/odishatv-khabar/media/post_attachments/uploadimage/library/16_9/16_9_0/Murder_1684813778.jpg)
Murder
ଗୋଟିଏ ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା । ବରଗଡ଼ ଜିଲ୍ଲା ଭଟଲି ଥାନା ଝିକିଝିକି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବାପା, ମା’ ସହ ପୁଅ ଓ ଝିଅଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଘରୁ ଉଦ୍ଧାର କରାଯାଇଛି । ଜମିଜମା ବିବାଦରୁ କକା ଶାବଳରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ କକାକୁ ଅଟକ ରଖି ପୋଲିସର ପଚରାଉଚରା ଜାରି ରଖିଛି ।
Advertisment
ମୃତକ ମାନେ ହେଲେ ଗୁରୁଦେବ ବାଗ, ପତ୍ନୀ ଶିବଗ୍ରୀ, ପୁଅ ଚୂଡ଼ାମଣି ଓ ଝିଅ ଶ୍ରାବଣୀ । ଜମିଜମା ବିବାଦରୁ ଗୁରୁଦେବଙ୍କ କାକା ଶିବ ବାଗ ଲୁହା ଶାବଳରେ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଶିବ ବାଗକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)