/odishatv-khabar/media/post_attachments/uploadimage/library/16_9/16_9_0/s_1689922754.jpg)
5T secretary Pandian's Nayagarh visit, ambulance stuck due to traffic jam
5T ସଚିବ ଭିକେ ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତ ବେଳେ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା। ଏଥିଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରାୟ ଅଧଘଣ୍ଟା ଧରି ଟ୍ରାଫିକ୍ ଜାମ୍ ଯୋଗୁ ଆମ୍ବୁଲାନସ ମଧ୍ୟ ଫସି ରହିଥିଲା। ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ହନ୍ତସନ୍ତ ହୋଇଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
5T ସଚିବଙ୍କ ନୟାଗଡ଼ ଗସ୍ତ ବେଳେ ଟ୍ରାଫିକ ଜାମ୍, ଅଧ ଘଣ୍ଟା ଫସିଲା ଆମ୍ବୁଲାନ୍ସ...#5TSecretary#Nayagarh#Odishapic.twitter.com/gX2of7CLdo
— ଓଟିଭି (@otvkhabar) July 21, 2023
ସେପଟେ 5T ସଚିବଙ୍କ ନୟାଗଡ ଗସ୍ତକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ପ୍ରସ୍ତୁତ ହେଉଥିଲେ। ହେଲେ ଏହି ସମୟରେ ପୋଲିସ୍ ଓଡଗାଁ ଗାନ୍ଧି ଛକରେ ପହଞ୍ଚି କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା। ଓଡ଼ଗାଁ ଥାନାରେ ସେମାନଙ୍କୁ ଅଟକ ରଖାଯାଇଛି। ଖବର ଲେଖାଯିବା ସୁଦ୍ଧା ଏନେଇ ଜିଲ୍ଲା ପ୍ରଶାସନ କିମ୍ବା 5T ସଚିବ ଭିକେ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନି।
ଅନ୍ୟପକ୍ଷେ, 5T ସଚିବ ଭିକେ ପାଣ୍ଡିଆନଙ୍କୁ ଭେଟିବା ଉଦ୍ୟମ ମହଙ୍ଗା ପଡ଼ିଛି। ଗତକାଲି 5T ସଚିବଙ୍କ ନୟାଗଡ଼ ଗସ୍ତ ବେଳେ ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟିର ୧୦ ଜଣ ସଦସ୍ୟ ତାଙ୍କୁ ଭେଟିବା ଲାଗି ଉଦ୍ୟମ କରିଥିଲେ। ନୟାଗଡ଼ ଚିନିକଳ ଚାଲୁ କରିବା ଏବଂ ଆଖୁ ଚାଷୀଙ୍କ ସମସ୍ୟା ନେଇ ସେମାନେ ଦାବି ପତ୍ର ଦେବାକୁ ଯିବା ପୂର୍ବରୁ ପୋଲିସ ୧୦ ଜଣଙ୍କୁ ଉଠାଇ ନେଇଥିଲା। ପାଣ୍ଡିଆନଙ୍କ ସମସ୍ତ କାର୍ଯ୍ୟ ସରିବା ପରେ ପୋଲିସ୍ ସେମାନଙ୍କୁ ଛାଡ଼ିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)