/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684811599.jpg)
Signature forgery
ବିଡିଓଙ୍କ ଜାଲ୍ ଦସ୍ତଖତ କରି ବ୍ୟାଙ୍କରୁ ଉଠାଇ ନେଲେ ୧୫ ଲକ୍ଷର ସିକ୍ୟୁରିଟି ଜମା ଟଙ୍କା । ଏଭଳି ଅଭିଯୋଗ ଆସିଛି ଚିଲିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ଠିକାଦାର କାମ କରୁଥିବା ଚିଲିକା ବ୍ଲକ ୫ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କିଶୋର ବେହେରାଙ୍କ ବିରୋଧରେ ।
ଅଭିଯୋଗ ଅନୁସାରେ କିଶୋର ବେହେରା ଟାଙ୍ଗୀ ବ୍ଲକରେ ବିଭିନ୍ନ ଠିକାକାମ କରିଥାନ୍ତି । ଗୋଟିଏ ଠିକାକାମ ପାଇଁ କିଶୋର ସ୍ଥାନୀୟ ବ୍ୟାଙ୍କରେ ୧୫ ଲକ୍ଷ ଟଙ୍କା ସିକ୍ୟୁରିଟି ଟଙ୍କା ଡିପୋଜିଟ କରିଥିଲେ । କିନ୍ତୁ ଠିକାକାମ ସରିବା ପୂର୍ବରୁ ଟାଙ୍ଗୀ ବିଡିଓଙ୍କ ଦସ୍ତଖତ ଓ ସରକାରୀ ଚିଠିକୁ ଜାଲ୍ କରି ବ୍ୟାଙ୍କରୁ ଉକ୍ତ ୧୫ ଲକ୍ଷ ଜମା ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି ।
ଘଟଣା ସମ୍ପର୍କରେ ଜଣାପଡିବା ପରେ ଟାଙ୍ଗୀ ବିଡିଓ ଥାନାରେ ଏତଲା ଦେଇଛନ୍ତି । ଟାଙ୍ଗୀ ପୋଲିସ ୪୨୦ ଭଳି ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିଛି। ଏସମ୍ପର୍କରେ କିଶୋରଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଟାଙ୍ଗୀ ବିଡିଓଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ ।
ତେବେ ଡିଆରଡିଏର ପିଡି ଦିଗନ୍ତ ରାଉତରାୟ ଏବଂ ଟାଙ୍ଗୀଥାନା ଭାରପ୍ରାପ୍ତ ଅଧିକାରୀ ଏତଲା ସମ୍ପର୍କରେ ସ୍ୱୀକାର କରିଛନ୍ତି। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)