Advertisment

ସିଭିଲ ସର୍ଭିସରେ ସଫଳତା ପରେବି ପୁଣି ଥରେ ଟ୍ରାଏ କରିବେ ତେଜସ୍ୱିନୀ, ଜାଣନ୍ତୁ କାହିଁକି

ପ୍ରଥମ ଆଟେମ୍ପ୍ଟରେ ମୁଁ ପ୍ରିଲିମ୍‌ରେ ସଫଳତା ପାଇପାରିନଥିଲି। ଓଏଏସ୍‌ ପରୀକ୍ଷାରେ ମୋର ସଫଳତା ମୋତେ ନୂଆ ଆଶା ଦେଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
UPSC CSE Result 2023

UPSC CSE Result

UPSC ସିଭିଲ ସର୍ଭିସରେ ସର୍ବଭାରତୀୟ ସ୍ତରରେ  ୫୧୬ ରାଙ୍କ୍‌ ରଖିଛନ୍ତି  ତେଜସ୍ୱିନୀ ବେହେରା। ଓପିଏସ୍‌ସି ପରୀକ୍ଷା ସଫଳତା ପରେ UPSC ପରୀକ୍ଷାରେ ସଫଳତା ଆଣିଛନ୍ତି। ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ବି ଆଉ ଥରେ ଆଟେମ୍ପ୍ଟ ଦେବେ ତେଜସ୍ୱିନୀ। ଆସନ୍ତୁ ଜାଣିବା ତାଙ୍କୁ କେମିତି ମିଳିଲା ଏ ସଫଳତା।

Advertisment

ଏନେଇ ତେଜସ୍ୱିନୀ କହିଛନ୍ତି ଯେ ଜେଏନ୍‌ୟୁରେ ପାଠ ପଢିବା ସମୟରେ ଦେଶ ତଥା ବିଭିନ୍ନ ସରକାରୀ ପଲିସି ଓ ପ୍ରସଙ୍ଗ ଉପରେ ତର୍କ ବିତର୍କ ହୋଇଥାଏ। ମୋର ସେହିଠାରୁ ହିଁ ସିଭିଲ ସର୍ଭିସ ପ୍ରତି ଆଗ୍ରହ ବଢିଥିଲା। ହଜାରେ ପିଲାଙ୍କ ଭିତରେ ରହିବା ଏହା ମୋତେ ଖୁସି ଦେଇଛି। ମୋର ପ୍ରଶାସନିକ କ୍ଷେତ୍ରରେ ଯିବା ପାଇଁ ଲକ୍ଷ୍ୟ ଥିଲା। ସେଥିପାଇଁ ମୁଁ ଆଉଥରେ ପ୍ରିଲିମ୍‌ ଦେବି। ତଥାପି ମୁଁ ମୋର ରାଙ୍କକୁ ନେଇ ଖୁସି ଅଛି।

ଅଧିକ ପଢ଼ନ୍ତୁ: UPSC ପରୀକ୍ଷାରେ ଦ୍ୱିତୀୟଥର ସଫଳତା ପରେ ପରୀକ୍ଷାର୍ଥୀଙ୍କୁ ୩ ଟିପ୍ସ ଦେଲେ ଅନୁପ

Advertisment

ସେ ଆହୁରି କହିଛନ୍ତି ଯେ 'ମୋତେ ଯାହାବି ସର୍ଭିସ୍‌ ମିଳିବ, ମୁଁ ତାକୁ ନିଷ୍ଠାର ସହ କରିବି। ପ୍ରଥମ ଆଟେମ୍ପ୍ଟରେ ମୁଁ ପ୍ରିଲିମ୍‌ରେ ସଫଳତା ପାଇପାରିନଥିଲି। ଓଏଏସ୍‌ ପରୀକ୍ଷାରେ ମୋର ସଫଳତା ମୋତେ ନୂଆ ଆଶା ଦେଇଥିଲା। ଏଥିରେ ମୋର ଦୁର୍ବଳତାକୁ ଜାଣିବାକୁ ପାଇଥିଲି। ମୋର ପରିବାର ମୋତେ ଯଥେଷ୍ଟ ସପୋର୍ଟ ଦେଇଛନ୍ତି। ମୋ ବାପା ମୋ ପାଇଁ ପ୍ରେରଣା।ସିଭିଲ ସର୍ଭିସ୍‌ କେବଳ ଯେ ଏକମାତ୍ର ଲକ୍ଷ୍ୟ ନହେଉ। ଏକାଗ୍ରତା ରହିଲେ ବିଭିନ୍ନ କ୍ଷେତ୍ରରେ ଆପଣାଛାଏଁ ସଫଳତା ମିଳିପାରିବ ବୋଲି ସେ କହିଛନ୍ତି। 

ସିଭିଲ ସର୍ଭିସ ପରୀକ୍ଷାରେ ଚମକିଛନ୍ତି ଓଡ଼ିଆ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ଜଣଙ୍କ ନାଁ ସାମ୍ନାକୁ ଆସିଥିବାବେଳେ ତା’ମଧ୍ୟରୁ ଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ। ଏହି ୧୦ ଜଣଙ୍କ ମଧ୍ୟରୁ ଭୁବନେଶ୍ବରର ପ୍ରଣିତା ଦାସ ୪୨, କସ୍ତୁରୀ ପଣ୍ଡା ୬୭ ଏବଂ ଜଗତସିଂହପୁରର ଅନୁପ ଦାସଙ୍କ ରାଙ୍କ ୩୮ ରହିଛି। କେନ୍ଦ୍ରୀୟ ଲୋକସେବା ଆୟୋଗ ବା UPSC ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ କୃତୀ ଅର୍ଜନ କରିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ କାହାଣୀ ସମସ୍ତଙ୍କୁ ପ୍ରେରଣା ଦେଇଛି।

ଅଧିକ ପଢ଼ନ୍ତୁ: ସିଭିଲ ସର୍ଭିସ୍‌ ପରୀକ୍ଷାରେ ସଫଳତାର ଟିପ୍ସ ଦେଲେ ସୁଶ୍ରୀ ଶୁଭାଙ୍ଗୀ

UPSC UPSC Civil Services Main Exam Results
Advertisment
Advertisment