Advertisment

ପ୍ରଭାବଶାଳୀ ବ୍ୟକ୍ତି ରାସ୍ତାରେ ଆବର୍ଜନା ଫିଙ୍ଗିଲେ ଆବର୍ଜନାରେ ହିଁ ଜବାବ ଦେବ ତ BMC ?

ଅବଶ୍ୟ ପରେ ସଂପୃକ୍ତ ବ୍ୟବସାୟୀ ନିଜେ ଅଳିଆ ସଫାକରିବା ସହ ୨୦ ହଜାର ଟଙ୍କା ଫାଇନ ବି ଗଣିଛନ୍ତି। ତେବେ ବିଏମସିର ଫାଇନ୍ କରିବା, ଦୋକାନ ସିଲ୍ କରିବା କ୍ଷମତା ଥାଇ ବି ଏଭଳି ଆଚରଣ ଓ  କାର୍ଯ୍ୟାନୁଷ୍ଠାନକୁ କିନ୍ତୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ରାଜଧାନୀବାସୀ।

author-image
Chandan Shishu
BMC's 'tit for tat' policy comes under criticism

BMC's 'tit for tat' policy comes under criticism

ଭୁବନେଶ୍ୱର ମହାନିଗମର ଅଳିଆ ନୀତିକୁ ନେଇ ଚର୍ଚ୍ଚା। ଗତକାଲି କଳ୍ପନା ଅଞ୍ଚଳରେ ଏକ ବ୍ୟବସାୟ ପ୍ରତିଷ୍ଠାନ ଆଗରେ ଅଳାଇ ଗଦାଇ ବିଏମସି ଯେସାକୁ ତେସା ନୀତି ଆପଣାଇଥିବା ବେଳେ ଏହାକୁ କିନ୍ତୁ ଅନେକ ସମାଲୋଚନା କରିଛନ୍ତି। ସଂପୃକ୍ତ ଦୋକାନୀଙ୍କୁ ତାଗିଦ୍, ଫାଇନ୍, ଟ୍ରେଡ୍ ଲାଇସେନ୍ସ ବାତିଲ୍, ଦୋକାନ ସିଲ ଭଳି ଅନେକ ଆଇନଗତ ପ୍ରାବଧାନ ଥିବା ବେଳେ ବିଏମସିର ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି ଅନେକ। ଆଉ କିଛି, ବିଏମସି ଏ ନିୟମ ପ୍ରଭାବଶାଳୀ ଓ ପ୍ରତିଷ୍ଠିତଙ୍କ କ୍ଷେତ୍ରରେ ଲାଗୁ କରିବ ତ, ତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ।

Advertisment

ରାସ୍ତାରେ ଆବର୍ଜନା ଫିଙ୍ଗିଲେ ଆବର୍ଜନାରେ ହିଁ ମିଳିବ ଜବାବ। ନିୟମ ନମାନି ଯେମିତି କରିବ, ସେମିତି ଢଙ୍ଗରେ କାର୍ଯ୍ୟାନୁଷ୍ଠାନ। ଗତକାଲି ଭୁବନେଶ୍ବର ମହାନଗର ନିଗମର ଏ ଅଜବ ନୀତିକୁ ନେଇ ପୁରା ରାଜଧାନୀରେ ଚର୍ଚ୍ଚା। ଭୁବନେଶ୍ବର କଳ୍ପନା ଛକ ଅଞ୍ଚଳରେ ଏକ ବ୍ୟବସାୟ ପ୍ରତିଷ୍ଠାନ ଆଗରେ କେମିତି ଅଳିଆ ଫିଙ୍ଗୁଛି ବିଏମସିର ଗାଡ଼ି। ଏ ଅଞ୍ଚଳରେ ଦୀର୍ଘ ବର୍ଷ ହେବ ହୋଟେଲ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀ ନିଜ ହୋଟେଲରୁ ବାହାରିଥିବ ଆବର୍ଜନାକୁ ରାସ୍ତା ଫିଙ୍ଗି ଦେଇଥିବାରୁ ତାଙ୍କୁ ଏମିତି ଢଙ୍ଗରେ ଜବାବ ଦେଇଛି ବିଏମସି। ବାହାରୁ ଗୋଟିଏ ଟ୍ରାକ୍ଟର ବୋଝେଇ ଅଳିଆ ଆଣି ଖୋଦ୍ କମିଶନରଙ୍କ ଉପସ୍ଥିତିରେ ସିଧା ହୋଟେଲ ସାମ୍ନାରେ ଢାଳି ଦିଆଯାଇଥିଲା।

ଅବଶ୍ୟ ପରେ ସଂପୃକ୍ତ ବ୍ୟବସାୟୀ ନିଜେ ଅଳିଆ ସଫାକରିବା ସହ ୨୦ ହଜାର ଟଙ୍କା ଫାଇନ ବି ଗଣିଛନ୍ତି। ତେବେ ବିଏମସିର ଫାଇନ୍ କରିବା, ଦୋକାନ ସିଲ୍ କରିବା କ୍ଷମତା ଥାଇ ବି ଏଭଳି ଆଚରଣ ଓ  କାର୍ଯ୍ୟାନୁଷ୍ଠାନକୁ କିନ୍ତୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ରାଜଧାନୀବାସୀ। ତେବେ ବିଏମସିର ବିଏମସିର ଦୃଢ଼ ଯୁକ୍ତି ଯେ, ସହରରକୁ ଆବର୍ଜନାମୁକ୍ତ କରିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ଅଳିଆ ଉଠାଇବାକୁ ସଫା ନାଁରେ ଏକ ଆପ୍ ବି କାର୍ଯ୍ୟ କରୁଛି। ଏଥିରେ ଅନୁରୋଧ ଆସିବା ମାତ୍ରେ ଅଳିଆ ଉଠାଇବା ପାଇଁ ଗାଡ଼ି ପଠାଯାଉଛି। ଏହା ସତ୍ତ୍ବେ ଲୋକେ ସଚେତନ ହେଉନାହାନ୍ତି। ତେଣୁ ରାଜଧାନୀକୁ ସଫା ସୁତରା ରଖିବାକୁ ଲୋକେ ଯେଭଳି ସଚେତନ ହେବେ, ସେଥିପାଇଁ ଏହା ଏକ ଦୃଷ୍ଟାନ୍ତମୂଳକ ଉଦାହରଣ ବୋଲି ଆଜି ଯୁକ୍ତି ରଖିଛନ୍ତି କମିଶନର। ତେବେ ଏ ନେଇ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

Advertisment

ରାଜଧାନୀକୁ ସରସ ଓ ସୁନ୍ଦର କରିବାକୁ ବିଏମସିର ଏ ପଦକ୍ଷପ ହୁଏତ ଦୃଷ୍ଟାନ୍ତ ମୂଳକ ହୋଇଥାଇପାରେ। କିନ୍ତୁ ବାସ୍ତବରେ ଏ ନିୟମ କଣ ସମସ୍ତଙ୍କ ପାଇଁ ପ୍ରାଯୁଜ୍ୟ ହେବ ? କୌଣସି ପ୍ରତିଷ୍ଠିତ କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ଓ ଅନୁଷ୍ଠାନ ଏଭଳି କଲେ ସମାନ ଆଭିମୁଖ୍ୟ ଗ୍ରହଣ କରିବ ତ ବିଏମସି? ଏବେ ତାକୁ ନେଇ ଉଠିଛି ପ୍ରଶ୍ନ।

BMC
Advertisment
Advertisment