
ଥରେ କି ୨ ଥର ନୁହେଁ...୭ ମାସରେ ୭ ଥର ହେଲାଣି ଦୁର୍ଘଟଣା । କେତେବେଳେ ବଗି ପଲଟିଯାଉଛି ତ ଆଉ କେତେବେଳେ ପଥର ଧସୁଛି । ମାଲବାହୀ ଟ୍ରେନ୍ ବୋଲି ଜୀବନ ଯାଉନି, ଯଦି ଏକ୍ସପ୍ରେସ୍ ଟ୍ରେନ୍ ହୋଇଥାଆନ୍ତ...।
ଅଗ୍ନିଶମ ବାହିନୀ ଦ୍ୱାରା ଯୋବ୍ରା ବ୍ୟାରେଜରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।
ଛାତି ଫାଟିଯାଉଛି...ସ୍ୱାମୀ ରୋଗରେ ପଡିଲା ବୋଲି ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ଦାଦନ ଖଟିବାକୁ ଯାଇଥିଲା ମାଆ । ସେଠି ଏମିତି ନିର୍ଯାତନା ପାଇଲା ଯେ ପ୍ରାଣ ହାରିଦେଲା ମାଆ...।
ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ, ଶନିବାର, ଚନ୍ଦ୍ର – ସିଂହ ଅହୋରାତ୍ର ତିଥି – ୪ର୍ଥୀ ଦିବା ୦୯.୨୬ ଗତେ ୫ମୀ ଘାତ ଚନ୍ଦ୍ର – କର୍କଟ, ମକର ରାତ୍ରି ୧୧.୪୧ ଗତେ ବୃଷ ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୯.୨୬ ଗତେ ବୃଷ, କନ୍ୟା ଓ ମୀନ
ଆଜି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ କରାଯାଇଛି । ସେଗୁଡ଼ିକ ହେଲା ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ।
ସାରା ଗାଁକୁ ଚୁନା ଲଗାଇଦେଲେ ସାଇବର ଠକ ! ମୋବାଇଲ ଆପ୍ ଜରିଆରେ କୋଟିଏରୁ ଅଧିକ ଟଙ୍କାର ଠକେଇ ।
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ନବୀନ । ବନିଛନ୍ତି ଦେଶର ଦ୍ୱିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ ।
‘ସିଗନାଲିଂ ସର୍କିଟ ପରିବର୍ତ୍ତନରେ ତ୍ରୁଟିରୁ ଘଟିଲା ଦୁର୍ଘଟଣା । ଦୁର୍ଘଟଣାରେ ମୃତ ୨୯୫ରୁ ଚିହ୍ନଟ ଅପେକ୍ଷାରେ ୪୧ ମୃତଦେହ’, କହିଲେ ଅଶ୍ୱିନୀ
୫-ଟି ସଚିବଙ୍କ ଗସ୍ତ ପାଇଁ ବନ୍ଦ ହୋଇଗଲା ଗାଡ଼ି । ଏତିକିବେଳେ ସାଇରନ୍ ଦେଇ ମାଡି ଆସିଲା ୧୦୮ ଆମ୍ବୁଲାନ୍ସ...ଯେତେ ଚେଷ୍ଟା କଲେ ବି ଆଗକୁ ବଢିପାରୁନଥିଲା ଗାଡ଼ି । ଲୋକେ କହିଲେ, ସଚିବଙ୍କ ଲାଗି କାହିଁକି ବନ୍ଦ ହେବ ଟ୍ରାଫିକ୍?
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆଜି ସନ୍ଧ୍ୟାରେ ବସିଥିବା PCC ଶୃଙ୍ଖଳା କମିଟି ବୈଠକ ବସିଥିଲା।
ଅବଶ୍ୟ ପରେ ସଂପୃକ୍ତ ବ୍ୟବସାୟୀ ନିଜେ ଅଳିଆ ସଫାକରିବା ସହ ୨୦ ହଜାର ଟଙ୍କା ଫାଇନ ବି ଗଣିଛନ୍ତି। ତେବେ ବିଏମସିର ଫାଇନ୍ କରିବା, ଦୋକାନ ସିଲ୍ କରିବା କ୍ଷମତା ଥାଇ ବି ଏଭଳି ଆଚରଣ ଓ କାର୍ଯ୍ୟାନୁଷ୍ଠାନକୁ କିନ୍ତୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ରାଜଧାନୀବାସୀ।
ବାଲେଶ୍ୱରରେ ଫକୀର ମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଦୃଶ୍ୟ। ପ୍ରତିଷ୍ଠାନକୁ ୬ ବର୍ଷ ଚାଲିଲାଣି। ହେଲେ ମେଡିକାଲର ଅବ୍ୟବସ୍ଥା ଆଉ ଅଭିଯୋଗର ଏମିତି ଲମ୍ବିଚାଲୁଛି ତାଲିକା।
ଅଣ୍ଡା ବିକୁଛନ୍ତି ପୂର୍ବତନ ବିଧାୟକଙ୍କ ପୁଅ । ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଜଣେ ଲୋକପ୍ରିୟ ନେତାଙ୍କ ପରିବାର ।
ମୋ' ଘର ଯୋଜନା ପ୍ରତି ବଢୁନି ହିତାଧିକାରୀଙ୍କ ଆଗ୍ରହ । ବାସହୀନଙ୍କ ମଧ୍ୟରେ ଦେଖିବାକୁ ମିଳୁନି ଉତ୍ସାହ । ବାଧକ ସାଜିଛି ବ୍ୟାଙ୍କ ଲୋନ୍ । ଯୋଜନାରେ ଆବେଦନକାରୀଙ୍କ ସଂଖ୍ୟା ସାମ୍ନାକୁ ଆଣିଛି ଏମିତି ତଥ୍ୟ ।
ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସରୁ ନିଲମ୍ବନ ପରେ ତାର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଛି।
ପ୍ରଶ୍ନ ଉଠୁଛି କ୍ଷୁର୍ଣ୍ଣ ହେଉନି ତ ବାଚସ୍ପତିଙ୍କ ପଦ ମର୍ଯ୍ୟାଦା ? ପଦ ପୂରଣରେ ଜାଣି ଶୁଣି ଶାସକ ବିଜେଡି ସମୟ ଗଡ଼େଇ ଚାଲିଛି ନା ଅଛି କିଛି ଦଳୀୟ କେଁ ? ଏବେ ବିନା ବାଚସ୍ପତିରେ ଚାଲିଛି ବିଧାନସଭାର ବିଭିନ୍ନ କାର୍ଯ୍ୟ।
ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ନିବେଦନ କରୁ ବୋଲି ଚିଠିରେ ଲେଖିଛନ୍ତି ସୁଦର୍ଶନ।
ମାଆ ଗାଳିଦେଲା ବୋଲି ଘରୁ କୁଆଡେ ପଳାଇଛି କୁନି ଝିଅ । ଖୋଜି ଖୋଜି ପାଗଳ ହେଲାଣି ବାପା...ଆଧାର, ଫଟୋ ଧରି ବୁଲୁଛି । ଯାହାକୁ ଦେଖୁଛି ତା’କୁ କହୁଛି ମୋ ଝିଅକୁ ଟିକେ ଖୋଜି ଦିଅ।
ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ।
ବର୍ଷା ବଢ଼ିଲେ କେତୋଟି ଗେଟ୍ ଖୋଲାଯିବ ସେ ସମ୍ପର୍କରେ ସେହିଦିନ ହିଁ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ରହିଛି। ଜଳ ସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି।
ଥରେ କି ଦୁଇଥର ନୁହେଁ ୬ ମାସ ହେଲାଣି ଠକୁଥିଲେ । ଲୋକେ ଚାଉଳ ମାଗୁଥିଲେ ଆସିନି ବୋଲି କହୁଥିଲେ..ବାରମ୍ବାର ଅଭିଯୋଗ ପରେ ଏବେ ଧରାପଡିଲେ ଡିଲର ମନୋରଂଜନ । କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ।
ଏମାନେ ସମସ୍ତେ ମଜୁରୀ ଖଟିଲେ ପରିବାର ଚଳେ । ନଖଟିଲେ ଉପବାସରେ ଦିନ କଟେ । କାମ ଖୋଜିବାକୁ ସକାଳ ହେଲେ ଏଇ ଛକରେ ଆସି ଜାମ୍ କରନ୍ତି..କିନ୍ତୁ ବସିବାକୁ ଜାଗା ନାହିଁ କି ବ୍ୟବସ୍ଥା କିଛି ହୋଇନି।
5T ସଚିବ ଭିକେ ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତ ବେଳେ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା। ପ୍ରାୟ ଅଧଘଣ୍ଟା ଧରି ଟ୍ରାଫିକ୍ ଜାମ୍ ଯୋଗୁ ଆମ୍ବୁଲାନସ ମଧ୍ୟ ଫସି ରହିଥିଲା।