• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Jena

ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ । ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ । ଏଥର ହୋଲି ମାର୍ଚ୍ଚ ୧୫ ଅର୍ଥାତ୍ ଶନିବାର ପଡୁଛି। ଜ୍ୟୋତିଷ ଶାସ୍ତ୍ରରେ ପ୍ରତି ରାଶିର ଏକ ବିଶେଷ ଶୁଭ ରଙ୍ଗ ରହିଛି । ହୋଲିରେ ଯଦି ପ୍ରତ୍ୟେକ ବ୍ୟକ୍ତି ନିଜ ଶୁଭ ରଙ୍ଗରେ ହୋଲି ଖେଳିବେ ତେବେ ଏହା ଅତ୍ୟନ୍ତ ଶୁଭ ରହିବ ଓ ଫାଇଦା ପ୍ରଦାନ କରିବ । ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେଉଁ ରଙ୍ଗ ଶୁଭଙ୍କର।

ମେଷ: ଏହି ରାଶିର ସ୍ୱାମୀ ମଙ୍ଗଳ ଦେବ ଅଟନ୍ତି । ତେବେ ଏମାନେ ଲାଲ ରଙ୍ଗର ହୋଲି ଖେଳିବା ଅତ୍ୟନ୍ତ ଶୁଭ ।

ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ରାଶିର ସ୍ୱାମୀ ଶୁକ୍ରଦେବ ଅଟନ୍ତି । ଏହି ରାଶିର ଲୋକେ ହୋଲି ଳେଳିବା ପାଇଁ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ।

ମିଥୁନ: ଏହି ରାଶିର ସ୍ୱାମୀ ବୁଧ ଦେବ ଅଟନ୍ତି । ତେବେ ଏମାନେ ସବୁଜ ରଙ୍ଗରେ ଖେଳିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ: ଶେଷରେ ଦେଶକୁ ଫେରିବେ ଦେଶୀ ଗାର୍ଲ; କରିବେ ଏହି ସୁପର୍‌ଷ୍ଟାର୍‌ଙ୍କ ସହ ଭାରତୀୟ ଫିଲ୍ମ

କର୍କଟ: ଏହି ରାଶିର ସ୍ୱାମୀ ଚନ୍ଦ୍ରମା ଅଟନ୍ତି । ତେବେ ଏହି ରାଶିର ଲୋକଙ୍କ ପାଇଁ କେସର, ହଲୁକା ଗୋଲାପି ଏବଂ ଧଳା ରଙ୍ଗ ଶୁଭ ହୋଇଥାଏ ।

ସିଂହ: ଏହି ରାଶର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟଦେବ । ତେବେ ଏମାନଙ୍କ ଶୁଭ ରଙ୍ଗ ନାରଙ୍ଗୀ ଏବଂ ଲାଲ ରହିଥାଏ । ଏଥିପାଇଁ ଏହି ରାଶିର ଲୋକଙ୍କୁ ଏହି ରଙ୍ଗରେ ହୋଲି ଖେଳିବା ଶୁଭ ଫଳପ୍ରଦ ହେବ ।

କନ୍ୟା: ଏହି ରାଶିର ସ୍ୱାମୀ ବୁଧ ଦେବ ଅଟନ୍ତି । ଏହି ରାଶିର ଶୁଭ ରଙ୍ଗସବୁଜ ଏବଂ ଏଥି ସହ ମିଶୁଥିବା ଅନ୍ୟ ସେଡ । ଏହି ଲୋକ ଯଦି ଏହି ରଙ୍ଗରେ ହୋଲି ଖେଳିଲେ ଏମାନେ ନିଜ ଜୀବନରେ ଅନେକ ବଡ଼ ଉପଲବ୍ଧି ହାସଲ କରି ପାରିବେ।

ତୁଳା: ଏହି ରାଶିର ସ୍ୱାମୀ ଶୁକ୍ରଦେବ ଅଟନ୍ତି । ଏହି ରାଶିର ଲୋକଙ୍କ ପାଇଁ ଲକି କଲର ହଳଦିଆ ଏବଂ ଆକାଶିଆ ରଙ୍ଗ ।

ବିଛା: ଏହି ରାଶିର ସ୍ୱାମୀ ମଙ୍ଗଳଦେବ । ଏହି ରାଶିର ଲୋକଙ୍କ ଶୁଭ ରଙ୍ଗ ଲାଲ ଅଟେ । ଏଥିପାଇଁ ଏହି ରାଶିର ଲୋକେ ଲାଲ ରଙ୍ଗରେ ହୋଲି ଖେଳିବା ଆବଶ୍ୟକ ।

ଧନୁ : ଏହି ରାଶିର ସ୍ୱାମୀ ହେଉଛନ୍ତି ବୃହସ୍ପତି । ତେବେ ଏହି ରାଶି ପାଇଁ ହଳଦିଆ ରଙ୍ଗ ହେଉଛି ଅତ୍ୟନ୍ତ ଶୁଭ ।

ମକର: ଏହି ରାଶିର ସ୍ୱାମୀ ହେଉଛନ୍ତି ଶନିଦେବ । ତେବେ ଏହି ରାଶିର ଲୋକେ ନୀଳ, ଧଳା ରଙ୍ଗରେ ହୋଲି ଖେଳିପାରିବେ । ଏଥିସହ ଏମାନଙ୍କ ଉପରେ ଶନିଦେବଙ୍କ କୃପା ରହିବ ।

କୁମ୍ଭ: ଏହି ରାଶିର ସ୍ୱାମୀ ମଧ୍ୟ ଶନିଦେବ । ତେବେ ଏହି ରାଶିର ଲକି କଲର ହେଉଛି ନୀଳ ।

ମୀନ: ଏହି ରାଶିର ଶୁଭ ରଙ୍ଗ ହେଉଛି ନୀଳ ଏବଂ ନାରଙ୍ଗୀ । ତେବେ ଏହି ରାଶିର ଦେବଗୁରୁ ବୃହସ୍ପତି ତେଣୁ ନୀଳ ରଙ୍ଗରେ ଖେଳିବା ଦ୍ୱାରା ଏହି ଲୋକମାନଙ୍କୁ ଶୁଭଫଳ ପ୍ରାପ୍ତି ହୋଇଥାଏ ।

ଅଧିକ ପଢ଼ନ୍ତୁ: ରଙ୍ଗ ଖେଳୁ ଖେଳୁ ରୋମାଣ୍ଟିକ୍ ହୋଇଗଲେ ପ୍ରିୟଙ୍କା; ଦେଲେ ଲିପ୍ କିସ୍

OTV is now on Whatsapp

Join and get latest news update delivered to you via whatsapp

Join Now