• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶୈବପୀଠରେ ଗଞ୍ଜେଇ ବ୍ୟାନ ନିର୍ଦ୍ଦେଶକୁ ସ୍ୱାଗତଯୋଗ୍ୟ କହିଛନ୍ତି ପଦ୍ମଶ୍ରୀ ବାବା ବଳିଆ । ଗଞ୍ଜେଇ ସେବନ ଦ୍ୱାରା ମଣିଷ ରୋଗଗ୍ରସ୍ତ ହୁଏ । ତେଣୁ ଗଂଜେଇ ଟାଣିବା ଅନୁଚିତ । ଏବେ ତ ପୁଅଙ୍କ ସହ ଝିଅମାନେ ବି ଗଞ୍ଜେଇ ଟାଣୁଛନ୍ତି । ଗଂଜେଇ ଟାଣିବା ଦ୍ୱାରା ଯୁବପିଢ଼ିଙ୍କୁ ରୋଗ ଏବଂ ଅଳ୍ପାୟୁଷ ହେଉଛନ୍ତି । ଶିବଙ୍କ ଭୋଗରେ ଭାଙ୍ଗ ପଡ଼େ ? ଗଞ୍ଜେଇ ପଡ଼େ ବୋଲି ମୁଁ ଜାଣିନି ବୋଲି କହିଛନ୍ତି ବାବା ବଳିଆ ।

ଗଞ୍ଜେଇ ବ୍ୟାନ୍ ପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଥିଲେ ବାବା ବଳିଆ । ଓଡ଼ିଶା ସରକାର ବ୍ୟାନ୍ କରିଥିବାରୁ ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି ।

ଏଣିକି ଶୈବପୀଠରେ ବ୍ୟବହାର କରିହେବନି ଗଞ୍ଜେଇ । ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ନିର୍ଦ୍ଦେଶ ହୋଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ପଦକ୍ଷେପ ନେବା ପାଇଁ କୁହାଯାଇଛି । ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି ।

ପୂର୍ବରୁ ରାଜ୍ୟର ପ୍ରାୟ ସମସ୍ତ ଶୈବପୀଠ ଗୁଡ଼ିକରେ ଗଞ୍ଜେଇ ବ୍ୟବହାର କରାଯାଉଥିଲା ।