Advertisment

୬ ମାସ ହେଲାଣି ଲୋକଙ୍କୁ ଠକୁଥିଲେ...ଏବେ ସସ୍‌ପେଣ୍ଡ ହେଲେ..

ଥରେ କି ଦୁଇଥର ନୁହେଁ ୬ ମାସ ହେଲାଣି ଠକୁଥିଲେ । ଲୋକେ ଚାଉଳ ମାଗୁଥିଲେ ଆସିନି ବୋଲି କହୁଥିଲେ..ବାରମ୍ବାର ଅଭିଯୋଗ ପରେ ଏବେ ଧରାପଡିଲେ ଡିଲର ମନୋରଂଜନ । କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ।

author-image
Sarbeswar
ଅଦ୍ୟତନ ହୋଇଛି
Balasore PDS scam

Balasore PDS scam

କିଏ ୪ ମାସ ତ କିଏ ୬ ମାସ...ଏମାନଙ୍କର ରାସନ ଖାତା ଅଛି । ସରକାରୀ ନିୟମ ଅନୁସାରେ, ପ୍ରତିମାସ ଏମାନେ ଚାଉଳ ପାଇବାର କଥା । ହେଲେ କେହି ଚାଉଳ ପାଉନାହାନ୍ତି । ସରକାର ଦେଉଛନ୍ତି ହେଲେ ଚାଉଳ ଲୋକଙ୍କୁ ଦିଆଯାଉଚନି । ଆଉ ଯେଉଁମାନେ ଚାଉଳ ନେବାକୁ ଆସୁଥିଲେ ସେମାନଙ୍କୁ ମିଛ କହି ଚାଉଳ ଆସିନଥିବା କହୁଥିଲେ । କିନ୍ତୁ ପ୍ରତିମାସ ଏମିତି ମିଛ ଶୁଣିଶୁଣି ବିରକ୍ତ ହେବା ପରେ ଅଭିଯୋଗ କରିଥିଲେ ଗାଁ ଲୋକେ ।  ଆଉ ତଦନ୍ତ ହେବା ପରେ ଯେବେ ସତ ଜଣାପଡିଲା, ସେତେବେଳକୁ ସବୁ ସରିଗଲା । ଅର୍ଥାତ୍‌ ଡିଲରଙ୍କ ଉପରେ ପ୍ରଶାସନ ନେଲା କାର୍ଯ୍ୟାନୁଷ୍ଠାନ ।

Advertisment

ଖାଉଟିଙ୍କ ରାସନ ସାମଗ୍ରୀକୁ ହରିଲୁଟ୍‌ କରୁଥିଲେ ଡିଲର, ଏବେ ଧରାପଡିଲେ । ଏମିତି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱରରୁ । ସଦର ବ୍ଲକ ଓଲନ୍ଦା ସାରଗାଁ ପଞ୍ଚାୟତରେ ଲୋକଙ୍କ ଲାଗି ଆସୁଥିବା ଚାଉଳକୁ ବାଟମାରଣା କରୁଥିଲେ ଡିଲର ମନୋରଂଜନ ନାୟକ ।

ସରକାର ଦେଉଥିଲେ, କିନ୍ତୁ ଲୋକଙ୍କୁ ଦେଉନଥିଲେ ମନୋରଂଜନ । ଏମିତିକି ୬ ମାସ ହେଲାଣି ଚାଉଳ ପାଇନାହାନ୍ତି ଲୋକେ । ଚାଉଳ ନପାଇ ବାରମ୍ବାର ଫେରିବା ପରେ ଅସନ୍ତୋଷ ଝାଡିବା ସହିତ କାହିଁକି ଚାଉଳ ପାଉନାହାନ୍ତି ସେନେଇ ପ୍ରଶ୍ନ ବି କରିଥିଲେ । ସନ୍ଦେହ ବଢିବାରୁ ସରପଂଚଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବିଡିଓଙ୍କୁ ଏନେଇ ଅବଗତ କରିଥିଲେ ସରପଂଚ । ପରେ ଯୋଗାଣ ବିଭାଗର ଏମଆଇଙ୍କ ପାଖରେ ପହଞ୍ଚିଥିଲା ଅଭିଯୋଗ ଆଉ ଜଣାପଡିଥିଲା କେମିତି ସରକାରୀ ଚାଉଳକୁ ଆତ୍ମସାତ୍‌ କରାଯାଉଛି ।

Advertisment

ଘଟଣାର ଗମ୍ଭୀରତାରୁ ବିଚାର କରି ତୁରନ୍ତ ତଦନ୍ତ କରିବା ପରେ ଜଣାପଡିଥିଲା କି ପଂଚାୟତରୁ ପ୍ରାୟ ୪୮ କ୍ୱିଣ୍ଟାଲ ଚାଉଳ ବାଟମାରଣା ହୋଇଛି। ଏତେ ଗୁଡାଏ ଚାଉଳକୁ ବାଟମାରଣା କରାଯାଇଥିବାରୁ ତାଙ୍କୁ ନିଲମ୍ବନ କରାଯିବା ସହିତ ନୂଆ ଡିଲରଙ୍କୁ ନିଯୁକ୍ତ କରାଯିବା ଏବଂ ମନୋରଂଜନଙ୍କଠାରୁ ସବୁ ଚାଉଳ ଆଦାୟ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

Advertisment
Advertisment