Advertisment

ସଂସଦରେ ଉଠିଲା ବାହାନଗା ଟ୍ରେନ ଟ୍ରାଜେଡି କଥା, ଉତ୍ତର ରଖିଲେ ରେଳମନ୍ତ୍ରୀ ଅଶ୍ୱିନୀ

‘ସିଗନାଲିଂ ସର୍କିଟ ପରିବର୍ତ୍ତନରେ ତ୍ରୁଟିରୁ ଘଟିଲା ଦୁର୍ଘଟଣା । ଦୁର୍ଘଟଣାରେ ମୃତ ୨୯୫ରୁ ଚିହ୍ନଟ ଅପେକ୍ଷାରେ ୪୧ ମୃତଦେହ’, କହିଲେ ଅଶ୍ୱିନୀ

author-image
Satyendu Shekher Mishra
Bahanaga Train Tragedy

Bahanaga Train Tragedy

ଭୟଙ୍କର ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏ ସଂପର୍କିତ ଅଣତାରକା ଚିହ୍ନିତ ପ୍ରଶ୍ନର ଲିଖିତ ଉତ୍ତରରେ ରେଳମନ୍ତ୍ରୀ କହିଛନ୍ତି, ଷ୍ଟେସନର ନର୍ଥ ସିଗ୍ନାଲ୍ ଗୁମଟି ପାଖରେ ସିଗ୍ନାଲିଂ ସର୍କିଟ ପରିବର୍ତ୍ତନରେ ତ୍ରୁଟି ଯୋଗୁ ୩ଟି ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲା । ଇଲେକଟ୍ରି ଲିଫଟିଂ ବାରିୟର ତଥା ELB ପରିବର୍ତ୍ତନ ସମୟରେ ହିଁ ଏହି ଦୁର୍ଘଟଣା ଘଟିଥିବା ଦର୍ଶାଇଛନ୍ତି ରେଳମନ୍ତ୍ରୀ।

Advertisment

ତା ସହ କହିଛନ୍ତି, ଏହି ଦୁର୍ଘଟଣା ପାଇଁ ୩ କର୍ମଚାରୀ ଅରୁଣ ମହାନ୍ତ, ମହମ୍ମଦ ଅମିର ଖାନ, ପପୁ କୁମାରଙ୍କୁ ଗିରଫ କରିଛି ସିବିଆଇ। ସେହିପରି ଦକ୍ଷିଣ ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଷୀଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ବର୍ତ୍ତମାନ ମାମଲାର ସିବିଆଇ ତଦନ୍ତ ଜାରି ରହିଛି। ଦୁର୍ଘଟଣାରେ ୨୯୫ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ତା ମଧ୍ୟରୁ ୪୧ ଜଣଙ୍କୁ ଏଯାଏଁ ଚିହ୍ନଟ କରାଯାଇ ପାରିନାହିଁ । ସିପିଆଇଏମ୍ ସାଂସଦ ଜନ୍ ବ୍ରିଟାସ୍, ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଏବଂ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ଚିହ୍ନିତ ପ୍ରଶ୍ନରେ ଲିଖିତ ଉତ୍ତର ଦେଇ ଏହା କହିଛନ୍ତି କେନ୍ଦ୍ର ରଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Train Accident
Advertisment
Advertisment