ ଦୁଇରେ ସିଟ୍ ସଂଖ୍ୟା ଅଛି ୫ଲକ୍ଷ ୯ ହଜାର ।
ଫଳରେ ଆଡ଼ମିଶନ ସମସ୍ୟା ଉପୁଜିଛି । ତେଣୁ ସ୍ୱଚ୍ଛତା ଲାଗି ଏବର୍ଷ ଯୁକ୍ତ ଦୁଇ ସ୍ପଟ୍ ଆଡ଼ମିଶନ ଅନ୍ ଲାଇନ୍ ମୋଡରେ ହେବ । ଡ୍ରପ ଆଉଟ ହାର ଜାଣିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପିଲାଙ୍କୁ ଟ୍ରାକିଂ ବ୍ୟବସ୍ଥା ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ତଥା OCACକୁ ଚିଠି ଲେଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)