• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜିଠୁ ପୁଣି ଗଡ଼ିବ ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ । ଆଜିଠାରୁ ଏହା ପୁଣି ସେବା ପ୍ରଦାନ କରିବା ଲାଗି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି । ରବିବାର କାଳବୈଶାଖୀ ଯୋଗୁଁ ରେଳ ଧାରଣା ବିଦ୍ୟୁତ ତାର ଉପରେ ଗଛ ଡାଳ ପଡି ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଥିଲା । ଫଳରେ, ଘଣ୍ଟାପ୍ରତି ୧୩୦ କିମି ବେଗରେ ଯାଉଥିବା ପୁରୀ-ହାଓଡା ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ପ୍ରଭାବିତ ହୋଇଥିଲା। ବିଦ୍ୟୁତ ନଥିବା ଯୋଗୁଁ ଏହା ବିଳମ୍ବିତ ହୋଇଥିଲା । କନେକ୍ଟିଂ ବନ୍ଦେ ଭାରତ ଲେଟ୍ ଚାଲୁଥିବାରୁ ଏବଂ ସମୟ ଖାପଖୁଆଇବା ପାଇଁ ଗତକାଲି ଗୋଟିଏ ଦିନ ପାଇଁ ଏହି ଏକ୍ସପ୍ରେସର ଚଳାଚଳ ବନ୍ଦ ରହିଥିଲା ।

ପୁରୀରୁ ହାଓଡ଼ା ପର୍ଯ୍ୟନ୍ତ ଗଡୁଛି ବନ୍ଦେ ଭାରତ ଏକ୍ସପ୍ରେସ । ଦିଲ୍ଲୀରୁ ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇବା ପରେ ଜଗନ୍ନାଥଙ୍କ ଧାମ ପୁରୀରୁ ପଶ୍ଚିମବଙ୍ଗର ହାୱଡ଼ା ଅଭିମୁଖେ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଓଡ଼ିଶା ଓ ପଶ୍ଚିମବଙ୍ଗବାସୀଙ୍କ ପାଇଁ ଉପହାର ଭାବେ ଏହି ସେମି ହାଇସ୍ପିଡ୍ ଟ୍ରେନର ଲୋକାର୍ପଣ ପୂର୍ବରୁ ଜୟ ଜଗନ୍ନାଥ କହି ନିଜ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ ବନ୍ଦେ ଭାରତରେ ଦେଶର ଗତି ଓ ପ୍ରଗତି ପ୍ରତିଫଳିତ ହେଉଛି ।

ଏଣିକି ପୁରୀ-କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ ଓ ଏହାଦ୍ୱାରା ସମୟ ବଞ୍ଚିବ, କାରବାର ବି ବଢ଼ିବ । ଭାରତୀୟ ରେଳ ଭଳି ବନ୍ଦେ ଭାରତ ଟ୍ରେନ୍ ସମସ୍ତଙ୍କୁ ଯୋଡ଼ିବ । ଓଡ଼ିଶା-ପଶ୍ଚିମବଙ୍ଗର ଆଧ୍ୟାତ୍ମିକ, ସାଂସ୍କୃତିକ ସଂବନ୍ଧକୁ ସମୃଦ୍ଧ କରିବ ବୋଲି କହିଥିଲେ ମୋଦି । ଗତ ୯ ବର୍ଷ ହେଲାଣି ଓଡ଼ିଶାକୁ ରେଳ ଅନୁଦାନ ବଢ଼ି ଚାଲିଛି, ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ ଅନେକ ବର୍ଷ ହେଲା ପଡ଼ି ରହିଥିଲା, ଏବେ ଏହି ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ଓଡ଼ିଶାରେ ଶତ ପ୍ରତିଶତ ରେଳ ବିଦ୍ୟୁତକରଣ କାର୍ଯ୍ୟ ବି ସଂପନ୍ନ ହୋଇଛି । ତେଣୁ ଖଣିଜ ସଂପଦରେ ଭରପୁର ଓଡ଼ିଶାକୁ ଏହା ଦ୍ୱାରା ଫାଇଦା ମିଳିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।