/odishatv-khabar/media/post_attachments/uploadimage/library/16_9/16_9_0/murder_1684825558.jpg)
murder
ଜନ୍ମଦାତ୍ରୀର ଜୀବନ ନେଇଗଲା ପୁଅ । ପାରାଦୀପ ଲକ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମ କୁମ୍ଭାର ସାହିରେ ହତ୍ୟାକାଣ୍ଡ । ମା’କୁ କଟୁରିରେ ହାଣି ହତ୍ୟା କରିଛି ପୁଅ । ଆଜି ସକାଳ ପ୍ରାୟ ସାଢେ ୫ଟାରେ ଏହି ଘଟଣା ଘଟିଛି । ଏନେଇ ଖବର ଦେବାପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ୍ ।
ମୃତକ ସୁଲୋଚନା ଦେବୀ ପାରାଦୀପଗଡ ହାଇସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀ ବୋଲି ଜଣାପଡ଼ିଛି । ଆକ୍ରମଣକାରୀ ପୁଅ ଅଂଶୁମାନ ବେହେରା ଜଣେ ମାନସିକ ରୋଗୀ ବୋଲି କୁହାଯାଉଛି । ସୁଲୋଚନା ଦାଣ୍ଡ ପିଣ୍ଡାରେ ବସି ଶାଗ ବାଛିବା ସମୟରେ ତାଙ୍କୁ କଟୁରିରେ ଆକ୍ରମଣ କରିଥିଲା ପୁଅ । ମୁଣ୍ଡ ଓ ବେକକୁ ଚୋଟ ପରେ ଚୋଟ ମାରି ଚାଲିଥିବାରୁ ଘଟଣାସ୍ଥଳରେ ସେ ଟଳିପଡ଼ିଥିଲେ ।
ଗତକାଲି ବୁଢି ମାଆର ଶ୍ରାଦ୍ଧ ଥିଲା । ସେତେବେଳେ ବ୍ରାହ୍ମଣ ଅଂଶୁମାନ ମୁଣ୍ଡରେ ଚନ୍ଦନ ଲଗାଇ ଦେଇଥିଲେ । ଆଉ ସେହି ଘଟଣା ପାଇଁ ଗତକାଲି ଠାରୁ ରାଗରେ ଜରଜର ହେଉଥିଲା ଅଂଶୁମାନ ଏବଂ ଆଜି ସକାଳୁ ନିଜ ମା’ ଉପରେ ରାଗ ଶୁଝାଇଥିଲା ବୋଲି କୁହାଯାଉଛି । ପାରାଦୀପ ଅତିରିକ୍ତ ଏସପି ଏବଂ ଲକ୍ ଥାନା IIC ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଟିମକୁ ଅପେକ୍ଷା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)