/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684853451.jpg)
Odisha Politics
ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ? ଏନେଇ ଜାତୀୟ ଗଣମାଧ୍ୟମ ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ଜୋର୍ ଧରିଛି। ଆଗକୁ ଥିବା ୫ ରାଜ୍ୟର ନିର୍ବାଚନ ସହ ଓଡ଼ିଶାର ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ଘନଉଛି। ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଓଡିଶାରେ ନିର୍ବାଚନୀ ଉଷ୍ମତା ବଢିବାରେ ଲାଗିଛି। ଏହି ରାଜ୍ୟଗୁଡ଼ିକ ସହ ଏକା ସମୟରେ ଓଡ଼ିଶା ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
Advertisment
ଅଧିକ ପଢ଼ନ୍ତୁ: ବଲାଙ୍ଗୀର ପଲିଟିକ୍ସରେ ବଦଳିବ କି ରାଜାଘର ଚେହେରା ? ସାନ ଭାଇର ସ୍ଥାନ ନେବେ କି ମଝିଆ ଭାଇ ?
ସେପଟେ ବିଜେଡି କହିଛି ଆଗୁଆ ନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ଆଗରୁ ଚର୍ଚ୍ଚା କରିସାରିଛନ୍ତି। ଓଡିଶାରେ ନିର୍ବାଚନ ଆଗୁଆ ହେବ କି ନାହିଁ ତାହା ନିର୍ବାଚନ କମିଶନଙ୍କ ନିଷ୍ପତ୍ତି। ରାଜ୍ୟରେ ସବୁ ରାଜନୈତିକ ଦଳ ପ୍ରସ୍ତୁତ ଥିବା ବେଳେ ଆମେ ବି ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ। ଅନ୍ୟପଟେ ବିଜେପି ଓ କଂଗ୍ରେସ ମଧ୍ୟ ରାଜ୍ୟରେ ଆଗୁଆ ନିର୍ବାଚନୀ ନେଇ ପ୍ରସ୍ତୁତ ଥିବା କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)